Nord Stream: ବ୍ରିଜ ବିସ୍ଫୋରଣ ପରେ ଋଷିଆକୁ ମିଳିଲା ପୁଣି ଥରେ ଜୋରଦାର ଝଟକା
Advertisement
Article Detail0/zeeodisha/odisha1402527

Nord Stream: ବ୍ରିଜ ବିସ୍ଫୋରଣ ପରେ ଋଷିଆକୁ ମିଳିଲା ପୁଣି ଥରେ ଜୋରଦାର ଝଟକା

Nord Stream Pipeline Blast: କ୍ରୀମିୟା ପୋଲ ପରେ ବିସ୍ଫୋରଣ କାରଣରୁ ନଷ୍ଟ ହୋଇଯାଇଛି ୫୦ ମିଟର ଲମ୍ବା ନର୍ଡ ଷ୍ଟ୍ରିମ୍-୧ ପାଇପଲାଇନ। 

 Nord Stream: ବ୍ରିଜ ବିସ୍ଫୋରଣ ପରେ ଋଷିଆକୁ ମିଳିଲା ପୁଣି ଥରେ ଜୋରଦାର ଝଟକା

Blast in Russian Gas Pipeline: ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷିଆକୁ ଲାଗିଛି ଜୋରଦାର ଝଟକା। ବିସ୍ଫୋରଣ କାରଣରୁ ନଷ୍ଟ ହୋଇଯାଇଛି ୫୦ ମିଟର ଲମ୍ବା ନର୍ଡ ଷ୍ଟ୍ରିମ୍-୧ ପାଇପଲାଇନ। ଏହାକୁ ଜାଣିଶୁଣି କ୍ଷତି ପହଞ୍ଚା ଯାଇଥିବାର ସନ୍ଦେହ କରାଯାଉଛି। ମଙ୍ଗଳବାର ଦିନ ଜଳରାଶିରୁ ନିଆଯାଇଥିବା ଫଟୋ ଜରିଆରେ ଏପରି ଘଟଣା ଘଟିଥିବା ପ୍ରକାଶ ପାଇଛି। ନର୍ଡ ଷ୍ଟ୍ରିମ୍-୧ ପାଇପଲାଇନ ବଲଟିକ ସାଗର ମଧ୍ୟରେ ରହିଛି। ଯାହା ଋଷିଆକୁ ଜର୍ମାନୀ ସହ ଯୋଡ଼଼ିଥାଏ। ଏହା ପାଇପ ଲାଇନ ମଧ୍ୟରେ ଗ୍ୟାସ ଯୋଗାଣ ହୋଇଥାଏ  

ଏକ୍ସପ୍ରେସନ୍ ନାମକ ସମ୍ବାଦପତ୍ର ଏକ ଭିଡିଓ ପ୍ରକାଶ କରିଛି। ଯେଉଁଥିରେ ନର୍ଡ ଷ୍ଟ୍ରିମ୍-୧ ପାଇପ ଲାଇନ (Nord Stream Pipeline) ସମୁଦ୍ର ମଧ୍ୟରେ ପ୍ରାୟ ୮୦ ମିଟର ଭାଙ୍ଗି ଯାଇଥିବାର ଦେଖାଯାଉଛି। ଏହି ସମ୍ବାଦପତ୍ର ଅନୁଯାୟୀ ଜାରି ହୋଇଥିବା ଭିଡିଓ  ଦର୍ଶାଉଛି ଯେ ୫୦ ମିଟର ଲମ୍ବା ଏହି ପାଇପଲାଇନ ସମୁଦ୍ର ଗର୍ଭରେ ନିଖୋଜ ହୋଇଯାଇଛି କିମ୍ବା ବୁଡ଼ି ଯାଇଛି।

ନରୱେ କମ୍ପାନୀ ବ୍ଲୁୟୋ ରୋବୋଟିକ୍ସ ଡ୍ରୋନ୍ ଅପରେଟର ଟ୍ରନ୍ ଲାର୍ସନ ଏକ୍ସପ୍ରେସନ୍ ସମ୍ବାଦପତ୍ରକୁ  କହିଛନ୍ତି ଯେ କୌଣସି ବାହ୍ୟ ଶକ୍ତି ଏହି ଧାତୁକୁ ଏତେ ବଙ୍କା କରିପାରେ। ଭିଡ଼ିଓ ରେକର୍ଡିଂ କରିଥିବା ଲାର୍ସନ ଏହା ମଧ୍ୟ କହିଛନ୍ତି ସମୁଦ୍ର ତଳେ ରହିଥିବା ପାଇପ୍ ଚାରିପାଖରେ ଏକ ବଡ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି।

