Leopard Stunt: କାରନାମା ଦେଖାଇ ଫସିଗଲା କଲରା ପତ୍ରିଆ ବାଘ, ଆଉ ତାପରେ...
Advertisement
Article Detail0/zeeodisha/odisha1359759

Leopard Stunt: କାରନାମା ଦେଖାଇ ଫସିଗଲା କଲରା ପତ୍ରିଆ ବାଘ, ଆଉ ତାପରେ...

Leopard: ଜଙ୍ଗଲରେ ବସବାସ କରୁଥିବା ଜୀବଜନ୍ତୁଙ୍କୁ ମଧ୍ୟରେ କଲରା ପତ୍ରିଆ ବାଘ ହେଉଛି ଏଭଳି ଏକ ବନ୍ୟ ପ୍ରାଣୀ ଯିଏ ଗଛ ଚଢିବାରେ ବେଶ ପାରଙ୍ଗମ। ଏପରିକି ନିଜର ଶୀକାରକୁ  ସୁରକ୍ଷିତ ଭାବରେ ଭକ୍ଷଣ କରିବା ଚିତା ବାଘ ଏହାକୁ ଗଛ ଉପରେ ନେଇ ରଖିଥାଏ। କାରଣ ଶୀକାରକୁ ଗଛ ଉପରେ ରଖିବା ଦ୍ୱାରା  ଅନ୍ୟ କୌଣସି ମାଂସାହାରୀ ଜୀବ ନେଇପାରିବେ ନାହିଁ।

Leopard Stunt: କାରନାମା ଦେଖାଇ ଫସିଗଲା କଲରା ପତ୍ରିଆ ବାଘ, ଆଉ ତାପରେ...

Leopard Viral Video: ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ଯେ କେବଳ ମଣିଷଙ୍କ ଦ୍ୱାରା କରାଯାଉଥିବା କାରାନାମାର ଭିଡ଼ିଓ ଭାଇରାଲ ହୋଇଥାଏ ତାହା ନୁହେଁ। ବରଂ ଅନେକ ସମୟରେ ଜୀବଜନ୍ତୁଙ୍କ ଦ୍ୱାରା କରାଯାଉଥିବା କାରାନାମାର ଭିଡ଼ିଓ ମଧ୍ୟ ଖୁବ ଦ୍ରୁତ ବେଗରେ ଭାଇରାଲ ହୋଇଥାଏ। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଇଣ୍ଟରନେଟ ଯୋଗେ ପଶୁପକ୍ଷୀଙ୍କ ଦ୍ୱାରା କରାଯାଇଥିବା କାରନାମାର ଭିଡିଓ ଖୋଜି ଏହାକୁ ଦେଖିଥାନ୍ତି। ଅନେକ ଲୋକ ପଶୁପ୍ରେମୀ ହୋଇଥାନ୍ତି, ଯେଉଁମାନେ ସେମାନଙ୍କୁ ଅସୁବିଧା ଦେଖି ପାରନ୍ତି ନାହିଁ। ସଦ୍ୟ ଗୋଟିଏ କଲରା ପତ୍ରିଆ ବାଘର ଏପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ଚିତାବାଘକୁ ଅସୁବିଧାରେ ଫସି ରହିଥିବାର ଦେଖାଯାଉଛି।

ଭାରତୀୟ ବନସେବା ଅଧିକାରୀ ପରବୀନ କସୱାନ (Indian Forest Service Officer Parveen Kaswan) ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ଯୋଗେ ଏହି ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ଆମ୍ବ ଗଛକୁ ଦୂରରୁ ଦେଖାଯାଇଛି। ଯେତେବେଳେ ଏହି ଭିଡ଼ିଓ ଜୁମ୍ କରି ଦେଖାଯାଉଛି ସେତେବେଳେ ଗଛ ଉପରେ ଏକ ଚିତାବାଘକୁ ଦେଖିବାକୁ ମିଳିଛି। 

