କୃଷକ ଆନ୍ଦୋଳନ ବେଳେ ଆଇଏସଆଇ ଚଳାଇଛି ଖଲିସ୍ତାନ ଗଠନ ଅଭିଯାନ! ମିଳିଲା ଏପରି ପ୍ରମାଣ
Advertisement

କୃଷକ ଆନ୍ଦୋଳନ ବେଳେ ଆଇଏସଆଇ ଚଳାଇଛି ଖଲିସ୍ତାନ ଗଠନ ଅଭିଯାନ! ମିଳିଲା ଏପରି ପ୍ରମାଣ

କୃଶକ ଆନ୍ଦୋଳନ ବେଳେ ସ୍ୱତନ୍ତ୍ର ଖଲିସ୍ତାନ ରାଷ୍ଟ୍ର ଗଠନ କରିବାକୁ ଉଠିଲାଣି ସ୍ୱର। 

କୃଷକ ଆନ୍ଦୋଳନ ବେଳେ ଆଇଏସଆଇ ଚଳାଇଛି ଖଲିସ୍ତାନ ଗଠନ ଅଭିଯାନ! ମିଳିଲା ଏପରି ପ୍ରମାଣ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ (Farm Act 2020) ବିରୋଧ କରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (Delhi) ସୀମାରେ ପ୍ରାୟ ୨ ସପ୍ତାହ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି ବିଭିନ୍ନ କୃଷକ ସଙ୍ଗଠନ (Farmer Union) । ହେଲେ ଏବେ ଚାଲିଥିବା ଆନ୍ଦୋଳନ ବାହାନାରେ ନିଜ ଲକ୍ଷ୍ୟ ହାସଲ କରିବାକୁ ସୁଯୋଗ ଉଣ୍ଡି ବସିଛନ୍ତି ବିଭିନ୍ନ ରାଷ୍ଟ୍ର ବିରୋଧି ଶକ୍ତି। ଏହିକ୍ରମରେ ଏବେ ସ୍ୱତନ୍ତ୍ର ଖଲିସ୍ତାନ ରାଷ୍ଟ୍ର (Khalistan Movement) ଗଠନ କରିବାକୁ ଉଠିଲାଣି ସ୍ୱର।      

fallback

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ-ଆଇଏସଆଇ (Inter Services Intelligence-ISI) ସମର୍ଥିତ ଖଲିସ୍ତାନୀ ଆତଙ୍କବାଦୀ (Khalistani Terrorist) ସଙ୍ଗଠନ ପକ୍ଷରୁ ଜନମତ ୨୦୨୦ ସଂଗ୍ରହ (Khalistan Referendum 2020) ଅଭିଯାନ ଆରମ୍ଭ କରାଯାଇଛି। ଯାହାର ଖୁଲାସା କରିଛି ମହାରାଷ୍ଟ୍ର ସାଇବର ସେଲ (Maharashtra Cyber Cell)।   

Also Read: କୃଷକ ଆନ୍ଦୋଳନ: ୧୩ ଦିନରେ ବାହାରିଲାନି ନିଷ୍କର୍ସ, ଡିସେମ୍ବର ୧୪ରେ ଦେଶବ୍ୟାପୀ ଆନ୍ଦୋଳନ

ଦିଲ୍ଲୀ ଠାରେ କୃଷକ ଆନ୍ଦୋଳନକୁ ୧୫ ଦିନ ପୁରିବାକୁ ବସିଲାଣି। ଏହି ଆନ୍ଦୋଳନ ଉପରେ ସତର୍କ ନଜର ରଖିଛନ୍ତି ସୁରକ୍ଷା ଏଜେନ୍ସି (Security Agency)। ଖଲିସ୍ତାନ ଆନ୍ଦୋଳନରେ ସମ୍ପୃକ୍ତ ଜର୍ଣ୍ଣୈଲ ସିଂହ  ଭିଣ୍ଡରୱାଲା (Jarnail Singh Bhindranwale) ସହ ଜଡିତ ରହିଥିବା ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ (Social Media Account) ଏ ସମ୍ପର୍କିତ ଅନେକ ପୋଷ୍ଟ କରାଯାଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ଖଲିସ୍ତାନ ଆନ୍ଦୋଳନକୁ ପୁନର୍ବାର ଉଦଜୀବିତ କରିବା।  