Also Read: Russia: ଆବାସିକ କୋଠାରେ ପିଟିହେଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଗତ ସେପ୍ଟମ୍ବରରେ ବଲଟିକ ସାଗର (Baltic Sea) ମଧ୍ୟରେ ହୋଇଥିବା ବିସ୍ଫୋରଣରେ ଦୁଇଟି ନର୍ଡ ଷ୍ଟ୍ରିମ୍-୧ ପାଇପଲାଇନ ଧ୍ୱଂସ ହୋଇ ଯାଇଥିଲା। ଏହା ପରେ ପାଇପଲାଇନ ଲିକ ହୋଇଥିବାର ଖବର ମିଳିଥିଲା। ମାତ୍ର ଏହି ଘଟଣା ଅନ୍ତଃରାଷ୍ଟ୍ରୀୟ ଜଳସୀମାରେ (International Water Boundary) ଘଟିଥିଲା। ଏହା ମଧ୍ୟରୁ ଦୁଇଟି ଡେନମାର୍କ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (Denmark Exclusive Economic Zone) ଏବଂ ଅନ୍ୟ ଦୁଇଟି ସ୍ୱୀଡେନ (Sweden) ଠାରେ ହୋଇଥିଲା। ଗତ ଅକ୍ଟୋବର ୬ ତାରିଖରେ ସ୍ୱୀଡେନ ପ୍ରଶାସନ ଘୋଷଣା କରିଥିଲା ​​ଯେ ଏହି ଘଟଣାର ତଦନ୍ତ କରାଯିବା ସହ ପ୍ରମାଣ ମଧ୍ୟ ଉଦ୍ଧାର କରାଯାଇଛି। ଏହାକୁ ଜାଣିଶୁଣି କ୍ଷତି ପହଞ୍ଚା ଯାଇଥିବାର ସନ୍ଦେହ କରାଯାଉଛି। ଏକଥା ଯାଞ୍ଚ ବେଳେ ଜଣାପଡ଼ିଛି। 

ନର୍ଡ ଷ୍ଟ୍ରିମ୍ ପାଇପ ଲାଇନ୍ ଋଷିଆକୁ ଜର୍ମାନୀ (Russia Germany Pipeline) ସହିତ ସଂଯୋଗ କରିଥାଏ। ବର୍ତ୍ତମାନ ଏହାକୁ ନେଇ ଭୌଗୋଳିକ ତିକ୍ତତା ଜାରି ରହିଛି। କାରଣ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ (USA led Western Country) ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷିଆ (Russian Attack on Ukraine) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଋଷିଆ ୟୁରୋପୀୟ ଦେଶକୁ (European Country) ଗ୍ୟାସ ଯୋଗାଣ (Gas Supply) ବନ୍ଦ କରି ଦେଇଛି। ଯଦିଓ ଏହି ପାଇପଲାଇନଗୁଡିକ କାର୍ଯ୍ୟକ୍ଷମ ନଥିଲା। ହେଲେ ବିସ୍ଫୋରଣ ହେବା ପୂର୍ବରୁ ଏଥିରେ ଗ୍ୟାସ୍ ରହିଥିବା କୁହାଯାଉଛି।

Also Read: Russia Ukraine War: ଯୁଦ୍ଧ ବେଳେ ଋଷିଆକୁ ଲାଗିଲା ଜୋରଦାର ଝଟକା, କ'ଣ କହିଲା ୟୁକ୍ରେନ

ପାଇପ ଲାଇନ୍ ପୂର୍ବରୁ କ୍ରୀମିୟା ଉପଦ୍ୱୀପକୁ (Crimean Peninsula) ଯୋଡୁଥିବା ପୋଲରେ ହୋଇଥିବା ବିସ୍ଫୋରଣ (Crimean Bridge Attack) ଋଷିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ଉଭୟ ନ୍ୟୁୟର୍କ ଟାଇମ୍ସ ଏବଂ ୱାଶିଂଟନ୍ ପୋଷ୍ଟ ସୂତ୍ରରୁ ପ୍ରକାଶ ଯେ କ୍ରୀମିୟା ପୋଲକୁ (Crimean Bridge) ଉଡ଼ାଇବା ପାଇଁ ୟୁକ୍ରେନ ଗୁପ୍ତଚର ସଂସ୍ଥା (Ukrainian Intelligence Agency) ଷଡଯନ୍ତ୍ର କରିଥିଲା। ଏହି ବିସ୍ଫୋରଣ କାରଣରୁ ଅତି କମରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ଘଟାଇବାକୁ ପୋଲ ନିକଟରେ ଯାଉଥିବା ଏକ ଟ୍ରକ ମଧ୍ୟରେ ବୋମା ଲଗାଇବାକୁ ବ୍ୟବସ୍ଥା କରିଥିଲେ ୟୁକ୍ରେନ ଗୁପ୍ତଚର ସଂସ୍ଥା।