ଭାଇରାଲ ଭିଡ଼ିଓ ରେ ଦୃଶ୍ୟମାନ ହେଉଥିବା କଲରା ପତ୍ରିଆ ବାଘକୁ ଏକ ଆମ୍ବ ଗଛରେ ଫସି ରହିଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଆଇଏଫଏସ ପରବୀନ କସୱାନ (IFS Parveen Kaswan) କ୍ୟାପସନ ରେ ଲେଖିଛନ୍ତି ଯେ ୱାଇଲ୍ଡ ଲାଇଫ ମ୍ୟାନେଜମେଣ୍ଟ (Wild Life Management) ଏକ ଦୁଃସାହସିକ କ୍ଷେତ୍ର। ବର୍ତ୍ତମାନ ଏହା ଚିନ୍ତା କରିବା ଆବଶ୍ୟକ ଚିତାବାଘ (Leopard) ଭଳି ଏକ ଜଙ୍ଗଲୀ ଜୀବ (Wild Animal) କିପରି ସେହି ଆମ୍ବ ଗଛ ପାଖରେ ପହଞ୍ଚିଲା। ଏହି ଚିତାବାଘ ଲୋକଙ୍କ ଭିଡ଼ି ଦ୍ୱାରା ଘେରି ହୋଇ ରହିଥିଲା ​ଏବଂ ଆମକୁ ଲୋକଙ୍କ କବଳରୁ ଚିତାକୁ ବଞ୍ଚାଇବାର ଥିଲା। ସେ କହିଛନ୍ତି ଯେ ପ୍ରାୟ ୮ ଘଣ୍ଟାର ଅପରେସନ୍ ପରେ ଏହି କଲରା ପତ୍ରିଆ ବାଘକୁ ଉଦ୍ଧାର କରାଯାଇଥିଲା।

ମୋଟ ୮ ସେକେଣ୍ଡ ଅବଧି ବିଶିଷ୍ଟ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଅନେକ ଲୋକ ଏହି ଭିଡ଼ିଓ ଦେଖିବା ପରେ ସେମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖାଯାଇଛି। କଲରା ପତ୍ରିଆ ବାଘର ଜୀବନ ବଞ୍ଚିଥିବାରୁ ଅନେକ ଲୋକ ଖୁସି ବ୍ୟକ୍ତ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ସୋସିଆଲ ମିଡିଆ ବ୍ୟବହାରକାରୀ (Social Media Users) ଏହି ଭିଡିଓ ଦେଖି ଏହାକୁ ପସନ୍ଦ କରିଛନ୍ତି। 

ଜଙ୍ଗଲରେ ବସବାସ କରୁଥିବା ଜୀବଜନ୍ତୁଙ୍କୁ ମଧ୍ୟରେ କଲରା ପତ୍ରିଆ ବାଘ ହେଉଛି ଏଭଳି ଏକ ବନ୍ୟ ପ୍ରାଣୀ ଯିଏ ଗଛ ଚଢିବାରେ ବେଶ ପାରଙ୍ଗମ। ଏପରିକି ନିଜର ଶୀକାରକୁ  ସୁରକ୍ଷିତ ଭାବରେ ଭକ୍ଷଣ କରିବା ପାଇଁ ଏହାକୁ ଗଛ ଉପରେ ନେଇ ରଖିଥାଏ ବାଘ। କାରଣ ଶୀକାରକୁ ଗଛ ଉପରେ ରଖିବା ଦ୍ୱାରା  ଅନ୍ୟ କୌଣସି ମାଂସାହାରୀ ଜୀବ ନେଇପାରିବେ ନାହିଁ। ନିଜକୁ ରକ୍ଷା କରିବାକୁ ଯାଇ କିମ୍ବା ଶୀକାର ଭକ୍ଷଣ କରିବା ପାଇଁ ଦିନ ହେଉ କିମ୍ବା ରାତି କଲରା ପତ୍ରିଆ ବାଘ ଯେ କୌଣସି ସମୟରେ ଅତି ପାରଙ୍ଗତାର ସହ ଗଛ ଚଢିପାରେ।