ବହୁଚର୍ଚ୍ଚିତ ସାପ କାମୁଡା ହତ୍ୟା ଘଟଣାରେ ଜଡି଼ତ ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆଡି଼ସନାଲ ସେସନ୍ସ କୋର୍ଟ।
Trending Photos
ଥିରୁଅନନ୍ତପୁରମ୍: କେରଳର କୋଲାମ ଠାରେ ହୋଇଥିବା ବହୁଚର୍ଚ୍ଚିତ ସାପ କାମୁଡା ହତ୍ୟା ଘଟଣାରେ ଜଡି଼ତ ମୁଖ୍ୟ ଅଭିଯୁକ୍ତ ସରୋଜ ଏସ୍ କୁମାରଙ୍କ ଆସନ୍ତାକାଲି ଦଣ୍ଡଶୁଣାଣି କରିବେ ଆଡି଼ସନାଲ ସେସନ୍ସ କୋର୍ଟ। ଗତ ବର୍ଷ ମେ ୭ ତାରିଖରେ ଅଭିଯୁକ୍ତର ପତ୍ନୀ ଉଥ୍ରାଙ୍କ ସାପ କାମୁଡା଼ରେ ମୃତ୍ୟୁ ହୋଇଥିଲା।
ଏ ମାମଲାରେ ଶୁଣାଣି କରି ଆଡି଼ସନାଲ ସେସନ୍ସ କୋର୍ଟ ଜଜ୍ ଏମ.ମନୋଜ କୁମାର ୩୦୨ ହତ୍ୟା, ୩୦୭ ହତ୍ୟା ଉଦ୍ୟମ, ୨୦୧ ପ୍ରମାଣ ନଷ୍ଟ କରିବା, ୩୨୮ ବିଷ ବ୍ୟବହାର କରିବା ଆଧାରରେ ମୁଖ୍ୟ ଅଭିଯୁକ୍ତ ସରୋଜ ଏସ୍.କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତାକାଲି ଏ ଘଟଣାରେ ଜଡି଼ତ ଅଭିଯୁକ୍ତଙ୍କ ଦଣ୍ଡ ଶୁଣାଣି କରାଯିବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ବିନା ସନ୍ଦେହରେ ପ୍ରମାଣିତ ହୋଇଛି।
Also Read: Nag ହତ୍ୟାର ବଦଲା ନେଲା Nagin; ଆତଙ୍କ ଖେଳାଇଛି Cat
ଏ ମାମଲାରେ ରାୟ ଶୁଣାଇବା ପରେ କୋର୍ଟ ଅଭିଯୁକ୍ତକୁ ପଚାରିଥିଲେ ଯେ ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ପ୍ରମାଣିତ ହୋଇସାରିଛି, ଏ ମାମଲାରେ ତାଙ୍କୁ କେଉଁ ପ୍ରକାରର ଦଣ୍ଡ ଦିଆଯିବ। ମାତ୍ର ସାପ କାମୁଡା ହତ୍ୟା ଘଟଣାରେ ଜଡିତ ଏନେଇ କୋର୍ଟରେ କିଛି କହିବାକୁ ମନା କରିଦେଇଥି୍ଲେ।
ଏଭଳି ଗୁରୁତର ଅପରାଧରେ ଜଡି଼ତ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେବା ପାଇଁ କୋର୍ଟରେ କହିଥିଲେ ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର (Special Public Prosecutor) ଜି.ମୋହନରାଜ। ଅଭିଯୁକ୍ତ ପତ୍ନୀ ସହ ନିଜ ପିଲାକୁ ହତ୍ୟା କରିଛି। ଏଭଳି ଅପରାଧ ଦେଶରେ ବିରଳ। ଏପରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମୃତ୍ୟୁ ଦଣ୍ଡ ଦେବା ଆବଶ୍ୟକ। କାରଣ ଏହା ଦ୍ୱାରା ସମାଜକୁ ଏକ ସୁଦୃଢ ବାର୍ତ୍ତା ଦିଆଯିବ।
Also Read: ନାଗର ପ୍ରତିଶୋଧ: ୩୨ ବର୍ଷରେ ୭୨ ଦଂଶନ ସହିଲା ପରେ ଏବେବି ଜୀବିତ ଏହି ବ୍ୟକ୍ତି
ଗତ ବର୍ଷ ମେ ୬ ତାରିଖରେ ଅଭିଯୁକ୍ତ ସରୋଜ ଏସ କୁମାରଙ୍କ ପତ୍ନୀ ଉଥ୍ରାଙ୍କୁ ସାପ କାମୁଡିଥିଲା। ଏହାର ପର ଦିନ ସକାଳେ ଉଥ୍ରାଙ୍କ ମାଆ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ପ୍ରଥମ ପ୍ରଥମେ ଏ ଘଟଣାରେ ଉଥ୍ରାଙ୍କ ଘର ଲୋକେ ସରୋଜଙ୍କ ଉପରେ ସନ୍ଦେହ କରିନଥିଲେ। ମାତ୍ର ପରେ ତାଙ୍କର ସନ୍ଦେହଜନକ ବ୍ୟବହାର ତାଙ୍କୁ ସନ୍ଦେହଘେରକୁ ଟାଣିନେଇଥିଲା। ପରେ ଏ ମାମାଲାରେ କୋଲାର ଗ୍ରାମୀଣ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ଉଥ୍ରାଙ୍କ ପରିବାର।
Also Read: ଶୌଚାଳୟ ଗଲା ବେଳେ ବୃଦ୍ଧଙ୍କୁ କାମୁଡିଲା ଏହି ସାପ
ଏହା ପରେ ବଦଳି ଯାଇଥିଲା ଘଟଣାର ମୋଡ। କୋଲାର ଜିଲ୍ଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ଏ ଘଟଣାର ତଦନ୍ତ ଦାୟିତ୍ୱ। ଡିଏସପି ଏ ଅଶୋକନଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଟିମ ଏହି ହତ୍ୟା ଘଟଣାରେ ଆରମ୍ଭ କରିଥିଲା ବୈଜ୍ଞାନିକ ଅନୁସନ୍ଧାନ। ପରେ ଏହି ଘଟଣାର ହୋଇଥିଲା ରହସ୍ୟ ଉନ୍ନୋଚନ।