କ'ଣ ସଂସ୍କୃତ କମ୍ପ୍ୟୁଟର ପାଇଁ ସବୁଠୁ ଉପଯୁକ୍ତ ଭାଷା?
Advertisement

କ'ଣ ସଂସ୍କୃତ କମ୍ପ୍ୟୁଟର ପାଇଁ ସବୁଠୁ ଉପଯୁକ୍ତ ଭାଷା?

ଆପ୍ଲିକେସନ୍ ସଫ୍ଟୱେୟାର ତିଆରି କରିବା ପାଇଁ କମ୍ପ୍ୟୁଟର ଭାଷାରେ କୋଡିଂ ବ୍ୟବହାର କରାଯାଇଥାଏ।

 
 

କ'ଣ ସଂସ୍କୃତ କମ୍ପ୍ୟୁଟର ପାଇଁ ସବୁଠୁ ଉପଯୁକ୍ତ ଭାଷା?

ଅମିତ ମହାନ୍ତି, ନୂଆଦିଲ୍ଲୀ: ଫୋନ୍ (Phone) ଏବଂ ଇଣ୍ଟରନେଟ (Internet) ର ଅଧିକ ଚାହିଦା କାରଣରୁ ଏବେ ମିଛ ଖବର (Fake News) ପ୍ରସାରଣ ବଢିଯାଇଛି। ଇଣ୍ଟରନେଟରେ ଅନେକ ମନଗଢ଼ା ଖବର ଚଳାଯାଇଥାଏ ଏବଂ ଲୋକେ ବିନା କୌଣସି ଯାଞ୍ଚ୍ କରି ତାହାକୁ ମାନି ନେଇଥାନ୍ତି। ଏମିତି ଏକ ଫେକ୍ ନ୍ୟୁଜ ଚାଲିଛି, ଯେଉଁଥିରେ କୁହାଯାଉଛି କି 'ସଂସ୍କୃତ କ୍ୟମ୍ପୁଟର ପାଇଁ ବେଶ ଅନୁକୁଳ ଭାଷା'। 

ଏହା ହୋଇଥାଇ ପାରେ କି ଆପଣ ଏହି ଖବର ଅନେକ ଥର ଦେଖିଥିବେ। ହେଲେ କମ୍ପ୍ୟୁଟରରେ ସଂସ୍କୃତର ବ୍ୟବହାର ନେଇ ପ୍ରମାଣ ଦୂରର କଥା, ଏହି ଫେକ୍ ନ୍ୟୁଜରେ କୁହା ମଧ୍ୟ ଯାଇନାହିଁ କି କମ୍ପ୍ୟୁଟର କୋଡିଂ  (Computer Coding) କିମ୍ବା ପ୍ରୋଗ୍ରାମିଂ (Computer Programming) ରେ ସଂସ୍କୃତ କିଭଳି ଉପଯୁକ୍ତ।

ଆପ୍ଲିକେସନ୍ ସଫ୍ଟୱେୟାର୍ (Application Software) ତିଆରି କରିବା ପାଇଁ କମ୍ପ୍ୟୁଟର ଭାଷାରେ କୋଡିଂ ବ୍ୟବହାର କରାଯାଇଥାଏ। ଏଥିପାଇଁ ସୋସିଆଲ ମିଡିଆ (Social Media) ଏବଂ ଇଣ୍ଟରନେଟରେ ଏହା ଦାବି କରାଯାଉଛି କି ସଂସ୍କୃତ କୋଡିଂ ପାଇଁ ଏବଂ କମ୍ପ୍ୟୁଟରକୁ କମାଣ୍ଡ୍ (Command) ଅର୍ଥାତ ନିର୍ଦ୍ଦେଶ ଦେବା ପାଇଁ ସବୁଠୁ ଉପଯୁକ୍ତ ଭାଷା। 

 

fallback

ଏଥିରେ କୁହାଯାଇ ନାହିଁ କି ସଂସ୍କୃତର ବ୍ୟବହାର କୋଡିଂରେ କିପରି କରାଯିବ ଏବଂ ନାଁ ତ କୌଣସି ସଫ୍ଟୱେୟାର ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା ସଂସ୍କୃତର କୋଡିଂରେ ତିଆରି ହୋଇଥିବ। ଏହାର କାରଣ ବେଶ ସ୍ପଷ୍ଟ। କୋଡିଂ କେବଳ ସେହି କମ୍ପ୍ୟୁଟର ଭାଷାରେ କରାଯାଇପାରେ, ଯେଉଁ କମ୍ପ୍ୟୁଟର ସିଷ୍ଟମ କମାଣ୍ଡକୁ ପୁରଣ କରିବା ପୂର୍ବରୁ ଯନ୍ତ୍ରର ଭାଷା ବଦଳା ଯାଇପାରିବ।

କେଉଁଠୁ ଆସିଲା ଫେକ୍ ନ୍ୟୁଜ ?
ଏହି ଫେକ୍ ନ୍ୟୁଜର ଆରମ୍ଭ ୱାର୍ଲ୍ଡ ୱାଇଡ ୱେବ-ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ "World Wide Web" ପୂର୍ବରୁ ହୋଇଥିଲା। ଏହି ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଯୋଗୁ ଇଣ୍ଟରନେଟ୍ ବ୍ୟବହାର ବେଶ ସହଜ ହୋଇଥିଲା । ୧୯୮୫ ମସିହାରରେ ନାସା ଗବେଷକ ରିକ୍ ବ୍ରିଗ୍ସ (NASA researcher Rick Briggs) , ଏଆଇ ମାଗାଜିନ୍ (AR Magazine) ମାଧ୍ୟମରେ ଏକ ଗବେଷଣା ପ୍ରକାଶିତ କରିଥିଲେ। ଏହି ଗବେଷଣାର ଶୀର୍ଷକ ଥିଲା, ''ନଲେଜ୍ ରିପ୍ରେଜେଣ୍ଟେସନ୍ ଇନ୍ ସଂସ୍କୃତ ଆଣ୍ଡ୍ ଆର୍ଟିଫିସିଆଲ ଲାଙ୍ଗୁଏଜ୍'', ଅର୍ଥାତ୍ ସଂସ୍କୃତ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଜ୍ଞାନର ପ୍ରତିନିଧିତ୍ୱ। 

ଏହି ରିସର୍ଚ୍ଚ ପେପର୍ (Research Paper) କମ୍ପ୍ୟୁଟର ସହ କଥା ହେବା ପାଇଁ ପ୍ରାକୃତିକ ଭାଷାର ବ୍ୟବହାର ଉପରେ କେନ୍ଦ୍ରୀତ ଥିଲା । ସେ ରିସର୍ଚ୍ଚ ପେପରରେ ଯେଉଁ ସୂଚନା ଦେଇଥିଲେ, ସେଥିରୁ ଭୁଲ ଅର୍ଥ ବାହାର କରି ଏହାକୁ ଫେକ୍ ନ୍ୟୁଜ ଭାବେ ବାହାର କରାଗଲା । ବ୍ରିଗ୍ସଙ୍କ କହିବା ଅନୁସାରେ, 'ବଡ଼ ସ୍ତରରେ ଏମିତି ବିଶ୍ୱାସ ଅଛି କି ପ୍ରାକୃତିକ ଭାଷା ଅନେକ ବିଚାରର ଟ୍ରାନ୍ସମିଶନ ପାଇଁ ସଠିକ ନୁହେଁ, ଅନ୍ୟପଟେ ଆର୍ଟିଫିସିଆଲ ଲାଙ୍ଗୁଏଜ୍ ବେଶ ସଠିକ ଭାବେ କାମ କରିପାରେ। ହେଲେ ସେମିତି ନୁହେଁ। ସଂସ୍କୃତି ଏମିତି ଏକ ଭାଷା, ଯାହା ୧୦୦୦ ବର୍ଷ ଯାଏ ଜୀବିତ ହୋଇ ରହିଛି ।

ରିସର୍ଚ୍ଚ ପେପରରେ ବ୍ରିଗ୍ସ କହିଥିଲେ କି ଏହା ଏମିତି ଗୋଟିଏ ଭାଷା, ଯେଉଁଥିରେ ପ୍ରଚୁର ସାହିତ୍ୟ ରହିଛି। ସେ ଏହା କହିନଥିଲେ କି କେବଳ ଏହା ହିଁ ଏକ ଭାଷା ଯେଉଁଥିରେ ବିଶେଷତା ରହିଛି। ଏହି ରିସର୍ଚ୍ଚ ପେପରକୁ ଭୁଲ ଭାବେ ଅର୍ଥ ବାହାର କରି ଫେକ୍ ନ୍ୟୁଜ କରାଯାଇଥିବା ବୋଲି ସେ କହିଛନ୍ତି।

ପ୍ରାକୃତିକ ଭାଷାରେ କୋଡିଂ
କମ୍ପ୍ୟୁଟର କମାଣ୍ଡ ପୁରଣ କରିବା ପାଇଁ ପ୍ରଥମେ କୋଡିଂ, ମେସିନ ଭାଷାକୁ ବଦଳାଇଥାଏ। ଏବେ ଇଂରାଜୀ ଛଡ଼ା ଅନ୍ୟ କମ୍ପ୍ୟୁଟର ଭାଷା ଗୁଡ଼ିକୁ ବିକଶିତ କରି ନିଆଯାଇଛି। ଏହିପରି ସଂସ୍କୃତରେ କୋଡୱାର୍ଡ୍ ଜରିଆରେ ଏକ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ ତିଆରି କରି ହେବ। ସଂସ୍କୃତ କିମ୍ବା ଅନ୍ୟ ଭାଷା କମ୍ପ୍ୟୁଟର ଓ କୋଡିଂ ପାଇଁ ସବୁଠୁ ଉପଯୁକ୍ତ ଏଯାଏଁ ସାବ୍ୟସ୍ତ ହୋଇପାରିନାହିଁ।