Youtuber Couple: ଚାଞ୍ଚଲ୍ୟ ! ଘରୁ ୟୁଟ୍ୟୁବର ଦମ୍ପତ୍ତିଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha2491056

Youtuber Couple: ଚାଞ୍ଚଲ୍ୟ ! ଘରୁ ୟୁଟ୍ୟୁବର ଦମ୍ପତ୍ତିଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

Youtuber Couple: ସେଲୁ ଫ୍ୟାମିଲି' ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି । ପୋଲିସ ର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ସେ ଶୁକ୍ରବାର ସୋସିଆଲ ମିଡିଆରେ ଶେଷ ପୋଷ୍ଟ ସେମାନେ କରିଥିଲେ । ଦୁଇ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Youtuber Couple: ଚାଞ୍ଚଲ୍ୟ ! ଘରୁ ୟୁଟ୍ୟୁବର ଦମ୍ପତ୍ତିଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର
Youtuber Couple Death: ଏକ ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସେମାନଙ୍କ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁର୍ଗନ୍ଧ ଆସିବାରୁ ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ। ଶବ ବ୍ୟବଚ୍ଛେଦ ପାଇଁ ସୁରକ୍ଷିତ ରଖାଯାଇଛି ବୋଲି ପୋଲିସ କହିଛି। ମୃତକମାନେ ହେଲେ ସେଲଭରାଜ (୪୫) ଓ ତାଙ୍କ ପତ୍ନୀ ପ୍ରିୟା।
 
ଏହି ଘଟଣା ଟି ହେଉଛି କେରଳ ରାଜ୍ୟର, ଦୁହେଁ ୟୁଟ୍ୟୁବରେ ଭିଡିଓ ତିଆରି କରୁଥିଲେ ଏବଂ ସେମାନଙ୍କର 'ସେଲୁ ଫ୍ୟାମିଲି' ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି । ପୋଲିସ ର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ସେ ଶୁକ୍ରବାର ସୋସିଆଲ ମିଡିଆରେ ଶେଷ ପୋଷ୍ଟ ସେମାନେ କରିଥିଲେ । ଦୁଇ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
fallback
 
ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସର ଅପେକ୍ଷା
ତେବେ ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ ବୋଲି ପୋଲିସ କହିଛି। ବର୍ତ୍ତମାନ ସନ୍ଦେହଜନକ ଅବସ୍ଥାରେ ଏକ ମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଦୁହେଁ ଆତ୍ମହତ୍ୟା କରିଛନ୍ତି କି ନାହିଁ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।
 
ସୋସିଆଲ ମିଡିଆରେ ୧୪୦୦ ଭିଡିଓ ପୋଷ୍ଟ
ତେବେ ଘଟଣାସ୍ଥଳରୁ ପୋଲିସ କୌଣସି ସୁଇସାଇଡ୍ ନୋଟ୍ ଜବତ କରିନାହିଁ। ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଉଭୟଙ୍କ ମୋବାଇଲ୍ ରେକର୍ଡ ଯାଞ୍ଚ କରାଯାଉଛି। ଦୁହେଁ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ ଥିଲେ, ସେମାନଙ୍କର ୧୮୦୦୦ରୁ ଅଧିକ ସବସ୍କ୍ରାଇବର ଅଛନ୍ତି ଏବଂ ଦୁହେଁ ବର୍ତ୍ତମାନ ସୁଦ୍ଧା ସୋସିଆଲ ମିଡିଆରେ ୧୪୦୦ରୁ ଅଧିକ ଭିଡିଓ ପୋଷ୍ଟ କରିଛନ୍ତି ।