IMA ର ଦାବି: ଯଥାଶୀଘ୍ର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉ
Advertisement
Article Detail0/zeeodisha/odisha879536

IMA ର ଦାବି: ଯଥାଶୀଘ୍ର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉ

ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ନୁହେଁ ବରଂ ଦେଶରେ ଯଥାଶୀଘ୍ର ୧୮ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଟିକାକରଣରେ ସାମିଲ କରାଯାଉ ।

IMA ର ଦାବି: ଯଥାଶୀଘ୍ର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉ

ନୂଆଦିଲ୍ଲୀ: ଦିନକୁ ଦିନ ସାରା  ଦେଶରେ ପୁଣିଥରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । କେତେବେଳେ ୯୦ ହଜାର ୧ ଲକ୍ଷ ପାର୍ କରୁଛି ସଂକ୍ରମଣ । ମୃତ୍ୟୁରେ ବି ବ୍ରେକ ଲାଗୁନି । ସାରା ଦେଶରେ କୋରୋନା ଭାଇରସ୍ ସଂକ୍ରମଣର ଗ୍ରାଫ୍ ଉପରକୁ ବଢୁଥିବା ବେଳେ ମାମଲା ମଧ୍ୟରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ନୁହେଁ ବରଂ ଦେଶରେ ଯଥାଶୀଘ୍ର ୧୮ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଟିକାକରଣରେ ସାମିଲ କରାଯାଉ ।

ଦେଶରେ ଗତଦିନ ଧରି ଲଗାତାର କୋରୋନା (Corona) ମାମଲା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଗୁଡ଼ିକରେ କୋରୋନା କଟକଣାକୁ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ ଆଜି ଠାରୁ ଦେଶର ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଉଛି । ସବୁଦିନ ରାତି ୧୦ ଟାରୁ ସକାଳ ୫ଟା ଯାଏ  ଏହି କଟକଣାକୁ କଡ଼ାକଡ଼ି କରାଯିବ। ଅପରପଟେ, ଇଣ୍ଡିଆନ ମେଡିକାଲ ଆସୋସିଏସନ ପ୍ରଧାନମନ୍ତ୍ରୀ (Prime Minister) ଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ, ଆମେ ବର୍ତ୍ତମାନ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରୁଛୁ। ସଂକ୍ରମଣର ଦ୍ୱିତୀୟ ଲହରର ଦ୍ରୁତ ପ୍ରସାରକୁ ଦୃଷ୍ଟିରେ ରଖି ଆମେ ପରାମର୍ଶ ଦେଉଛୁ ଯେ ଟୀକାକରଣ ଅଭିଯାନର ରଣନୀତି ତୁରନ୍ତ ଆଗକୁ ନିଆଯାଉ ।

Also Read: WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee

ଡାକ୍ତର ସଂଗଠନ ଆଇଏମଏ କହିଛି, "କୋଭିଡ -19 ଟୀକାକରଣ (Covid19 Vaccination) ଅଭିଯାନ ସମ୍ବନ୍ଧରେ, ଆମେ ପରାମର୍ଶ ଦେଉଛୁ ଯେ, ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ଏବଂ କୋଭିଡ ଟୀକାକରଣର ସୁବିଧା ଦିଆଯାଉ। ଏହା ମାଗଣା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତର ହେବା ଉଚିତ।" ଘରୋଇ ଡାକ୍ତରଖାନା ସହିତ ଟୀକାକରଣ ଅଭିଯାନରେ ଘରୋଇ କ୍ଲିନିକ (Clinic) ଗୁଡିକ ସକ୍ରିୟ ଭାବରେ ଜଡିତ ହେବା ଉଚିତ ବୋଲି ଆଇଏମଏ (IMA) ମଧ୍ୟ ପରାମର୍ଶ ଦେଇଛି।

Also Read:  ଦିଲ୍ଲୀ-ମହାରାଷ୍ଟ୍ରରେ ଥମୁନି କୋରୋନାର ପ୍ରକୋପ, ଏହି ୧୧ଟି ରାଜ୍ୟର ସ୍ଥିତି ଚିନ୍ତାଜନକ

ଆଇଏମଏ (IMA) କହିଛି ଯେ, ମହାମାରୀର ଦ୍ୱିତୀୟ ଲହର ରେକର୍ଡ ସ୍ତରରେ ପହଞ୍ଚିଛି। ବ୍ୟାପକ ସ୍ତରରେ ଟୀକାକରଣ (Corona Vaccination) କାର୍ଯ୍ୟକାରୀ କରିବା ଏବଂ ଆତ୍ମବିଶ୍ୱାସ ଫେରାଇବା ପାଇଁ ସରକାରୀ ତଥା ବେସରକାରୀ ଅଂଶଗ୍ରହଣ ସହିତ ଜିଲ୍ଲା ସ୍ତରରେ ଟୀକାକରଣ ଟାସ୍କଫୋର୍ସ (Task Force) ଗଠନ କରିବାକୁ ସଂଗଠନ ପରାମର୍ଶ ଦେଇଛି।