କହ୍ନେୟାଲାଲ ହତ୍ୟାକାଣ୍ଡ: ୯ ଜଣଙ୍କୁ ବାନ୍ଧିଲାଣି ଏନଆଇଏ
Advertisement

କହ୍ନେୟାଲାଲ ହତ୍ୟାକାଣ୍ଡ: ୯ ଜଣଙ୍କୁ ବାନ୍ଧିଲାଣି ଏନଆଇଏ

ରାଜସ୍ଥାନର (Rajsthan) ଉଦୟପୁରରେ (Udayapur) କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଆଉ ଜଣକୁ ଗିରଫ କଲା ଏନଆଇଏ। ମୁସଲିମ ଖାନ ଛଦ୍ମନାମ ମୁସଲିମ ରଜା ନାମକ ଜଣେ ଅଭିଯୁକ୍ତଙ୍କୁ ଏନଆଇଏ ଗିରଫ କରିଛି। ଏହି ମାମଲାରେ ମୁସଲିମ ରଜା ନବମ ଅଭିଯୁକ୍ତ। ରଜା ରାଜସ୍ଥାନର ପ୍ରତାପଗଡ ଜିଲ୍ଲାର ପାର୍ସୁଲା ଗାଁର ବାସିନ୍ଦା। କହ୍ନେୟାଲାଲ ହତ୍ୟା ମାମଲାରେ ଏହାର ଗୁରୁତ୍ୱପ

କହ୍ନେୟାଲାଲ ହତ୍ୟାକାଣ୍ଡ: ୯ ଜଣଙ୍କୁ ବାନ୍ଧିଲାଣି ଏନଆଇଏ

ଉଦୟପୁର: ରାଜସ୍ଥାନର (Rajsthan) ଉଦୟପୁରରେ (Udayapur) କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଆଉ ଜଣକୁ ଗିରଫ କଲା ଏନଆଇଏ। ମୁସଲିମ ଖାନ ଛଦ୍ମନାମ ମୁସଲିମ ରଜା ନାମକ ଜଣେ ଅଭିଯୁକ୍ତଙ୍କୁ ଏନଆଇଏ ଗିରଫ କରିଛି। ଏହି ମାମଲାରେ ମୁସଲିମ ରଜା ନବମ ଅଭିଯୁକ୍ତ। ରଜା ରାଜସ୍ଥାନର ପ୍ରତାପଗଡ ଜିଲ୍ଲାର ପାର୍ସୁଲା ଗାଁର ବାସିନ୍ଦା। କହ୍ନେୟାଲାଲ ହତ୍ୟା ମାମଲାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ପୋଲିସ କହିଛି। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କ ବିରୋଧରେ ବହୁ ପଚରାଉଚରା ଏବଂ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏନଆଇଏ କାନହୟାଲାଲ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି। ଜୁନ୍ ୨୯ରେ ଏନଆଇଏ ଏହି ମାମଲାରେ ଏକ ଏଫଆଇଆର ପଞ୍ଜିକରଣ କରିଥିଲା। ଅଗଷ୍ଟ ୧୧ ପର୍ଯ୍ୟନ୍ତ ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମହମ୍ମଦ ରିଆଜ ଅତ୍ତାରୀ, ଗୌସ୍ ମହମ୍ମଦ, ମହମ୍ମଦ ମୋହସିନ୍, ଫରହାଦ୍ ମହମ୍ମଦ ଶେଖ ଛଦ୍ମନାମ ବାବଲା, ଆସିଫ, ୱାସିମ ଅଲି, ମୋହସିନ୍, ଜାଭେଦ୍, ମୁସଲିମ୍ ଖାନ୍ ଛଦ୍ମ ମୁସଲିମ୍ ରଜା ଅଛନ୍ତି। ଏନଆଇଏ ସୂତ୍ର ଅନୁଯାୟୀ, ଏହି ମାମଲା ଆତଙ୍କବାଦ କିମ୍ବା ଧାର୍ମିକ ଜିହାଦ ଭଳି ଦେଖାଯାଉଛି, କାରଣ ଷଡଯନ୍ତ୍ରର ଏକ ଅଂଶ ଭାବରେ ମୁସଲମାନ ଧର୍ମର ଉଗ୍ରବାଦୀମାନେ ଉଦୟପୁରରେ ଏହି ହତ୍ୟାକାଣ୍ଡ କରିଥିଲେ।

