Indian Railway: ୧୦୦ ବର୍ଷ ପରେ ଦ୍ୱିତୀୟ ରେଳ ଷ୍ଟେସନ ପାଇଲା ଏହି ପୂର୍ବୋତ୍ତର ରାଜ୍ୟ
Advertisement
Article Detail0/zeeodisha/odisha1325670

Indian Railway: ୧୦୦ ବର୍ଷ ପରେ ଦ୍ୱିତୀୟ ରେଳ ଷ୍ଟେସନ ପାଇଲା ଏହି ପୂର୍ବୋତ୍ତର ରାଜ୍ୟ

North East Frontier Railway: ଉତ୍ତର ପୂର୍ବ ରାଜ୍ୟର ସମସ୍ତ ରାଜଧାନୀକୁ ରେଳପଥ ସହିତ ସମୟ ସୀମା ମଧ୍ୟରେ ସଂଯୋଗ କରିବା ପାଇଁ କାର୍ଯ୍ୟ କରୁଛି ଭାରତୀୟ ରେଳବାଇ।

Indian Railway: ୧୦୦ ବର୍ଷ ପରେ ଦ୍ୱିତୀୟ ରେଳ ଷ୍ଟେସନ ପାଇଲା ଏହି ପୂର୍ବୋତ୍ତର ରାଜ୍ୟ

Shokhuvi Railway Station: ଦେଶର ଭିତ୍ତିଭୂମି ବିକାଶ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରିବା ଜାରି ରଖିଛନ୍ତି ମୋଦି ସରକାର। ଦେଶରେ ରାଜପଥ ନିର୍ମାଣ ହେଉ କିମ୍ବା ଦୂରବର୍ତ୍ତୀ ଅଞ୍ଚଳକୁ ରେଳ ସଂଯୋଗ ସହିତ ସଂଯୋଗ କରିବା କାର୍ଯ୍ୟ। ଏହି ପର୍ଯ୍ୟାୟରେ ଗତ ଶୁକ୍ରବାର ଦିନ ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡର ଶୋଖୁଭି ଠାରେ ଏକ ନୂତନ ରେଳ ଷ୍ଟେସନ ପ୍ରତିଷ୍ଠା କରାଯାଇଛି। ଏହି ରେଳଷ୍ଟେସନ ପ୍ରତିଷ୍ଠା ହୋଇସାରିବା ସେଠାରୁ ରେଳ ସେବା ଆରମ୍ଭ ହୋଇଛି। କୌତୁହଳର ବିଷୟ ହେଉଛି ଦେଶର ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡ ୧୦୦ ବର୍ଷରୁ ଅଧିକ ସମୟ ପରେ ଆଉ ଏକ ରେଳ ଷ୍ଟେସନ ପାଇଛି। ଗତ ୧୯୦୩ ମସିହାରେ ରାଜ୍ୟର ବାଣିଜ୍ୟିକ କେନ୍ଦ୍ର କୁହାଯାଉଥିବା ଦିମାପୁର ଠାରେ ଏକ ରେଳ ଷ୍ଟେସନ ଉଦଘାଟନ କରାଯାଇଥିଲା।

ଗତ ଶୁକ୍ରବାର ରାଜ୍ୟର ଶୋଖୁଭି ରେଳ ଷ୍ଟେସନ (Shokhuvi Railway Station) ଠାରେ ଡୋନ୍ୟି ପୋଲୋ ଏକ୍ସପ୍ରେସ କୁ ସବୁଜ ପତାକା ଦେଖାଇ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଇଥିଲେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନୀଫିଉ ରିଓ (Nagaland  CM Neiphiu Rio)। ଏହି ଟ୍ରେନ୍ ଆସାମ ରାଜଧାନୀ ଗୌହାଟି (Assam Capital Guwahati) ଠାରୁ ଅରୁଣାଚଳ ପ୍ରଦେଶର ନହରଲାଗୁନ୍ (Arunachal Pradesh Naharlagun Railway Station) ପର୍ଯ୍ୟନ୍ତ ଚଳାଚଳ କରୁଥିଲା। ବର୍ତ୍ତମାନ ଏହା ଦିମାପୁର (Dimapur) ଠାରୁ କିଛି କିଲୋମିଟର ଆଗରେ ଥିବା ଶୁଖୁଭି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଶୁଖୋଭି ରେଳ ଷ୍ଟେସନ ପର୍ଯ୍ୟନ୍ତ ଡୋନ୍ୟି ପୋଲୋ ଏକ୍ସପ୍ରେସ ସମ୍ପ୍ରସାରଣ ହେବା ପରେ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ (Nagaland to Arunachal Pradesh) ସିଧାସଳଖ ରେଳ ସେବା ସହିତ ସଂଯୁକ୍ତ ହୋଇଯିବ। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ରିଓ ଟ୍ୱିଟ୍ କରି କହିଥିଲେ ରାଜ୍ୟ ପାଇଁ ଏହା ଏକ ଐତିହାସିକ କାର୍ଯ୍ୟ। ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟର ବ୍ୟବଧାନ ପରେ ଧନସାରୀ-ଶୁଖୋଭି ରେଳ ଲାଇନ (Dhansari Shokhuvi Railway Line) ହେଉଛି ରାଜ୍ୟ ଦ୍ୱିତୀୟ ରେଳ ଟର୍ମିନାଲ ମାନ୍ୟତା ପାଇଛି। ଅଗଷ୍ଟ ୨୬ ତାରିଖରୁ ଶୋଖୁଭି ରେଳ ଷ୍ଟେସନ ଠାରୁ ସ୍ୱାଭାବିକ ରେଳ ସେବା ଆରମ୍ଭ ହୋଇଛି। 

Also Read: Trial of Rapid Rail: ବୁଲେଟ ଟ୍ରେନ ପରେ ଦେଶରେ ଦୌଡିବ ରାପିଡ଼ ରେଲ

ଏନେଇ ପ୍ରତିକ୍ରିୟା ରଖି ଉତ୍ତର ପୂର୍ବ ସୀମାନ୍ତ ରେଳବାଇ (North East Frontier Railway) ମୁଖ୍ୟ ପ୍ରବନ୍ଧକ ଅନସୁଲ ଗୁପ୍ତା କହିଛନ୍ତି ଯେ ଭାରତୀୟ ରେଳବାଇ ପାଇଁ (Indian Railway) ଏହା ଏକ ଗର୍ବର ମୁହୂର୍ତ୍ତ ଯାହା ଉତ୍ତର ପୂର୍ବ ରାଜ୍ୟର (North East India State) ସମସ୍ତ ରାଜଧାନୀକୁ ରେଳପଥ ସହିତ ସମୟ ସୀମା ମଧ୍ୟରେ ସଂଯୋଗ କରିବା ପାଇଁ କାର୍ଯ୍ୟ କରୁଛି। ଆସାମର ଧାନସିରୀ ଠାରୁ ନାଗାଲାଣ୍ଡର କୋହିମା ଜିଲ୍ଲାର (Nagaland Kohima District) ଜୁବା ପର୍ଯ୍ୟନ୍ତ ୯୦ କିଲୋମିଟର ବ୍ରଡ ଗେଜ୍ ମାର୍ଗର ମୂଳଦୁଆ ଗତ ୨୦୧୬ ବର୍ଷରେ ସ୍ଥାପନ କରାଯାଇଥିଲା। ଯଦିଓ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ସମୟସୀମା ୨୦୨୦ ବର୍ଷରୁ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ରେଳ ଲାଇନ ନାଗାଲାଣ୍ଡ ରାଜଧାନୀ କୋହିମା (Nagaland Capital Kohima) ଠାରୁ ମଣିପୁର ରାଜଧାନୀ ଇମ୍ଫାଲ (Manipur Capital Imphal) ଦେଇ ମିଜୋରାମ ରାଜଧାନୀ ଆଇଜଲ (Mizoram Capital Izwal) ପର୍ଯ୍ୟନ୍ତ ବିସ୍ତାର କରାଯିବ।