Ram Mandir: ରାମ ମନ୍ଦିର ଉଦ୍ଦଘାଟନକୁ ଆସିବେନି ଆଡ଼ଭାନୀ ଓ ଯୋଶୀ
Advertisement
Article Detail0/zeeodisha/odisha2017774

Ram Mandir: ରାମ ମନ୍ଦିର ଉଦ୍ଦଘାଟନକୁ ଆସିବେନି ଆଡ଼ଭାନୀ ଓ ଯୋଶୀ

Ayodhya Ram Mandir: ରାମ ମନ୍ଦିର (Ayodhya Ram Mandir)  ଜାନୁୟାରୀ ୨୨ ତାରିଖରେ ଅଯୋଧ୍ଯା ରାମ ମନ୍ଦିର ଉଦ୍ଦଘାଟନ ହେବାକୁ ଯାଉଛି । ତେବେ ରାମମନ୍ଦିର ଆନ୍ଦୋଳନର ଦୁଇ ପୁରୋଧା ତଥା ବର୍ଷୀୟାନ୍ ଭାଜପା ନେତା ଲାଲକୃଷ୍ଣ ଆଡ଼ଭାନୀ (lal krishna Advani) ଓ ମୁରଲୀ ମନୋହର ଯୋଶୀ (Murli Manohar Joshi) ଏହି ଉଦ୍ଦଘାଟନ କାର୍ଯ୍ୟକ୍ରମରେ ଯୋଗ ନ ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ସୌ(ସୋସିଆଲ ମିଡିଆ)

Ayodhya Ram Mandir: ରାମ ମନ୍ଦିର (Ayodhya Ram Mandir) ଉଦ୍ଦଘାଟନ ନେଇ ଅଯୋଧ୍ଯାରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ଯା ରାମ ମନ୍ଦିର ଉଦ୍ଦଘାଟନ ହେବାକୁ ଯାଉଛି । ତେବେ ରାମମନ୍ଦିର ଆନ୍ଦୋଳନର ଦୁଇ ପୁରୋଧା ତଥା ବର୍ଷୀୟାନ୍ ଭାଜପା ନେତା ଲାଲକୃଷ୍ଣ ଆଡ଼ଭାନୀ (lal krishna Advani) ଓ ମୁରଲୀ ମନୋହର ଯୋଶୀ (Murli Manohar Joshi) ଏହି ଉଦ୍ଦଘାଟନ କାର୍ଯ୍ୟକ୍ରମରେ ଯୋଗ ନ ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅଯୋଧ୍ଯା ରାମ ମନ୍ଦିର (Ayodhya Ram Mandir) ଉଦ୍ଦଘାଟନ ଉତ୍ସବରେ ବର୍ଷୀୟାନ୍ ଭାଜପା ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି । ବୟସାଧିକ ଓ ସ୍ବାସ୍ଥ୍ୟଗତ କାରଣରୁ ସୋମାନେ ଯୋଗଦେବେ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାଏ କହିଛନ୍ତି, ଦୁଇ ନେତାଙ୍କୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି। ଏହି ଅନୁରୋଧକୁ ସେମାନେ ମଧ୍ଯ ଗ୍ରହଣ କରିଛନ୍ତି । ଆଡ଼ଭାନୀଙ୍କୁ ଏବେ ୯୬ ବର୍ଷ ହୋଇଥିବାବେଳେ ଯୋଶୀଙ୍କୁ ଆସନ୍ତା ମାସରେ ୯୦ ବର୍ଷ ହେବ। ତେଣୁ ସ୍ବାସ୍ଥ୍ୟ ଓ ବୟସକୁ ଦୃଷ୍ଟିରୁ ସୋମାନେ ଯୋଗ ନଦେଇ ପାରନ୍ତି ।

Also Read-Puri: ଏଣିକି ଭକ୍ତଙ୍କ ପାଇଁ ସହଜ ହେବ ଜଗା ଦର୍ଶନ, ବଡ଼ଦାଣ୍ତରୁ ହଟିଲା ଉଠାଦୋକାନ

ପ୍ରକାଶ ଥାଉ କି, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଯୋଗଦେବେ । ଜାନୁୟାରୀ ୧୫ରେ ପ୍ରସ୍ତୁତି ଶେଷ ହେବା ପରେ ୧୬ ତାରିଖରୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡ଼ ଦେବଗୌଡ଼ଙ୍କୁ ଆମନ୍ତ୍ରଣ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି । ଏଥିରେ ୬ଟି ଦର୍ଶନର ଶଙ୍କରାଚାର୍ଯ୍ୟ, ୧୫୦ ସାଧୁସନ୍ଥ ଯୋଗଦେବେ। ଏହି ଉତ୍ସବରେ ଯୋଗଦେବା ଲାଗି ୪୦୦୦ ସନ୍ଥ ଓ ୨୨୦୦ରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଅଭିଷେକ ଉତ୍ସବ ପରେ ଜାନୁୟାରୀ ୨୩ରୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ ।