Asola Bhatti: ଜଙ୍ଗଲ ଛାଡ଼ି ଜନବସତି ମୁହାଁ କଲରାପତ୍ରିଆ, ମିଳିଲା ପ୍ରମାଣ
Advertisement
Article Detail0/zeeodisha/odisha1391051

Asola Bhatti: ଜଙ୍ଗଲ ଛାଡ଼ି ଜନବସତି ମୁହାଁ କଲରାପତ୍ରିଆ, ମିଳିଲା ପ୍ରମାଣ

Leopard Spotted at ABWS: ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ଏବଂ ଦିଲ୍ଲୀ ବନ ବିଭାଗ ଅସୋଲା ଭାଟି ବନ୍ୟଜନ୍ତୁ ଅଭୟାରଣ୍ୟରେ ବାଘ ଉପସ୍ଥିତିକୁ ଠାବ କରିଛି। 

Asola Bhatti: ଜଙ୍ଗଲ ଛାଡ଼ି ଜନବସତି ମୁହାଁ କଲରାପତ୍ରିଆ, ମିଳିଲା ପ୍ରମାଣ

Leopard Spotted in Delhi: ଜଙ୍ଗଲ ଛାଡ଼ି ଜନବସତି ମୁହାଁହୋଇଛି କଲରା ପତ୍ରିଆ। ଯାହାକୁ ଦିଲ୍ଲୀସ୍ଥିତ ଅସୋଲା ଭାଟି ବନ୍ୟଜନ୍ତୁ ଅଭୟାରଣ୍ୟରେ ଠାବ କରାଯାଇଛି। ଏଠାରେ ଲଗାଯାଇଥିବା କ୍ୟାମେରାରେ ଆଠଟି କଲରା ପତ୍ରିଆ ବାଘଙ୍କ ଗତିବିଧି ରେକର୍ଡ କରାଯାଇଛି। ଏହା ବ୍ୟତୀତ ଅଭୟାରଣ୍ୟରୁ ଦୁଇ ଚାରୋଟି ହେଟାବାଘକୁ ଚିହ୍ନଟ କରାଯାଇଛି। କ୍ୟାମେରାରେ କଏଦ ହୋଇଥିବା ଚିତାବାଘ ସପ୍ତାହରେ ଥରେ ଦୁଇ ଥର ବୁଲୁଥିବାର ଦେଖିବାକୁ ମିଳିଛି। ଯାହା ଦର୍ଶାଉଛି ଯେ ଏହି ଜଙ୍ଗଲୀ ଜୀବ ଏବେ ସେମାନଙ୍କ ପ୍ରାକୃତିକ ବାସସ୍ଥାନ ଛାଡ଼ି ସହରୀ ଜଙ୍ଗଲକୁ ସେମାନଙ୍କ ସ୍ଥାୟୀ ବାସସ୍ଥାନ ଭାବେ ବାଛିଛନ୍ତି।

ଗତ ବର୍ଷ ଜୁନରେ ଏକ କ୍ୟାମେରା ବ୍ୟବହାର କରି ଏକ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ଦିଲ୍ଲୀସ୍ଥିତ ଅସୋଲା ଭାଟି ବନ୍ୟଜନ୍ତୁ ଅଭୟାରଣ୍ୟରେ ଠାବ ହୋଇଥିବା କଲରା ପତ୍ରିଆ ବାଘର (Leopard) ୧୧୧ ଫଟୋ କଏଦ ହୋଇଥିଲା। ଏହି ଅଭୟାରଣ୍ୟ ମୋଟ କ୍ଷେତ୍ରଫଳ ହେଉଛି ୩୨.୭୧ ବର୍ଗ କିଲୋମିଟର। ବର୍ତ୍ତମାନ ଏଠାରୁ ଆଠଟି କଲରାପତ୍ରିଆ ବାଘ ଦେଖିବାକୁ ମିଳିଛି।

ଏହି ରିପୋର୍ଟ ପ୍ରଦାନ କରିଛି ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି (Bombay Natural History Society) ବିଏନ୍ଏଚ୍ଏସ୍ (BNHS) ଏବଂ ଦିଲ୍ଲୀ ବନ ବିଭାଗ (Delhi Forest Department)। ଅସୋଲା ଭାଟି ବନ୍ୟଜନ୍ତୁ ଅଭୟାରଣ୍ୟ (Asola Bhatti Wildlife Sanctuary) ଏବିଡବଲ୍ୟୁଏସ (ABWS) ଦକ୍ଷିଣ ଦିଲ୍ଲୀର (South Delhi) ଅବସ୍ଥିତ। ଏଠାରେ ୧ ବର୍ଷ ଧରି ଅଧ୍ୟୟନ କରିବା ପରେ ଏହି ରିପୋର୍ଟ ମିଳିଛି। ଏବିଡବ୍ଲୁଏସ୍ ଠାରେ ଚିତାବାଘ ଏବଂ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଉପସ୍ଥିତି ବାବଦରେ ତଥ୍ୟ ସଂଗ୍ରହ କରିବା ହେଉଛି ଉପରୋକ୍ତ ଅଧ୍ୟୟନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

Also Read: Leopard Stunt: କାରନାମା ଦେଖାଇ ଫସିଗଲା କଲରା ପତ୍ରିଆ ବାଘ, ଆଉ ତାପରେ...

ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ ଏବିଡବଲ୍ୟୁଏସ, ଅରାବଳୀ ସରିସ୍କା-ଦିଲ୍ଲୀ ବନ୍ୟଜୀବ କରିଡର (Aravalli Sariska Delhi Wildlife Corridor) ଅଧିନସ୍ଥ। ଯାହା ରାଜସ୍ଥାନ ସରିସ୍କା ଟାଇଗର ରିଜର୍ଭ (Sariska Tiger Reserve Rajasthan) ଠାରୁ ଦିଲ୍ଲୀ ରିଜ୍ (Delhi Ridge) ପର୍ଯ୍ୟନ୍ତ ବ୍ୟାପିଛି। ଯେଉଁଥିରେ କୁହାଯାଇଛି ଯେ ଆସୋଲା ଭାଟି ଅଭୟାରଣ୍ୟରେ କଲରା ପତ୍ରିଆ ବାଘର ଉପସ୍ଥିତି ଏହି ବନ୍ୟଜନ୍ତୁ କରିଡର ଗୁରୁତ୍ୱକୁ ଦର୍ଶାଇଥାଏ।

ବିଏନ୍ଏଚ୍ଏସ୍ ନିର୍ଦ୍ଦେଶକ ସୋହେଲ ମଦାନ କହିଛନ୍ତି, ଅଧ୍ୟୟନର ଅନ୍ୟତମ କାରଣ ହେଉଛି ଯେ ଆସୋଲା ଭାଟି ବନ୍ୟପ୍ରାଣୀ ଅଭୟାରଣ୍ୟ ଏକ ପରିବେଶ ଦ୍ୱୀପ ନୁହେଁ। ଯଦି ଆପଣ ଏକ ଅଭୟାରଣ୍ୟ ନିର୍ମାଣ କରନ୍ତି, ତାହେଲେ ଏହାର ଚତୁର୍ଦ୍ଦିଗରେ ଏକ ସୀମା କାନ୍ଥ ଏବଂ ରାସ୍ତା ନିର୍ମାଣ କରିଥାନ୍ତି। ଯାହା ଏକ ପ୍ରାଣୀ ଉଦ୍ୟାନ ପରି ହୋଇଯାଏ। ଯେଉଁଠାରେ ପଶୁ ପକ୍ଷୀ ଭିତରେ ଫସି ରହିଥାନ୍ତି। ଜୀବ ଜନ୍ତୁ ଏଠାରେ ଅଧିକ ଦିନ ବଞ୍ଚିବା ପାଇଁ ପ୍ରସ୍ତୁତ ରହି ନଥାନ୍ତି। ଏହି କରିଡର ନିଶ୍ଚିତ କରୁଛି ଯେ ଅଭୟାରଣ୍ୟ ଏକ ଦ୍ୱୀପ ନୁହେଁ।

Also Read: Shocking Video: ଯେବେ ଶିକାରୀ ନିଜେ ପାଲଟିଗଲା ଶିକାର

ନିର୍ଦ୍ଦେଶକ ମଦାନ ଆହୁରି ମଧ୍ୟ କହିଛନ୍ତି ଏହି ଅଭୟାରଣ୍ୟରେ କଲରା ପତ୍ରିଆ ବାଘଙ୍କୁ ହେଟାବାଘ (Hyena) ଅନୁସରଣ କରିଥାନ୍ତି। ଏପରିକି ଏହି ଦୁଇ ମାଂସାଶୀ ପ୍ରାଣୀ ଏଠାରେ ଏକାଠି ରହୁଥିବାର ଦେଖିବାକୁ ମିଳିଛି। ଜଙ୍ଗଲରେ କଲରା ପତ୍ରିଆ ବାଘଙ୍କ ଭଳି ଶିକାରୀ ପ୍ରାଣୀଙ୍କ ଅନୁସରଣ କରିଥାନ୍ତି ହେଟାବାଘ। ଆଉ ଏହାର କାରଣ ହେଉଛି ଶୀକାର ଚୋରି କରିବା। ଅଭୟାରଣ୍ୟ ଠାରେ ଅବସ୍ଥିତ ନିଲି ହ୍ରଦର ଚତୁଃପାର୍ଶ୍ୱରେ ଅବସ୍ଥିତ କଲରା ପତ୍ରିଆ ବାଘ ପାଣି ପିଇବାକୁ ଆସୁଥିବା ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଏହି ହ୍ରଦ ଏଠାକାର ଜୀବଜନ୍ତୁଙ୍କୁ ପାଇଁ ଏକ ମାତ୍ର ଜଳ ସ୍ରୋତ। କଲରା ପତ୍ରିଆ ପ୍ରାୟତଃ ଖାଦ୍ୟ ପାଇଁ ଜଙ୍ଗଲୀ ମାଙ୍କଡ଼ ଶିକାର କରିଥାଏ।