ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଛୋଟ ରୁଟରେ ପ୍ରତିଦିନ ଚାଲିବ ଅଣ ସଂରକ୍ଷିତ ଟ୍ରେନ୍!
Advertisement

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଛୋଟ ରୁଟରେ ପ୍ରତିଦିନ ଚାଲିବ ଅଣ ସଂରକ୍ଷିତ ଟ୍ରେନ୍!

ଟ୍ରେନ୍ ନମ୍ବର 04729 ଫାଜିଲ୍କା-ରେୱାରୀ ଅଣ ସଂରକ୍ଷିତ ଦୈନିକ ସ୍ୱତନ୍ତ୍ର ମାର୍ଚ୍ଚ ୭ରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ରେୱାରୀରୁ ସକାଳ ୦୪.୪୦ ମିନିଟରେ ପ୍ରସ୍ଥାନ କରିବ ଏବଂ ସେହି ଦିନ ଅପରାହ୍ନ ୧୬.୦୦ରେ ଫାଜିଲ୍କା ପହଞ୍ଚିବ । 

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଛୋଟ ରୁଟରେ ପ୍ରତିଦିନ ଚାଲିବ ଅଣ ସଂରକ୍ଷିତ ଟ୍ରେନ୍!

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ (Indian Railways) ବିଭିନ୍ନ ରୁଟରେ ଅଣ ସଂରକ୍ଷିତ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ସମସ୍ତ ଟ୍ରେନ୍ ରେୱାରୀ, ଭଟିଣ୍ଡା, ଅମ୍ବାଲା, ଶ୍ରୀଗଙ୍ଗାନଗର, ନଙ୍ଗଲଡ୍ୟାମ୍, ଫାଜିଲ୍କା, ଦୌଲତପୁର ଚକ୍, ଦିଲ୍ଲୀ ଜଙ୍କସନ ଇତ୍ୟାଦି ରୁଟରେ ଚାଲିବ ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ LIC ସମେତ ଏହି ପଲିସି ସହ ଜଡିତ ନିୟମ, ଜାଣି ନିଅନ୍ତୁ ନଚେତ ହୋଇପାରେ କ୍ଷତି

୧. ଟ୍ରେନ୍ ନମ୍ବର 04729 ଫାଜିଲ୍କା-ରେୱାରୀ ଅଣ ସଂରକ୍ଷିତ ଦୈନିକ ସ୍ୱତନ୍ତ୍ର ମାର୍ଚ୍ଚ ୭ରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ରେୱାରୀରୁ ସକାଳ ୦୪.୪୦ ମିନିଟରେ ପ୍ରସ୍ଥାନ କରିବ ଏବଂ ସେହି ଦିନ ଅପରାହ୍ନ ୧୬.୦୦ରେ ଫାଜିଲ୍କା ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ଟ୍ରେନ୍ ନମ୍ବର 04730 ଫାଜିଲ୍କା-ରେୱାରୀ ଅଣ ସଂରକ୍ଷିତ ଦୈନିକ ସ୍ପେଶାଲ୍ ମାର୍ଚ୍ଚ ୮ରୁ ଫାଜିଲ୍କାରୁ ସକାଳ ୦୮.୪୫ ରେ ଛାଡ଼ିବ ଏବଂ ସେହି ଦିନ ରାତି ୨୦.୪୦ରେ ରେୱାରୀରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

୨. ଏହା ବ୍ୟତୀତ ଟ୍ରେନ୍ ନମ୍ବର 04735 ଶ୍ରୀଗଙ୍ଗାନଗର-ଅମ୍ବାଲା ଅଣ ସଂରକ୍ଷିତ ଦୈନିକ ସ୍ୱତନ୍ତ୍ର ତୁରନ୍ତ ପ୍ରଭାବ ସହିତ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଶ୍ରୀଗଙ୍ଗାନଗରରୁ ପୂର୍ବାହ୍ନ ୧୧.୧୦ ମିନିଟରେ ପ୍ରସ୍ଥାନ କରି ସେହି ଦିନ ସନ୍ଧ୍ୟା ୧୯.୩୦ ମିନିଟରେ ଅମ୍ୱାଲା ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ଟ୍ରେନ୍ ନମ୍ବର 04736 ଅମ୍ବାଲା-ଶ୍ରୀଗଙ୍ଗାନଗର ଅଣ ସଂରକ୍ଷିତ ଦୈନିକ ସ୍ପେଶାଲ୍ ମାର୍ଚ୍ଚ ୬ରୁ ଅମ୍ବାଲାରୁ ସକାଳ ୬.୩୫ ମିନିଟରେ ପ୍ରସ୍ଥାନ କରି ଅପରାହ୍ନ ୧୫.୧୦ ମିନିଟରେ ଶ୍ରୀଗଙ୍ଗାନଗର ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ମହଙ୍ଗା ଭତ୍ତା ସହ ବଢ଼ିବ ଭ୍ରମଣ ଭତ୍ତା!

୩. 04554 ଦୌଲତପୁର ଚକ୍-ଦିଲ୍ଲୀ ଜଙ୍କସନ ଦୈନିକ ସ୍ପେଶାଲ ମାର୍ଚ୍ଚ ୭ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ ଦୌଲତପୁର ଚକରୁ ରାତି ୨୦.୨୦ ମିନିଟରେ ପ୍ରସ୍ଥାନ କରି ଆଗାମୀ ଦିନ ସକାଳ ୦୫.୦୦ରେ ଦିଲ୍ଲୀ ଜଙ୍କସନରେ ପହଞ୍ଚିବ । ଫେରିବା ରୁଟରେ 04553 ଦିଲ୍ଲୀ ଜଙ୍କସନ-ଦୌଲତପୁର ଚକ୍ ମାର୍ଚ୍ଚ ୮ରୁ ଅଗ୍ରୀମ ସୂଚନା ପର୍ଯ୍ୟନ୍ତ ଦିଲ୍ଲୀ ଜଂ.ରୁ ରାତି ୨୨.୫୦ ମିନିଟରେ ଛାଡି ପରଦିନ ସକାଳ ୦୮.୨୦ ମିନିଟରେ ଦୌଲତପୁର ଚକରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି

୪. 04513 ନାଙ୍ଗାଲଡ୍ୟାମ୍-ଦୌଲତପୁର ଚକ୍ ଦୈନିକ ସ୍ପେଶାଲ ଆଗାମୀ ସୂଚନା ପର୍ଯ୍ୟନ୍ତ ମାର୍ଚ୍ଚ ୭ରୁ ନାଙ୍ଗାଲଡ୍ୟାମ୍ରୁ ସନ୍ଧ୍ୟା ୧୮.୦୦ରେ ପ୍ରସ୍ଥାନ କରି ସେହିଦିନ ସନ୍ଧ୍ୟା ଦୌଲତପୁର ଚକରେ ପହଞ୍ଚିବ । ଫେରିବା ଦିଗରେ 04514 ଦୌଲତପୁର ଚକ୍-ନାଙ୍ଗାଲଡ୍ୟାମ୍ ଦୈନିକ ସ୍ୱତନ୍ତ୍ର ମାର୍ଚ୍ଚ ୯ରୁ ଅଗ୍ରିମ  ସୂଚନା ପର୍ଯ୍ୟନ୍ତ ଦୌଲତପୁର ଚକରୁ ସକାଳ ୦୯.୧୫ ମିନିଟରେ ଛାଡି ସେହି ଦିନ ସକାଳ ୧୦.୪୦ ମିନିଟରେ ନାଙ୍ଗାଲଡ୍ୟାମରେ ପହଞ୍ଚିବ ।