ବିଦା ହେବେ ଆମେରିକା ଇତିହାସର କଳଙ୍କିତ ଅଧ୍ୟାୟର ମହାନାୟକ!
Advertisement
Article Detail0/zeeodisha/odisha826731

ବିଦା ହେବେ ଆମେରିକା ଇତିହାସର କଳଙ୍କିତ ଅଧ୍ୟାୟର ମହାନାୟକ!

ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ। ଖୁବଶୀଘ୍ର ଭୋଟିଂ ପାଇଁ ଚାଲିଛି ପ୍ରସ୍ତୁତି।

ବିଦା ହେବେ ଆମେରିକା ଇତିହାସର କଳଙ୍କିତ ଅଧ୍ୟାୟର ମହାନାୟକ!

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଆଗତ ହେବ ଦେଶର ୨୪୪ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାର ଇତିହାସରେ କଳଙ୍କ ଲଗାଇଥିବା ମହାଭିଯୋଗ ପ୍ରସ୍ତାବ। ଚଳିତ ମାସ ୬ ତାରିଖରେ ଦେଶର ସଂସଦ ଭବନସ୍ଥିତ କ୍ୟାପିଟାଲ ବିଲ୍ଡି ହିଂସାକାଣ୍ଡ ଘଟଣାରେ ଆମେରିକାବାସୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବିରୁଦ୍ଧରେ ଦୋଷାରୋପ କରିଛନ୍ତି। ଦୁନିଆର ସର୍ବଶାକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ଠାରୁ କ୍ଷମତା ଛଡ଼ାଇ ନେବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି। 

ଆମେରିକା ସଂସଦର ନିମ୍ନ ସଦନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ଟ୍ରମ୍ପଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସିନେଟର ଏବଂ ଉପରାଷ୍ଟ୍ରପତି। ପୂର୍ବରୁ ଆସନ୍ତା ୨୦ ଜାନୁଆରୀ ସୁଦ୍ଧା ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ଘୋଷଣା କରିଥିଲେ। ହେଲେ ଏପରି ହେବା ପୂର୍ବରୁ ଡୋମୋକ୍ରାଟିକ ପାର୍ଟି ପକ୍ଷରୁ ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆଗତ ହୋଇଛି ମହାଭିଯୋଗ। ମହାଭିୟୋଗ ପ୍ରସ୍ତାବ ଉପରେ ସିନେଟରେ ଭୋଟିଂ ହେବାକୁ ଯାଉଥିବାବେଳେ ଆମେରିକା ସମ୍ବିଧାନର ଧାରା ୨୫ ଉପଯୋଗ ହେଲେ ତାଙ୍କ ହାତରୁ କ୍ଷମତା ଯିବା ନିଶ୍ଚିତ ହୋଇଛି।

Also Read: କ୍ୟାପିଟାଲ ବିଲ୍ଡିଂ ହିଂସାକାଣ୍ଡ: କ୍ଷତି ସହିଥିବା ଆମେରିକାର ମଜାକ ଉଡାଇଲା ଚତୁର ଡ୍ରାଗନ

 

ଗତ ସପ୍ତାହରେ କ୍ୟାପିଟାଲ ବିଲ୍ଡିଂରେ ଘଟିଥିବା ହିଂସାକାଣ୍ଡ ପଛରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭୂମିକା ଥିବା ଅଭିଯୋଗ ହୋଇଛି। ଏହା ସହ ତାଙ୍କ ବିରୋଧରେ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଏଥିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ବିଦ୍ରୋହ ପାଇଁ ଲୋକଙ୍କୁ ଉସୁକାଇଥିବା ଅଭିଯୋଗ ରହିଛି।

Also Read: ହିଂସାକାଣ୍ଡ ଫେରିଲା ଚେତା; ବାଇଡେନକୁ କ୍ଷମତା ହସ୍ତାନ୍ତର କରିବେ ଟ୍ରମ୍ପ

ସିନେଟର ଜୈମୀ ରସ୍କିନ, ଡେଭିଡ ସିସିଲୀନ, ଟେଡ ଲ୍ୟୁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବା ପରେ ଆମେରିକା ପ୍ରତିନିଧି ସଭାର ୨୧୧ ଜଣ ସଦସ୍ୟ ଏହାକୁ ସମର୍ଥନ କରିଛନ୍ତି। ଯଦି ଉପରାଷ୍ଟ୍ରପତି ମାଇକ ପେନ୍ସ ଓ ଆମେରିକା କ୍ୟାବିନେଟ ଟ୍ରମ୍ପଙ୍କୁ ଆମେଣ୍ଡମେଣ୍ଟ-୨୫ ଅନୁସାରେ କ୍ଷମତାଚ୍ୟୁତ କରେ, ତାହେଲେ ଦେଶର ସଂସଦରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟିଂ ହେବ।

Also Read: ହିଂସାକାଣ୍ଡ ପରେ ଆମେରିକାରେ କର୍ଫ୍ୟୁ; ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁ୍ଦ୍ଧରେ ଆଗତ ହେବ ମହାଭିଯୋଗ!

 

ଆମେରିକା ସମ୍ବିଧାନ ଅନୁସାରେ ସିନେଟ, ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପାଇଁ କିମ୍ବା କୌଣସି ଘଟଣାରହେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଭୋଟିଂ କରିବା ଜରୁରୀ। ଟ୍ରମ୍ପଙ୍କ ପଦରୁ ହଟାଇବା ପାଇଁ ଦୁଇ-ତୃତୀୟାଂଶ ସିନେଟରଙ୍କ ସମର୍ଥନ ମଧ୍ୟ ଜରୁରୀ। ଯଦି ହାଉସରେ ଭୋଟିଂ ହୁଏ ତାହେଲେ ମହାଭିଯୋଗ ପ୍ରସ୍ତାବ ପାଇଁ ମଧ୍ୟ ବହୁମତ ଆବଶ୍ୟକ ହେବ। ଏବେ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ବିରୋଧି ଡେମୋକ୍ରାଟିକ ପାର୍ଟିକୁ ଏହି ପ୍ରାରମ୍ଭିକ ସଫଳତା ମିଳିଛି।

Also Read: ଆମେରିକାରେ ଶୁଭିଲା ଗୃହଯୁଦ୍ଧର ପଦଧ୍ୱନୀ; ହିଂସାକାଣ୍ଡକୁ ନେଇ ମୁହାଁମୁହିଁ ଟ୍ରମ୍ପ-ବାଇଡେନ

 

ଏହି ଭୋଟିଂରେ କାହା ଉପରେ କୌଣସି ପ୍ରକାର ଚାପ ପ୍ରୟୋଗ କରାଯାଏ ନାହିଁ। ଏପରିକି ରିପବ୍ଲିକାନ ପାର୍ଟିର କିଛି ସଦସ୍ୟ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେଇଛନ୍ତି। ନିୟମ ଅନୁସାରେ ସିନେଟରେ ବହୁମତ ସହ ଡେମୋକ୍ରାଟିକ ପାର୍ଟିକୁ ଅତି କମରେ ୧୬ ଜଣ ରିପବ୍ଲିକାନ ସିନେଟର୍ସଙ୍କ ସମର୍ଥନ ଆବଶ୍ୟକ ପଡିବ। ଯଦି ଏହା ସମ୍ଭବ ହୁଏ ତାହେଲେ ଆଗାମୀ ସମୟ ଟ୍ରମ୍ପଙ୍କ ପାଇଁ ବଡ ବିପଦ ସୃଷ୍ଟି କରିବ।