ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଜାଣିବା ପାଇଁ ବଭିନ୍ନ ନେତା କର୍ମୀଙ୍କ ସୁଅ ଛୁଟୁଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଜାଣିବା ପାଇଁ ବିଭିନ୍ନ ଦଳରେ ନେତା ମେଦାନ୍ତ ହସ୍ପିଟାଲ ଠାରେ ପହଞ୍ଚୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦଳୀୟ ନେତା ସମର୍ଥକ ଶନିବାର ଡାକ୍ତରଖାନା ପହଞ୍ଚିଛନ୍ତି। ଏହି ସମୟରେ ଜଣେ ସମର୍ଥକ କାନ୍ଦୁଥିବାର ଦେଖିବାକୁ ମିଳିଛି।
Trending Photos
Latest Health Update of Netaji: ସ୍ୱାସ୍ଥ୍ୟବସ୍ଥା ବିଗିଡି଼ବାରୁ ଗତ ୨୨ ସେପ୍ଟମ୍ବର ତାରିଖରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମୁଲାୟମ ସିଂହ ଯାଦବ। ବର୍ତ୍ତମାନ ହରିୟାଣା ମେଦାନ୍ତ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଛନ୍ତି ସମାଜବାଦୀ ପାର୍ଟି ସଂସ୍ଥାପକ। ରବିବାର ଏନେଇ ମେଡିକାଲ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ବର୍ତ୍ତମାନ ସେ ଜୀବନ ରକ୍ଷାକାରୀ ଔଷଧ ସହାୟତାରେ ଅଛନ୍ତି। ଡାକ୍ତରଖାନା ନିର୍ଦ୍ଦେଶକ ଡ.ସଞ୍ଜୀବ ଗୁପ୍ତା କହିଛନ୍ତି ଯେ ଏକ ବିଶେଷଜ୍ଞ ଦଳ ତାଙ୍କୁ ଆଇସିୟୁରେ ଚିକିତ୍ସା କରୁଛି।
ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଜାଣିବା ପାଇଁ ବଭିନ୍ନ ନେତା କର୍ମୀଙ୍କ ସୁଅ ଛୁଟୁଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଜାଣିବା ପାଇଁ ବିଭିନ୍ନ ଦଳରେ ନେତା ମେଦାନ୍ତ ହସ୍ପିଟାଲ ଠାରେ ପହଞ୍ଚୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦଳୀୟ ନେତା ସମର୍ଥକ ଶନିବାର ଡାକ୍ତରଖାନା ପହଞ୍ଚିଛନ୍ତି। ଏହି ସମୟରେ ଜଣେ ସମର୍ଥକ କାନ୍ଦୁଥିବାର ଦେଖିବାକୁ ମିଳିଛି। ଦଳର ସମର୍ଥକ କହିଛନ୍ତି ଯେ ଆମେ ନେତାଜୀଙ୍କ ପାଇଁ ଜୀବନ ଦେଇଦେବୁ।ନିମ୍ନ ରକ୍ତଚାପ ସମସ୍ୟା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେତୁ ୮ ବର୍ଷୀୟ ମୁଲାୟମ ସିଂ ଯାଦବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ସମୟରେ ତାଙ୍କ ପରିବାର ସଦସ୍ୟ ନିବେଦନ କରି କହିଛନ ଯେ ନେତାଜୀ ଭଲ ଅଛନ୍ତି। ଡାକ୍ତରଖାନାରେ ତାଙ୍କୁ ଭେଟିବାକୁ ଆସନ୍ତୁ ନାହିଁ। ଦଳୀୟ ନେତା କର୍ମକର୍ତ୍ତା ଭିଡ଼କୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୁଲାୟମ ସିଂହଙ୍କ ପୁଅ ଅଖିଳେଶ ଯାଦବ ନିଜେ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି।
ବିଗତ ୩ ବର୍ଷ ଧରି ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡିବାରେ ଲାଗିଛି। ତାଙ୍କୁ ମାସରେ ଥରେ କିମ୍ବା ଦୁଇଥର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ଆସିବାକୁ ପଡୁଛି। ହେଲେ ଗତ ଅଗଷ୍ଟ ମାସରୁ ତାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି। ତାଙ୍କର ପ୍ରୋଷ୍ଟେଟ ସହ ଜଡିତ ସମସ୍ୟା ରହିଥିବା କୁହାଯାଉଛି। ଏହି କାରଣରୁ ସେ ମେଦାନ୍ତା ହସ୍ପିଟାଲ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ରହି ଆସୁଛନ୍ତି। ଲକ୍ଷ୍ନୌରେ ରହିବା ସମୟରେ ଯଦି କୌଣସି ଅସୁବିଧା ଦେଖାଦିଏ, ତାହେଲେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଏହା ପୂର୍ବରୁ ତାଙ୍କୁ ୧୫ ଜୁନରେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ସାରିଛି। ଯେଉଁଠାରେ ତାଙ୍କୁ ନିୟମିତ ଯାଞ୍ଚ ପରେ ଡିସଚାର୍ଜ କରା ଯାଇଥିଲା। ସେବେଠାରୁ ସେ କ୍ରମାଗତ ଭାବେ କୌଣସି ନା କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବାର ନାଁ ଧରୁନାହିଁ। ଶନିବାର ମେଦାନ୍ତ ହସ୍ପିଟାଲ ପକ୍ଷରୁ ତାଙ୍କର ହେଲଥ୍ ବୁଲେଟିନ୍ ଜାରି କରାଯାଇଛି। ଗତ ରବିବାର ଠାରୁ ମୁଲାୟମ ସିଂହଙ୍କୁ ହସ୍ପିଟାଲର ଆଇସିୟୁ ୱାର୍ଡ ମଧ୍ୟରେ ଭର୍ତ୍ତି କରାଯାଇଛି। ଭେଣ୍ଟିଲେଟର ସହାୟତାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। କ୍ରିଟିକାଲ୍ କେୟାର ୟୁନିଟ୍ ମୁଖ୍ୟ ଡାକ୍ତର ଯତୀନ ମେହେତ୍ତାଙ୍କ ଟିମ୍ ତାଙ୍କର ଚିକିତ୍ସା କରୁଛି। ଏହା ପୂର୍ବରୁ କର୍କଟ ବିଶେଷଜ୍ଞ ଡକ୍ଟର ନୀତିନ ସୁଦଙ୍କ ଟିମ୍ ଚିକିତ୍ସା କରିସାରିଛି।
ଲଗାତାର ଭାବେ ବିଗତ ୭ ଦିନ ଧରି ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ରଖାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଉପରେ ଔଷଧର କୌଣସି ପ୍ରଭାବ ପଡୁନାହିଁ। ହେଲେ ଡାକ୍ତରୀଦଳ ଯଥାସମ୍ଭବ ଚେଷ୍ଟା କରୁଛି।