କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଟ୍ୱିଟ କରି ପ୍ରସ୍ତାବିତ କୃଷି ଆଇନ ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
Trending Photos
ନୂଆଦିଲ୍ଲୀ: ନୂଆ କୃଷି ଆଇନ (Farm Act 2020) ବିରୁଦ୍ଧରେ ପ୍ରାୟ ୧୦ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସୀମା ସ୍ଥିତ ସିନ୍ଧୁ ଗେଟ ଠାରେ ବିଭିନ୍ନ କୃଷକ ସଙ୍ଗଠନ (Farmer Union) ପକ୍ଷରୁ ଜାରି ରହିଥିଲା ଆନ୍ଦୋଳନ। ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କ ସହ ୫ ଥର ଆଲୋଚନା ହେବା ପରେ ମଧ୍ୟ ବାହାରି ପାରିନଥିଲା କୌଣସି ସମାଧାନର ରାସ୍ତା। ଏହି ନୂତନ ଆଇନକୁ ବିରୋଧ କରି ଗତକାଲି ଭାରତ ବନ୍ଦ (Bharat Bandh) ଡାକରା ଦେଇଥିଲେ ଆନ୍ଦୋଳନରତ କୃଷକ।
Also Read: ଷଷ୍ଠ ପର୍ଯ୍ୟାୟ ବୈଠକ ବାତିଲ; ଆସନ୍ତାକାଲି ସରକାର ଦେବେ ଲିଖିତ ପ୍ରତିଶ୍ରୁତି
ସେମାନଙ୍କୁ ବୁଝାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଛି। ଅନ୍ୟପଟେ ନିଜ ଦାବିକୁ ନେଇ ନଛୋଡବନ୍ଧା ହୋଇଉଠିଛନ୍ତି କୃଷକ। ଏହା ମଧ୍ୟରେ କେନ୍ଦ୍ର ପକ୍ଷରୁ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ଉଦ୍ଦେଶ୍ୟରେ ଲିଖିତ ପ୍ରସ୍ତାବ ମଧ୍ୟ ପଠାଯାଇଛି। ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଟ୍ୱିଟ କରି ପ୍ରସ୍ତାବିତ କୃଷି ଆଇନ ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
- #MSP को ख़त्म नहीं किया जाएगा।
- #APMC मंडियों को बंद नहीं किया जाएगा।
- किसान की जमीन किसी भी कारण से कोई भी छीन नहीं सकता है।
- खरीदार किसान की भूमि में कोई परिवर्तन नहीं कर सकते हैं।
- ठेकेदार पूर्ण भुगतान के बिना अनुबंध समाप्त नहीं कर सकते।#Aatmanirbharkrishi pic.twitter.com/vHZVsJTfIU
— Narendra Singh Tomar (@nstomar) December 9, 2020
ଏନେଇ କୃଷିମନ୍ତ୍ରୀ ଆଇନର ସତ୍ୟତା ବାବଦରେ ସମସ୍ତେ ଜାଣିବା ଆବଶ୍ୟକ। ଯାହା ଦ୍ୱାରା ଏହାକୁ ନେଇ କୌଣସି ସନ୍ଦେହ ନରହିବା ଆବଶ୍ୟକ। କୃଷକଙ୍କୁ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (Minimum Support Price-MSP) ଏବଂ କୃଷି ଉତ୍ପାଦନ ବଜାର କମିଟି-ଏପିଏମସି (Agricultural Produce Market Committee-APMC) ନୂତନ କୃଷି ଆଇନ ଦ୍ୱାରା ପ୍ରଭାବିତ ହେବ ନାହିଁ।
Also Read: ସ୍ୱାଭିମାନର ଲଢେଇ ନା ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ ? କୃଷକ ଆନ୍ଦୋଳନ ପଛରେ ଦେଶ ବିରୋଧୀ ଶକ୍ତିଙ୍କ ହାତ ଅଭିଯୋଗ
କୃଷକ କୌଣଁସି ଫସଲ ଉତ୍ପାଦନ କରିବା ପୂର୍ବରୁ କୌଣସି କୃଷି ଉତ୍ପାଦର ମୂଲ୍ୟ ସ୍ଥିର କରିପାରିବେ। ଏହାକୁ କିଣୁଥିବା କ୍ରେତାଙ୍କୁ ଠିକ୍ ସମୟରେ ଦେୟ ଦେବାକୁ ହେବ ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ କୃଷି ମନ୍ତ୍ରୀ ଅନ୍ୟ ଏକ ଟ୍ୱିଟ କରି କହିଛନ୍ତି ଏହି ନିୟମ ଦ୍ୱାରା କୌଣସି କାରଣରୁ ଚାଷୀଙ୍କ ଜମିକୁ କେହି ଛଡାଇ ନେଇପାରିବ ନାହିଁ। କ୍ରେତା ଚାଷ ଜମିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ। ଆଉ ଚାଷ କରିବାକୁ ଠିକା ନେଇଥିବା ଚାଷୀ ସମ୍ପୂର୍ଣ୍ଣ ଦେୟ ବିନା ଚୁକ୍ତିନାମା ରଦ୍ଦ କରିପାରିବେ ନାହିଁ।