#RepublicDay : ଆଜିଠୁ ୨୫% ଶସ୍ତାରେ ମିଳିବ ପେଟ୍ରୋଲ, ଜାଣନ୍ତୁ କେମିତି ଉଠାଇବେ ଲାଭ
Advertisement

#RepublicDay : ଆଜିଠୁ ୨୫% ଶସ୍ତାରେ ମିଳିବ ପେଟ୍ରୋଲ, ଜାଣନ୍ତୁ କେମିତି ଉଠାଇବେ ଲାଭ

ଗତ କିଛି ଦିନ ହେଲା ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ପେଟ୍ରୋଲ ଦର ୯୮.୬ ଟଙ୍କା ରହିଛି।

ଫାଇଲ ଫଟୋ

ରାଞ୍ଚି: ନୂଆବର୍ଷ ତଥା ୭୩ତମ ସାଧରଣତନ୍ତ୍ର ଦିବସରେ ଝାଡଖଣ୍ଡବାସୀଙ୍କୁ ହେମନ୍ତ ସରକାର ଏକ ବଡ ଉପହାର ଦେଇଛନ୍ତି। ବୁଧବାର ଠାରୁ ମହଙ୍ଗା ଯୁଗରେ ଶସ୍ତାରେ ପେଟ୍ରୋଲ ଯୋଗାଇ ଦେଇଛନ୍ତି। ଦୁଇ ଚକିଆ ଯାନ ଥିବା ଗରିବ ଏହାର ଲାଭ ଉଠାଇ ପାରିବେ। ଆଜିଠାରୁ ଅର୍ଥାତ ୭୩ତମ ଗଣତନ୍ତ୍ର ଦିବସରୁ ଦୁଇ ଚକିଆ ଯାନରେ ପେଟ୍ରୋଲ ପକାଇଲେ ସବସିଡି ମିଳିବ ବୋଲି ଝାଡଖଣ୍ଡ ସରକାର ଘୋଷଣା କରିଛନ୍ତି। ଗତ କିଛି ଦିନ ହେଲା ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ପେଟ୍ରୋଲ ଦର ୯୮.୬ ଟଙ୍କା ରହିଛି।

ଡିସେମ୍ବର ଶେଷ ସପ୍ତାହରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ପେଟ୍ରୋଲ ସବସିଡି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆକାଶ ଛୁଆଁ ପେଟ୍ରୋଲ ଡିଜେଲ ମୂଲ୍ୟ ଯୋଗୁଁ ଗରିବ ଓ ମଧ୍ୟମବର୍ଗ ଅଧିକ ପ୍ରଭାବିତ ହୋଇଛି। ମହଙ୍ଗା ତେଲ ପାଇଁ ମଟରସାଇକେଲ ଥିବା ସତ୍ତ୍ୱେ ଚାଷୀ ତାକୁ ବ୍ୟବହାର କରିପାରୁନାହିଁ। ତେଣୁ ସରକାର ରାସନ କାର୍ଡଧାରୀଙ୍କୁ ଲିଟର ପିଛା ୨୫ ଟଙ୍କା ଦରରେ ମାସକୁ ୧୦ ଲିଟରର ପେଟ୍ରୋଲ ସବସିଡି ଦେବେ।

Also Read: ଆଜିର ରାଶିଫଳ: ଅକସ୍ମାତ ଧନପ୍ରାପ୍ତି ଯୋଗ, ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ

 

ହେମନ୍ତ ସରକାରଙ୍କ ଘୋଷଣା ଅନୁସାରେ ରାଜ୍ୟର ରାସନ କାର୍ଡଧାରୀଙ୍କୁ ପେଟ୍ରୋଲ ବାବଦକୁ ମାସିକ ୨୫୦ ଟଙ୍କା ଦିଆଯିବ। ଏହି ସବସିଡି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ୨୦୨୨ ଜାନୁଆରୀ ୨୬ ତାରିଖରୁ କେବଳ ବାଇକ ଓ ସ୍କୁଟର ଥିବା ଗରିବଙ୍କୁ ଲିଟର ପିଛା ୨୫ ଟଙ୍କା ଶସ୍ତାରେ ପେଟ୍ରୋଲ ମିଳିବ। ଚାରି ଚକିଆ ଯାନରେ ଏହି ସୁବିଧା ମିଳିବ ନାହିଁ। ତେନ୍ଦୁଲକର କମିଟିର ରିପୋର୍ଟ ଅନୁସାରେ ଝାଡଖଣ୍ଡର ୩୬.୯୬ ପ୍ରତିଶତ ଜନସଂଖ୍ୟା ଦାରିଦ୍ୟ ସୀମାରେଖା ତଳେ ଅଛନ୍ତି। ଯେଉଁମାନେ ବୁଧବାର ଠାରୁ ପେଟ୍ରୋଲ ବାବଦକୁ ମାସିକ ୨୫୦ ଟଙ୍କା ଲେଖାଏଁ ପାଇବେ।

ଝାଡଖଣ୍ଡ ସରକାରଙ୍କ ପେଟ୍ରୋଲ ସବସିଡିକୁ କଂଗ୍ରେସ ସମର୍ଥନ କରୁଥିବା ବେଳେ ତୃଣମୂଳସ୍ତରରେ ଲାଗୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ସେପଟେ ମହାଙ୍ଗା ଦୁନିଆରେ ଗରିବଙ୍କୁ ଏକ ପ୍ରକାରର ଆଶ୍ୱସ୍ତି ଦେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପେଟ୍ରୋଲ ପଲିଟିକ୍ସରେ ବାଜିମାରି ନେଇଛନ୍ତି। ଆଗାମୀ ଦିନରେ ଅଣବିଜେପି ଶାସିତ ରାଜ୍ୟମାନେ ମଧ୍ୟ ହେମନ୍ତଙ୍କ ଫର୍ମୁଲାକୁ ଅନୁସରଣ କରିପାରନ୍ତି ବୋଲି କୁହାଯାଉଛି। ତେବେ କେବଳ ଦୁଇ ଚକିଆ ଯାନ ଥିବା ଗରିବଙ୍କୁ ମାସକୁ ୨୫୦ ଟଙ୍କା ମିଳିବ ନା ରାନସ କାର୍ଡଧାରୀ ଏଥିରେ ଉପକୃତ ହେବେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।