Trending Photos
କୋଲକାତା: ଆସନ୍ତାବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Poll 2021)। ହେଲେ ସମୟ ଥାଉ ଦଳୀୟସ୍ତରରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି କେନ୍ଦ୍ରରେ କ୍ଷମତାସୀନ ବିଜେପି (BJP)। ଏହିକ୍ରମରେ ନିର୍ବାଚନ ଲାଗି ଦଳୀୟ ସଙ୍ଗଠନକୁ ଆଗୁଆ ସକ୍ରିୟ କରିବାକୁ ଆସନ୍ତା ନଭେମ୍ବର ୫ ତାରିଖରେ ୨ ଦିନିଆ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଛି ଦଳର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah)।
ଏ ବାବଦରେ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ (Bengal BJP Chief) ତଥା ମେଦୀନପୁର ଲୋକସଭା ସାଂସଦ (Medinipur Lok Sabha MP) ଦିଲ୍ଲୀପ ଘୋଷ (Dillip Ghosh)। ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶାହ ଦଳୀୟ ସଙ୍ଗଠନର ସ୍ଥିତି ବାବଦରେ ଆଲୋଚନା କରିବା ନେଇ ଜଣାଇଛନ୍ତି ସେ।
ନଭେମ୍ବର ୬ ତାରିଖରେ ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରାଯାଇଛି। ଏନେଇ ପଶ୍ଚିମବଙ୍ଗ ବିଜେପି ସାଧାରଣ ସମ୍ପାଦକ ସାୟନ୍ତନ ବସୁ ଏ ବାବଦରେ ଜଣାଇଛନ୍ତି। ଶାହଙ୍କ ଗସ୍ତକୁ ନଜରରେ ରଖି ନଡ୍ଡାଙ୍କ ଗସ୍ତକୁ ବାତିଲ କରାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ପଶ୍ଚିମବଙ୍ଗ ବିଜେପି ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି।
ଶାହଙ୍କ ଗସ୍ତ ସମ୍ପର୍କରେ ମତ ରଖି ସାୟନ୍ତନ କହିଛନ୍ତି, 'ସେ ନଭେମ୍ବର ୨ ତାରିଖରେ ମେଦିନୀପୁର ଜିଲ୍ଲା ଗସ୍ତରେ ଯିବେ। ପରଦିନ ସେ ଦଳର କର୍ମକର୍ତ୍ତାଙ୍କୁ ଭେଟିବେ। ଏହି କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।
ଅନ୍ୟପଟେ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ (Bengal BJP Incharge) କୈଳାଶ ବିଜୟଭର୍ଗିଆ (Kailash Vijayvargiya) କହିଛନ୍ତି ଅମିତ ଶାହା ସଙ୍ଗଠନ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବେ ଏବଂ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ଆଲୋଚନା କରିବେ। ଗସ୍ତ ଅବସରରେ ସେ କୋଲକାତା ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିପାରନ୍ତି।
ଏହି ଅବସରରେ ସେ ଶାହ, କୈଳାଶ ବିଜୟଭର୍ଗିଆ, ଦଳର ଉପସଭାପତି ମୁକୁଲ ରାୟ, ବଙ୍ଗଳା ବିଜେପି ସଭାପତି ଦିଲୀପ ଘୋଷଙ୍କ ସହ ବୁଥ ଏବଂ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ଶାହା ଚଳିତ ବର୍ଷ ଆରମ୍ଭରେ ପଶ୍ଚିମବଙ୍ଗ ପାଇଁ ଏକ ଡିଜିଟାଲ ରାଲିରେ ସମ୍ବୋଧିତ କରିଥିଲେ। କୋରୋନା ମହମାରୀର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ପରେ ଏହା ହେଉଛି ଶାହଙ୍କ ପ୍ରଥମ ପଶ୍ଚିମବଙ୍ଗ ଗସ୍ତ। ଶାହା ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ପହିଲାରେ ବଙ୍ଗଳା ଗସ୍ତ କରିଥିଲେ।
ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ (Jagdeep Dhankhar) କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଲୋଚନା କରି ସାରିଛନ୍ତି। ଏପରିକି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ପଶ୍ଚିମବଙ୍ଗର ବିଜେପି ନେତା ମଧ୍ୟ ରାଜ୍ୟରେ ଆଇନ ଓ ବ୍ୟବସ୍ଥାର ବିପର୍ଯ୍ୟସ୍ଥ ହୋଇପଡିଥିବାରୁ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରୁଛନ୍ତି। ଏପରିକି ରାଜ୍ୟପାଳ ନୂଆଦିଲ୍ଲୀ ଠାରେ ଶାହାଙ୍କୁ ଦିନକ ପୂର୍ବରୁ ଭେଟି ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ବାବଦରେ ଆଲୋଚନା କରିଥିଲେ।