Land for Jobs Scam: ସିବିଆଇ ଏହାର ଏଫଆଇଆରରେ (FIR) ଅଭିଯୋଗ କରିଛି ଯେ ପାଟନାରେ ରହୁଥିବା ପ୍ରାର୍ଥୀମାନେ ନିଜେ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ମାଧ୍ୟମରେ ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ପରିବାର ସଦସ୍ୟଙ୍କ ସପକ୍ଷରେ ପାଟନାରେ ଜମି ବିକ୍ରି କିମ୍ବା ଉପହାର ଦେଇଛନ୍ତି ।
Trending Photos
Land for Jobs Scam: ଜମି ବଦଳରେ ଚାକିରି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ (Bihar Deputy Chief Minister) ତେଜସ୍ୱୀ ଯାଦବ (Tejashwi Yadav) ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ରିପୋର୍ଟ ହୋଇଛି ଯେ ଯାଦବଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ପାଖରେ ଦୃଢ଼ ପ୍ରମାଣ ରହିଛି । ଏହା ବ୍ୟତୀତ ପ୍ରାର୍ଥୀଙ୍କ ସୂଚନା ସଂଗ୍ରହ ପାଇଁ ସିବିଆଇ ରେଳବାଇକୁ ଚିଠି ଲେଖିପାରେ ବୋଲି ମଧ୍ୟ କୁହାଯାଉଛି ।
ନ୍ୟୁଜ୍ ୧୮ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ପ୍ରୋବ ଏଜେନ୍ସିରେ ୧,୪୫୮ ପ୍ରାର୍ଥୀଙ୍କ ତାଲିକା ଥିବା ହାର୍ଡ ଡିସ୍କ ଅଛି । ସୂତ୍ରରୁ ପ୍ରକାଶ ଯେ ଏହି ପ୍ରାର୍ଥୀମାନେ ଚାକିରି ବଦଳରେ ଯାଦବଙ୍କୁ ସେମାନଙ୍କ ଜମି ଦେଇଥିବାର ଅଭିଯୋଗ ହୋଇଛି । ସେ କହିଛନ୍ତି ଯେ ଏହି ତାଲିକା ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ପୁଅ ତେଜସ୍ୱୀ ପ୍ରସ୍ତୁତ କରିଛନ୍ତି । ଗତ ମାସରେ ହୋଇଥିବା ରେଡରେ ସିବିଆଇ ଦ୍ୱାରା ଏହି ଡିସ୍କ ଜବତ କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ଏହି ୧,୪୫୯ ଟି ମାମଲା ମଧ୍ୟରୁ ୧୬ ଟି ଯାଞ୍ଚ କରାଯାଇଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସିବିଆଇ ଅନୁସନ୍ଧାନରେ ସଠିକ୍ ପ୍ରମାଣିତ ହୋଇଛି । କେନ୍ଦ୍ରୀୟ ଯାଞ୍ଚକାରୀ ସଂସ୍ଥା ଏହି ପ୍ରାର୍ଥୀଙ୍କ ସୂଚନା ସଂଗ୍ରହ କରିବାକୁ ଶୀଘ୍ର ରେଳବାଇକୁ ଏକ ଚିଠି ଲେଖିପାରେ । ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରେ ରେଳ କର୍ମଚାରୀଙ୍କ ଭୁଲ୍ କାମ ଉପରେ ମଧ୍ୟ ଏଜେନ୍ସି ଦୃଷ୍ଟି ଦେବ ଓ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଗିରଫ କରାଯାଇପାରେ କାରଣ ତାଙ୍କ ବିରୋଧରେ ପ୍ରମାଣ ଯଥେଷ୍ଟ ଶକ୍ତିଶାଳୀ ।
ସିବିଆଇ ଏହାର ଏଫ୍ଆଇଆରରେ ଅଭିଯୋଗ କରିଛି ଯେ ପାଟନାରେ ରହୁଥିବା ପ୍ରାର୍ଥୀମାନେ ନିଜେ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ମାଧ୍ୟମରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ସପକ୍ଷରେ ପାଟନାରେ ଜମି ବିକ୍ରି କିମ୍ବା ଉପହାର ଦେଇଛନ୍ତି । ଏଫଆଇଆର ଆହୁରି ମଧ୍ୟ କୁହାଯାଇଛି ଯେ, “ତଦନ୍ତୁରୁ ଜଣାପଡିଛି ଯେ ପାଟନାରେ ୧ ଲକ୍ଷ ୫ ହଜାର ୨୯୨ ବର୍ଗଫୁଟ ଜମି ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଅଧିଗ୍ରହଣ କରାଯାଇଛି । ଅଧିକାଂଶ ଜମି ଟ୍ରାନ୍ସଫର ମାମଲାରେ ଦେୟ ନଗଦ ଆକାରରେ କରାଯାଇଥିଲା । ବର୍ତ୍ତମାନର ସର୍କଲ୍ ହାର ଅନୁଯାୟୀ, ଉପହାର କାରବାର ମାଧ୍ୟମରେ ଅର୍ଜନ ହୋଇଥିବା ଜମି ସହିତ ବିଦ୍ୟମାନ ଜମିର ମୂଲ୍ୟ ପ୍ରାୟ ୪.୩୯ କୋଟି ଟଙ୍କା ଅଟେ ।
ସିବିଆଇର ଚଢାଉକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ବିଧାନସଭାରେ କହିଛନ୍ତି ଯେ, "ଆୟକର, ଇଡି ଓ ସିବିଆଇ ହେଉଛି ବିଜେପିର ଜ୍ବାଇଁ । ଆମେ ସିବିଆଇ ଚଢାଉକୁ ଭୟ କରୁନାହୁଁ । ତେଜସ୍ୱୀ ଯାଦବ କହିଛନ୍ତି ଯେ, ବିଜେପିର କୁଚକ୍ର ନୀତିକୁ ବୁଝିବା ଆବଶ୍ୟକ । ସମଗ୍ର ଦେଶରେ କ’ଣ ଚାଲିଛି, ଯେଉଁ ରାଜ୍ୟରେ ବିଜେପି ହାରିଛି, ସେଠାରେ ତାର ତିନୋଟି ଜ୍ବାଇଁକୁ ଆଗକୁ ବଢାଇଛି। ପ୍ରଥମ ସିବିଆଇ, ଦ୍ୱିତୀୟ ଇଡି ଏବଂ ତୃତୀୟ ହେଉଛି ଆୟକର ।"
ଏହା ବି ପଢ଼ନ୍ତୁ: Prophet Muhammad Row: ଟି ରାଜା ସିଂଙ୍କୁ ପୁଣି ଥରେ ଗିରଫ କଲା ପୋଲିସ; ଜାଣନ୍ତୁ ମାମଲା
ଏହା ବି ପଢ଼ନ୍ତୁ: Hemant Soren Disqualification: କାହିଁକି ବିଧାନସଭା ସଦସ୍ୟତା ହରାଇଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ପୂରା ମାମଲା