ହତ୍ୟାକାଣ୍ଡ ପୂର୍ବରୁ ଅଭିଯୁକ୍ତମାନେ ନିଜେ ଏକ ଭିଡିଓ କରିଥିଲେ। ଏପରିକି ହତ୍ୟାକାଣ୍ଡର ଏକ ଭିଡିଓ ପ୍ରସ୍ତୁତ କରି ଆତଙ୍କ ସୃଷ୍ଟି କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ତେଣୁ ଏହା ହତ୍ୟା କିମ୍ବା ଘୃଣା ଅପରାଧ ନୁହେଁ ବରଂ ଏହା ଆତଙ୍କବାଦ କିମ୍ବା ଧାର୍ମିକ ଜିହାଦ ପରି ଦେଖାଯାଉଛି। ତେଣୁ ମାମଲାର ଗମ୍ଭୀରତାକୁ ଅନୁଧ୍ୟାନ କରି ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, କାନହୟାଲାଲ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ମୁସଲିମ ଖାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଘଟଣାରେ ଅଧିକ ଅନୁସନ୍ଧାନ ଚାଲିଛି।

ଉଦୟପୁରର ସାମ୍ପ୍ରଦାୟିକ ବାତାବରଣ ଏବଂ କାହ୍ନେୟାଲାଲଙ୍କ ହତ୍ୟା ମାମଲାରେ ଧନମାଣ୍ଡି ପୋଲିସ ଷ୍ଟେସନ ପ୍ରାଥମିକ ତଦନ୍ତ କରିଥିଲା। ଏହା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା। ୨୮ ଜୁନ୍ ୨୦୨୨ରେ ଏହି ମାମଲାରେ NIA ଦାୟିତ୍ୱ ଗ୍ରହଣ କଲା। ଉକ୍ତ ମାମଲା ସହ ଜଡିତ ଅନ୍ୟ ଚାରିଟି ମାମଲା ମଧ୍ୟ ଅନୁସନ୍ଧାନକାରୀ ସଂସ୍ଥା ଗ୍ରହଣ କରିଛି। ସମସ୍ତ ସମ୍ପୃକ୍ତ ଅଧିକାରୀ ଏହି ପ୍ରସଙ୍ଗରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ସୂଚନାଯୋଗ୍ୟ ରାଜସ୍ଥାନର ଉଦୟପୁରରେ ଦିନ ଦ୍ୱିପ୍ରହରେ ଦରଜୀ କହ୍ନେୟାଲାଲଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟା କରିଥିବା ଦୁଇ ମୁସଲମାନ ଯୁବକ ଗୌସ ମହମ୍ମଦ ଓ ରିୟାଜଙ୍କୁ ରାଜସ୍ଥାନ ପୋଲିସ ପୂର୍ବରୁ ଗିରଫ କରିଥିଲା। ଏହି ୨ ଅଭିଯୁକ୍ତ ଉଦୟପୁରର ସୁରଜପୋଲର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଥିଲା। ରାଜସ୍ଥାନରେ ସ୍ପଷ୍ଟ ଦିବାଲୋକରେ ଏପରି ଅପରାଧିକ ଘଟଣା ଘଟିବା ପରେ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନଆଇଏ) ଏକ ଟିମ୍‌ ରାଜସ୍ଥାନର ଉଦୟପୁରରୁ ତଦନ୍ତ ଆରମ୍ଭ କରିଥିଲା।  

ସେହି ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା। କର୍ଫ୍ୟୁ ଜାରି କରାଯିବା ସହ ୧୪୪ ଧାରା ଜାରି ଲଗାଯାଇଥିଲା। ରାଜସ୍ଥାନର ଉଦୟପୁରରେ ୨ ଜଣ ମୁସଲମାନ ଯୁବକ କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କ ଦୋକାନକୁ ଯାଇଥିଲେ। ସେଠାରେ ପୋଷାକ ମାପ ଦେବା ବାହାନାରେ ମାରଣାସ୍ତ୍ର ସାହାଯ୍ୟରେ କହ୍ନେୟାଲାଲଙ୍କ ଗଳାକାଟି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। 

ଅଧିକ ପଢନ୍ତୁ: ଦେଶ ବିଭାଜନର ୧୦ ଛାତିଥରା କାହାଣୀ, ଯାହା କେବେ ବି ପଢିନଥିବେ

ଅଧିକ ପଢନ୍ତୁ: ତାଇଓ୍ୱାନକୁ ଡରିଗଲା କି ଚୀନ, ଲୋଡ଼ିଲା ଭାରତର ସହାୟତା