ଆମେ ଆମର ପ୍ରଧାନମନ୍ତ୍ରୀଙ୍କ ପାଇଁ ଗର୍ବିତ: କେରଳ ହାଇକୋର୍ଟ
Advertisement

ଆମେ ଆମର ପ୍ରଧାନମନ୍ତ୍ରୀଙ୍କ ପାଇଁ ଗର୍ବିତ: କେରଳ ହାଇକୋର୍ଟ

କୋରୋନା ଟିକାକରଣ ପ୍ରମାଣପତ୍ରରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ୟବହାର କରିବାରେ ଭୁଲ କେଉଁଠି ରହିଛି ବୋଲି ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ। 

ଆମେ ଆମର ପ୍ରଧାନମନ୍ତ୍ରୀଙ୍କ ପାଇଁ ଗର୍ବିତ: କେରଳ ହାଇକୋର୍ଟ

କୋଚ୍ଚି: କେରଳ ହାଇକୋର୍ଟ ଏକ ଆବେଦନ ଉପରେ ଶୁଣାଣି କରିବା ସମୟରେ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ୍ ରେ ବ୍ୟବହାର କରାଯାଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ହଟାଇବା ପାଇଁ ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶ୍ନ କରିଛନ୍ତି। ଏହି ଶୁଣାଣି ସମୟରେ କୋର୍ଟ ଆବେଦନକାରୀଙ୍କୁ ପଚାରିଛନ୍ତି ଯେ କ'ଣ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଲଜ୍ଜିତ ହେଉଛନ୍ତି କି?

ଏହି ଆବେଦନର କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ ପିବି କୁହ୍ନିକୃଷ୍ଣମ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଦେଶର ଜନସାଧାରଣ ନିର୍ବାଚିତ କରିଛନ୍ତି। କୋରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିବାରେ କେଉଁଠି ଭୁଲ୍ ରହିଛି। ଦେଶ ପୂର୍ବତନ ପ୍ରଧାନମନ୍ତ୍ର ପଣ୍ଡିତ ଜବାହରଲାଲ୍ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଡରସିପ୍‌ ଠାରେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କୁ ଜବାହରଲାଲ ନେହେରୁଙ୍କ ନାମରେ ବିଶ୍ୱବିଦ୍ୟାଳୟର ନାମକରଣ କରିବା ଠାରୁ ଆରମ୍ଭ କରି ଟିକା ପ୍ରମାଣପତ୍ରରେ ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାର କରିବାରେ ଭୁଲ କେଉଁଠି ରହିଛି ସେ ନେଇ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି। 

Also Read: Omicron Variant: ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ COVID19 Booster Dose

ଜଷ୍ଟିସ ପିବି କୁହ୍ନିକୃଷ୍ଣମ ପ୍ରଶ୍ନ କରିଛନ୍ତି ଯେ କୋରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିବାରେ କେଉଁଠି ଅସୁବିଧା ରହିଛି। ଆପଣ ମଧ୍ୟ ପଣ୍ଡିତ ନେହେରୁଙ୍କ ନାମ ଥିବା ଏକ ସଂସ୍ଥାନରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଦେଶର ପ୍ରଥମ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ତାହେଲେ ତାଙ୍କ ନାମରେ ନାମିତ ବିଶ୍ୱବିଦ୍ୟାଳୟରୁ ତାଙ୍କ ନାମ ହଟାଇବାକୁ ଆପଣ କାହିଁକି କହୁନାହିଁନ୍ତି।  

Also Read: ଦୁଇ ଡୋଜ ଟିକାକରଣ ପରେ ଦେଶରେ ଲଗାଯିବକି Booster Shot? ଜାଣନ୍ତୁ ବିଶ୍ୱର ସ୍ଥିତି

ଯେତେବେଳେ ଆବେଦନକାରୀଙ୍କ ଓକିଲ କୋର୍ଟକୁ କହିଥିଲେ ଯେ ଅନ୍ୟ ଦେଶରେ ଏପରି ପ୍ରଥା ନାହିଁ। ଏହାର ଜବାବ ରଖି ଜଷ୍ଟିସ୍ କୁହ୍ନିକୃଷ୍ଣମ ମୌଖିକ ଭାବେ କହିଥିଲେ କ'ଣ ଆପଣ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କ ପାଇଁ ଗର୍ବିତ ନୁହଁନ୍ତି କି?  ଆମେ ଆମର ପ୍ରଧାନମନ୍ତ୍ରୀଙ୍କୁ ନେଇ ଗର୍ବିତ। ଆବେଦନକାରୀଙ୍କୁ ପ୍ରଶ୍ନ କରି ଜଷ୍ଟିସ କହିଛନ୍ତି କାହିଁକି ଆପଣ ପ୍ରଧାନମନ୍ତ୍ରୀଙ୍କୁ ନେଇ ଲଜ୍ଜିତ ଅନୁଭବ କରୁଛନ୍ତି? ସେ ଜନସାଧାରଣଙ୍କ ସମର୍ଥନ ହାସଲ କରି କ୍ଷମତାକୁ ଆସିଛନ୍ତି। ଆମର ଭିନ୍ନ ଭିନ୍ନ ରାଜନୈତିକ ଦୃଷ୍ଟିକୋଣ ଥାଇପାରେ ହେଲେ ଆପଣ ଦେଶର ତାଙ୍କୁ ପ୍ରଧାନମନ୍ତ୍ରୀ ବୋଲି ଅସ୍ୱୀକାର କରିପାରିବେ ନାହିଁ।

Also Read: ଟିକାକରଣ ହୋଇପାରେ ପ୍ରଭାବିତ; ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ Sputnik V Covid19 Vaccine

ଆବେଦନକାରୀଙ୍କ ଓକିଲ ଏମ.ପିଟର କୋର୍ଟରେ କହିଥିଲେ ସାର୍ଟିଫିକେଟ୍ ହେଉଛି ଏକ 'ବ୍ୟକ୍ତିଗତ ସ୍ଥାନ' ଯେଉଁଠାରେ ବ୍ୟକ୍ତିଗତ ତଥ୍ୟ ରହିଥାଏ। ସେଥିପାଇଁ ଏହା ଉପରେ କାହାର ଫଟୋ ଜଣେ ବ୍ୟକ୍ତିଙ୍କ ଗୋପନୀୟତାରେ ହସ୍ତକ୍ଷେପ କରିବା ଭଳି ହେଉଛି ଯାହା ଠିକ୍ ନୁହେଁ। ସାର୍ଟିଫିକେଟ୍ ଭଳି ବ୍ୟକ୍ତିଗତ ବିବରଣୀରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଯୋଡିବା ହେଉଛି ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସ୍ଥାନରେ ଅନୁପ୍ରବେଶ କରିବା। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଟିକାକରଣ ପ୍ରମାଣପତ୍ର ହେଉଛି ତାଙ୍କର ବ୍ୟକ୍ତିଗତ ସ୍ଥାନ ଏବଂ ଏହା ଉପରେ ତାଙ୍କର ଅଧିକାର ରହିଛି। ଓକିଲ ପିଟରଙ୍କ ଅନୁଯାୟୀ, କୋଭିଡ ସାର୍ଟିଫିକେଟ୍ ରେ ଥିବା ଫଟୋ ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି।