Indian Citizen: ନିଜ ଦେଶ ଛାଡ଼ି ବିଦେଶରେ ରହିବା କ୍ଷେତ୍ରରେ ଭାରତର ସ୍ଥାନ କେତେ? ଜାଣନ୍ତୁ ଟପ୍ 10 ତାଲିକା
Advertisement
Article Detail0/zeeodisha/odisha1516759

Indian Citizen: ନିଜ ଦେଶ ଛାଡ଼ି ବିଦେଶରେ ରହିବା କ୍ଷେତ୍ରରେ ଭାରତର ସ୍ଥାନ କେତେ? ଜାଣନ୍ତୁ ଟପ୍ 10 ତାଲିକା

Indian Citizen Live Abroad: ଯେଉଁଠାରେ ଭାରତର ଲୋକମାନେ ଅଲଗା ଅଲଗା ଦେଶରେ ବହୁ ସଂଖ୍ୟାରେ ରହିଛନ୍ତି। ଏହା କେବଳ ରହିବା କ୍ଷେତ୍ର ନୁହେଁ ଶିକ୍ଷା ଗ୍ରହଣ ସହ ଅନ୍ୟାନ୍ୟ କ୍ଷେତ୍ରରେ ଏହି ସଂଖ୍ୟା ବଢିଛି। ନିଜ ଦେଶ ଛାଡି ବାହାର ଦେଶରେ ରହିବା ନେଇ ଭାରତ ନମ୍ବର ୱାନରେ ରହିଛି।  

Indian Citizen: ନିଜ ଦେଶ ଛାଡ଼ି ବିଦେଶରେ ରହିବା କ୍ଷେତ୍ରରେ ଭାରତର ସ୍ଥାନ କେତେ? ଜାଣନ୍ତୁ ଟପ୍ 10 ତାଲିକା

Indian Citizen: ପଢା କ୍ଷେତ୍ରରେ ହେଉ ବା ଜୀବିକା କ୍ଷେତ୍ରରେ ନିଜ ଦେଶରୁ ଯାଇ ଅନ୍ୟ ଦେଶରେ ରହିବାକୁ ଲୋକମାନେ ବେଶ ପସନ୍ଦ କରୁଛନ୍ତି। ସେମିତି ଦେଖିବାକୁ ଗଲେ ଭାରତୀୟ ମାନେ ହେଉଛନ୍ତି ଦୁନିଆର ସବୁଠୁ ବଡ ବିଦେଶୀ ଯେଉଁମାନେ ପ୍ରବାସୀ ଭାବେ ଅନ୍ୟଦେଶରେ ବସବାସ କରୁଛନ୍ତି । ପ୍ରବାସୀ ଭାରତୀୟ ଭାବେ ସେମାନଙ୍କ ସଂଖ୍ୟା ହେଉଛି ୧.୮ କୋଟି ବା ୧୮ ମିଲିୟନ। ଏହି ସଦ୍ୟ ରିପୋର୍ଟ ଦେଇଛି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ଫର ମାଇଗ୍ରେସନ୍ (IOM)। ରିପୋର୍ଟ ଅନୁଯାୟୀ, ମେକ୍ସିକୋ ୧.୧୮ କୋଟି ସହିତ ଦ୍ୱିତୀୟ ସ୍ଥାନରେ ଏବଂ ଚାଇନା ତୃତୀୟ ସ୍ଥାନରେ ରହିଛି। ଯାହାର ଏକ କୋଟି ଲୋକ ବିଦେଶରେ ରୁହନ୍ତି। ଆଉ ଏହି ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ବର୍ଷ ୨୦୧୫ ପରଠାରୁ କ୍ରମାଗତ ଭାବରେ ଆଗରେ ରହିଛି।

ମେକ୍ସିକୋର ପ୍ରବାସୀ ବିଶେଷ କରି ଆମେରିକାରେ ରୁହନ୍ତି। ଯେଉଁଠାରେ ଭାରତର ଲୋକମାନେ ଅଲଗା ଅଲଗା ଦେଶରେ ବହୁ ସଂଖ୍ୟାରେ ରହିଛନ୍ତି। ଏହା କେବଳ ରହିବା କ୍ଷେତ୍ର ନୁହେଁ ଶିକ୍ଷା ଗ୍ରହଣ ସହ ଅନ୍ୟାନ୍ୟ କ୍ଷେତ୍ରରେ ଏହି ସଂଖ୍ୟା ବଢିଛି। ଗତ ଦୁଇବର୍ଷରେ ୭୭.୨ ଲକ୍ଷ ଭାରତୀୟ ପ୍ରବାସୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।ପ୍ରବାସୀଙ୍କ ପାଇଁ ସବୁଠାରୁ ବଡ଼ ଦେଶ ହେଉଛି ଆମେରିକା। ଏଠାରେ ପାଖାପାଖି ୫.୧ କୋଟି ପ୍ରବାସୀ ରହୁଛନ୍ତି ଯାହା ବିଶ୍ୱର ଜନସଂଖ୍ୟାର ୩.୫ ପ୍ରତିଶତ ବୋଲି କୁହାଯାଉଛି।