fallback

  
ମହାରାଷ୍ଟ୍ର ସାଇବର ସେଲ ରିପୋର୍ଟ ଅନୁସାରେ ଗତ ୧୫ ଦିନ ମଧ୍ୟରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖଲିସ୍ତାନ ସହ ଜଡିତ ୧୨,୮୦୦ ଏବଂ ଏହି ଆନ୍ଦୋଳନ ସହ ସମ୍ପୃକ୍ତ ଥିବା ଭିଣ୍ଡରୱାଲାକୁ ୬୩୨୧ ପୋଷ୍ଟ କରାଯାଇଛି। ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଆହ୍ୱାନ ସୃଷ୍ଟି କରୁଥିବା ଏଭଳି ଧରଣର ପୋଷ୍ଟ ଭାଇରାଲ ହେବା ପରେ ଏବେ ଏହାର ଯାଞ୍ଚ କରିବା ଆରମ୍ଭ କରିଛି ସାଇବର ସେଲ।  

 

 

ଅଚାନକ ଖଲିସ୍ତାନ ଆନ୍ଦୋଳନ ସହ ଜଡିତ ଥିବା ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ବର୍ତ୍ତମାନ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ଅଚାନକ ସକ୍ରିୟ ହୋଇଉଠିବା ଭାରତୀୟ ସୁରକ୍ଷା ଏଜେନ୍କି ଲାଗି ଏବେ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଯଦିଓ ପୂର୍ବରୁ ଏଭଳି ଆକାଉଣ୍ଟ ଖୋଲାଯାଇଥିଲା।    

Also Read: କୃଷକ ଆନ୍ଦୋଳନକୁ ନେଇ ଆସିଲା କୃଷିମନ୍ତ୍ରୀଙ୍କ ପ୍ରତିକ୍ରିୟା

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖଲିସ୍ତାନକୁ ଆନ୍ଦୋଳନକୁ ଆଗକୁ ବଢାଇବା ପାଇଁ ଯେଉଁ ସୋସିଆଲ ମିଡିଆ ଆକାଉଣ୍ଟ ଯଥା ଟ୍ୱିଟର ହ୍ୟାଣ୍ଡେଲ (Twitter Handle) ପାକିସ୍ତାନରୁ (Pakistan) ପରିଚାଳିତ ହେଉଛି। ବର୍ତ୍ତମାନ ସମୟରେ ମଧ୍ୟ ପାକିସ୍ତାନ ଖଲିସ୍ତାନୀ ଆତଙ୍କବାଦୀଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଛି।   

fallback   
       
ମହାରାଷ୍ଟ୍ର ସାଇବର ସେଲ ଏକ ସ୍ୱତନ୍ତ୍ର ସଫ୍ଟଓୟାର ମାଧ୍ୟମରେ ଏପରି ଦେଶ ବିରୋଧି କାର୍ଯ୍ୟକଳାପ ଉପରେ ନଜର ରଖିଛି। ଏନେଇ ସେଲ ପକ୍ଷରୁ କୁହାଯାଇଛି ଏହି ସୋସିଆଲ ମିଡିଆ ପୋଷ୍ଟକୁ କୃଷକ ଆନ୍ଦୋଳନ ସହ ଯୋଡିବା ପଛରେ ଦୁଇଟି କାରଣ ସାମ୍ନାକୁ ଆସିଛି। 

Also Read: ସ୍ୱାଭିମାନର ଲଢେଇ ନା ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ? କୃଷକ ଆନ୍ଦୋଳନ ପଛରେ ଦେଶ ବିରୋଧୀ ଶକ୍ତିଙ୍କ ହାତ ଅଭିଯୋଗ

fallback

ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ବ୍ୟକ୍ତିବିଶେଷ ଅଥବା ସଙ୍ଗଠନ କୃଷକ ଆନ୍ଦୋଳନକୁ ନିଜ ସପକ୍ଷରେ ହାଇଜାକ କରିବା ଯୋଜନାରେ ଅଛନ୍ତି। କାନାଡା, ବ୍ରିଟେନ ଆଦି ପାଶ୍ଚାତ୍ୟ ଦେଶରେ ଖଲିସ୍ତାନ ପତାକା ଉଡାଇ ନାରାବାଜି କରାଯାଉଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥିତ ଖଲିସ୍ତାନ ଆତଙ୍କାବାଦୀ ଗୋଷ୍ଠୀ ପୂର୍ବରୁ ଜନମତ ସଂଗ୍ରହ କାର୍ଯ୍ୟରେ ମାତିଛନ୍ତି। ଏହା ମାଧ୍ୟମରେ ସେମାନେ ପୁନର୍ବାର ଆନ୍ଦୋଳନକୁ ପୁନଃଜାଗ୍ରତ କରିବା ମସୁଧାରେ ଅଛନ୍ତି।