Alcohol Poisoning Treatment News: ମଦ ପିଇବା ଦ୍ୱାରା ସୁଗାର ମାତ୍ରା ଅଚାନକ ବଢିବାର ମଧ୍ୟ ସମ୍ଭାବନା ରହିଥାଏ। ଅନ୍ୟପଟେ ଯଦି ମଦ ବିଷାକ୍ତ ହୁଏ ତେବେ ଏହି ମଦ ଆପଣଙ୍କ ପୁରା ଶରୀରେ ଏହା ପ୍ରଭାବ ପକାଇଥାଏ। ଯଦି ଜୀବନ ବଞ୍ଚିବି ଯାଏ ତେବେ ଆଖି, ଲିଭର ଓ କିଡନୀ ଉପରେ ଭୟଙ୍କର ରୂପରେ ପ୍ରଭାବ ପକାଇଥାଏ।
Trending Photos
Alcohol Poisoning Treatment: ବିହାରର ସାରଣ ଜିଲ୍ଲାରେ ବିଷାକ୍ତ ମଦପାନ ଯୋଗୁଁ ଏବେ ସୁଦ୍ଧା ୬୦ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ନେଇ ନୀତିଶ ସରକାର ମଧ୍ୟ ଚରମ ବାଣୀ ଶୁଣାଇଛନ୍ତି । ସରକାର କହିଛନ୍ତି ଯେ, ଯିଏ ମଦ ପିଇ ମୃତ୍ୟୁବରଣ କରିବ ତାଙ୍କୁ ସରକାରଙ୍କ ଠାରୁ ଗୋଟେ ପଇସା ମିଳିବ ନାହିଁ। ହେଲେ ଏଠି ପ୍ରଶ୍ନ ଉଠୁଛି ମୃତ୍ୟୁବରଣ କରିଥିବା ଲୋକଙ୍କୁ ଏକଥା ଜଣାନଥିଲା ଯେ, ସେ ପିଉଥିବା ମଦ ବିଷାକ୍ତ । ଯାହାଫଳରେ ଟିକିଏ ମଦ ପାଇଁ ତାଙ୍କ ଜୀବନ ଚାଲିଗଲା। ତେବେ ଜାଣିବା ଦରକାର ଯେ, ବିଷାକ୍ତ ମଦ ପିଇବା ଦ୍ୱାରା ଚିକିତ୍ସା ସମ୍ଭବ ନା ନୁହେଁ, ଆଉ ଯଦିଓ ସମ୍ଭବ ଚିକିତ୍ସା ପରେ ସେମାନଙ୍କ ଶରୀରରେ ଅନ୍ୟ କୌଣସି ସମସ୍ୟା ଦେଖାଦିଏ ନା ନାହିଁ ସେନେଇ ମଧ୍ୟ ଜାଣିବା ଜରୁରୀ।
ତେବେ ଆଜି ଚାଲନ୍ତୁ ଜାଣିବା ଯଦି କୌଣସି ବ୍ୟକ୍ତି ବିଷାକ୍ତ ମଦ୍ୟପାନ କରନ୍ତି ତାଙ୍କ ଠାରେ କଣ ସବୁ ଲକ୍ଷଣ ଦେଖାଦିଏ। ଏହାସହ ଏହାର ପ୍ରାଥମିକ ଚିକିତ୍ସା (Primary Treatment) କେମିତି କରାଯାଇପାରିବ ସେ ନେଇ କିଛି ସୂଚନା ଆପଣ ଜାଣିବା ଜରୁରୀ। ମଦ ବିଷାକ୍ତ ନହେଲେ ବି ଏହାକୁ ପିଇବା ଦ୍ୱାରା ଶରୀରରେ ନିଶ୍ୱାସ ପ୍ରଶ୍ୱାସ ଠାରୁ ଆରମ୍ଭ କରି ହାର୍ଟବିଟ୍ ଓ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ସେହିପରି ଯଦି ଆପଣ ବ୍ଲଡସୁଗାର ରୋଗୀ (Blood Sugar Patient) ତେବେ ମଦ ପିଇବା ଦ୍ୱାରା ସୁଗାର ମାତ୍ରା ଅଚାନକ ବଢିବାର ମଧ୍ୟ ସମ୍ଭାବନା ରହିଥାଏ। ଅନ୍ୟପଟେ ଯଦି ମଦ ବିଷାକ୍ତ ହୁଏ ତେବେ ଏହି ମଦ ଆପଣଙ୍କ ପୁରା ଶରୀରେ ଏହା ପ୍ରଭାବ ପକାଇଥାଏ। ଯଦି ଜୀବନ ବଞ୍ଚିବି ଯାଏ ତେବେ ଆଖି, ଲିଭର ଓ କିଡନୀ ଉପରେ ଭୟଙ୍କର ରୂପରେ ପ୍ରଭାବ ପକାଇଥାଏ।
Also Read: Bihar Liquor : ୨୪ ଘଣ୍ଟାରେ ୩୦ ଶବର ବ୍ୟବଚ୍ଛେଦ, ଭାଙ୍ଗିଗଲା ପଥର ହୃଦୟ
ବିଷାକ୍ତ ମଦ Poison Liquor) ଶରୀରରେ ଖେଳେଇଯିବା ପରେ ଏହି ସବୁ ଲକ୍ଷଣ ପ୍ରଥମେ ଦେଖାଦେଇଥାଏ। ବିଷାକ୍ତ ମଦ ପିଇବାର କିଛି ସମୟ ପରେ ଧିରେ ଧିରେ ନିଶ୍ୱାସ ପ୍ରଶ୍ୱାସ ଧୀର ପଡ଼ିଯାଏ। ବିଚଳିତ ଲାଗିବା ସହ ସାଥୀରେ ବାନ୍ତି ହେବା ଆରମ୍ଭ ହୋଇଯାଏ। ପରେ ଶରୀରର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯାଏ। ଶରୀରର ରଙ୍ଗ ନୀଳ ଓ ହଳଦିଆ ପଡ଼ିଯିବା ସହ ଶରୀରର ତାପମାତ୍ରା ହ୍ରାସ ପାଇଥାଏ। ପରେ ବିଷାକ୍ତ ମଦ ପିଇଥିବା ବ୍ୟକ୍ତି ଜଣଙ୍କ ଅଚେତ ଅବସ୍ଥାକୁ ଚାଲିଯାଆନ୍ତି ।
Also Read: Karnataka: ଶିକ୍ଷକଙ୍କୁ ନିର୍ଘାତ ପିଟିଲେ ଛାତ୍ରୀ, ଜାଣନ୍ତୁ କାରଣ
କଣ ଚିକିତ୍ସା କରିବା ଦରକାର:-