ସେହିପରି ପ୍ରବାସୀଙ୍କ ମଧ୍ୟରୁ ସବୁଠାରୁ ଅଧିକ ଅର୍ଥାତ୍ ୧୪.୧ କୋଟି ଲୋକ ୟୁରୋପ ଓ ଉତ୍ତର ଆମେରିକା ମହାଦ୍ୱୀପରେ ରହୁଛନ୍ତି। ସେହିପରି ପ୍ରବାସୀଙ୍କ ମଧ୍ୟରୁ ଅଧିକ ପୁରୁଷ ରହୁଛନ୍ତି । ଯାହା ୫୨ ପ୍ରତିଶତ ବୋଲି କୁହାଯାଉଛି। ପାଖାପାଖି ୧୬.୪ କୋଟି ପ୍ରବାସୀ ଜୀବିକା ଅନୁସନ୍ଧାନରେ ଥିବା ରିପୋର୍ଟରେ ଦର୍ଶାଯାଇଛି।

ଭାରତ (India)- ୧.୮ କୋଟି 
ମେକ୍ସିକୋ(Mexico)- ୧.୧ କୋଟି
ଋଷ Russia)- ୧.୧ କୋଟି
ଚୀନ୍(China)- ୧ କୋଟି
ସିରିୟା (Syria)- ୮୦ ଲକ୍ଷ 
ବାଂଲାଦେଶ(Bangladesh)- ୭୦ ଲକ୍ଷ
ପାକିସ୍ତାନ(Pakistan)- ୬୦ ଲକ୍ଷ
ୟୁକ୍ରେନ (Ukraine)- ୬୦ ଲକ୍ଷ
ଫିଲିଫିନ୍ସ(Philippines)- ୬୦ ଲକ୍ଷ
ଆଫଗାନିସ୍ତାନ (Afghanistan)- ୬୦ ଲକ୍ଷ

IOM ବିଦେଶ ଯାଉଥିବା ଯାତ୍ରୀମାନଙ୍କର ରେକର୍ଡ ଗୁଡିକ ପରିଚାଳନା କରେ।  ଭ୍ରମଣର ଉଦ୍ଦେଶ୍ୟ ମାନୁଆଲ ଭାବରେ ପରିଚାଳନା କରାଯାଏ। ଭ୍ରମଣକାରୀ ଯାତ୍ରୀଙ୍କ ଭିସା ଉପରେ ବିଦେଶ ଯିବାର ଉଦ୍ଦେଶ୍ୟ ଉଲ୍ଲେଖ କରାଯାଇଛି। ଗତ ବର୍ଷ ଜାନୁଆରୀରୁ ନଭେମ୍ବର ମଧ୍ୟରେ ଭାରତରୁ ୪.୪ ଲକ୍ଷ ଛାତ୍ର ବିଦେଶ ଯାଇଥିଲେ। ଏହି ସଂଖ୍ୟା ୨୦୧୯ ରେ ୦.୫୮ ମିଲିୟନ ଏବଂ ୨୦୧୮ ରେ ୦.୫୨ ମିଲିୟନ ଥିଲା।

Also Read: Russia Ukraine War: ଋଷ ସେନାଙ୍କ ତାଣ୍ଡବ ପରେ ବି କାହିଁକି ଯୁଦ୍ଧ ବିରାମ ଘୋଷଣା କଲେ ପୁଟିନ୍, ଏହା ହେଉଛି ବଡ଼ କାରଣ

Also Read: Russia Ukraine War: ଋଷିଆକୁ ଲାଗିଲା ଜୋରଦାର ଝଟକା, ୮୦୦ ସୈନ୍ୟଙ୍କୁ ହତ୍ୟା କରିଥିବା ନେଇ ଦାବି କଲା ୟୁକ୍ରେନ

Also Read: Thalapathy Vijay: ୨୨ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ କି ବିଜୟ?