Liquor Shop Close News: ରାଜଧାନୀ ଅବକାରୀ ନିୟମ ୨୦୧୦ ର ନିୟମ ୫୨ ପ୍ରାବଧାନ ଅନୁସାରେ ଏହି ଆଦେଶ ଦିଆଯାଇଛି ଯେ, ୨ ଡିସେମ୍ବରରୁ ଚାରି ଡିସେମ୍ବର ଓ ୭ ଡିସେମ୍ବରକୁ ଏହି ଅଞ୍ଚଳରେ ଡ୍ରାଇ ଡେ ଭାବେ ପାଳନ କରାଯିବ । ଯେଉଁ କାରଣରୁ ଏଠାରେ ୪ ଦିନ ଧରି ମଦ ଦୋକାନ ବନ୍ଦ ରହିବ ।
Trending Photos
Liquor Shop Close: 'ମଦ' । 'ମ'ରେ ମୃତ୍ୟୁ , 'ଦ' ରେ ଦରିଦ୍ର । ଏକଥା ଜାଣିବା ପରେ ବି ଲୋକମାନେ ମଦ ପିଇବା ଛାଡୁନାହାଁନ୍ତି । ନିଜ କାର୍ଯ୍ୟଶୈଳି ଓ ଥକ୍କାପଣରୁ ମୁକ୍ତି ପାଇଁ ମଦ ଟିକିଏ ପିଇଦେଲେ ସବୁ କିଛି ରିଲାକ୍ସ ହୋଇଯାଏ । ଆଉ ଏଥିପାଇଁ ଭାରତରେ ଖାଦ୍ୟ ଠାରୁ ମଦ ର ରହିଛି ବେଶ ଚାହିଦା । ଆଉ ଏହାଦ୍ୱାରା ଦେଶରେ ରାଜସ୍ୱ ବି ବୃଦ୍ଧି ପାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ରାଜଧାନୀ ଦିଲ୍ଲୀରେ ୪ ଦିନ ଧରି ମଦ ଦୋକାନ ବନ୍ଦ ରହିବ । ଦିଲ୍ଲୀରେ ନଗର ନିଗମ ନିର୍ବାଚନ ପାଇଁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ମଦ ଦୋକାନରେ ତାଲା ଝୁଲିବ।
ଦିଲ୍ଲୀର ଅବକାରୀ ବିଭାଗ କହିଛି ଯେ, ଏହି ସମୟରେ ମଦ ବିକ୍ରୟ କରାଯିବ ନାହିଁ। ଦିଲ୍ଲୀ ନଗର ନିଗମର ୨୫୦ ୱାର୍ଡର ନିର୍ବାଚନ ପାଇଁ ରବିବାର ଭୋଟିଂ ଅଛି। ମତଗଣନା ଡିସେମ୍ବର ୭ରେ ହେବାକୁ ଯାଉଛି । ଅବକାରୀ ବିଭାଗ ଘୋଷଣା କରିଛି ଯେ, ଡିସେମ୍ବର ୭କୁ ଡ୍ରାଇ ଡେ (Dry Day)ଭାବେ ପାଳନ କରାଯିବ। ତେବେ ଏହି ଦିନକୁ କାହିଁକି କୁହାଯାଏ ଡ୍ରାଇ ଡେ ।
Also Read: MCD Election 2022: କେଜ୍ରିୱାଲଙ୍କ ରାଲିରେ ୧୨ ବିଧାୟକ, ୨୦ ପାରିଷଦଙ୍କ ମୋବାଇଲ ଗାଏବ୍
ଡ୍ରାଇ ଡେ (Dry Day) କହିବାର ଅର୍ଥ, ସରକାରୀ ଦୋକାନ, କ୍ଲବ, ବାର୍ ଭଳି ସ୍ଥାନରେ ସରକାର ମଦ ବିକ୍ରୟ ଉପରେ ସରକାରଙ୍କ ପକ୍ଷରୁ କଟକଣା ଲାଗି ରହିଥାଏ । ଦିଲ୍ଲୀ ଏକ୍ସସାଇଜ କମିଶନର କୃଷ୍ଣ ମୋହନ ଉପୁ ବୁଧବାରକୁ ଏକ ନୋଟିଫିକେସନ ଜାରି କରିଥିଲେ । ନୋଟିଫିକେସନ ମୁତାବିକ, ଦିଲ୍ଲୀ ଅବକାରୀ ନିୟମ (Delhi Excise Rule) ୨୦୧୦ ର ନିୟମ ୫୨ ପ୍ରାବଧାନ ଅନୁସାରେ ଏହି ଆଦେଶ ଦିଆଯାଇଛି ଯେ, ୨ ଡିସେମ୍ବରରୁ ଚାରି ଡିସେମ୍ବର ଓ ୭ ଡିସେମ୍ବରକୁ ଏହି ଅଞ୍ଚଳରେ ଡ୍ରାଇ ଡେ ଭାବେ ପାଳନ କରାଯିବ । ଯେଉଁ କାରଣରୁ ଏଠାରେ ୪ ଦିନ ଧରି ମଦ ଦୋକାନ ବନ୍ଦ ରହିବ ।
Also Read: Vehicle Scrapping: ରାଜ୍ୟରେ ଆଉ ଗଡିବନି ପୁରୁଣା ଗାଡି, ନୂଆ କିଣିଲେ ମିଳିବ ରିହାତି
ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିଫେକସନ (Notification) ଆଧାରରେ ଦୁଇ ଡିସେମ୍ବର ୨୦୨୨ ସନ୍ଧ୍ୟା ସାଢେ ୫ ଟାରୁ ଆରମ୍ଭ କରି ୪ ଡିସେମ୍ବର ୨୦୨୨ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ମଦ ବିକ୍ରୟ ବନ୍ଦ ରହିବ ଅର୍ଥାତ୍ ଡ୍ରାଇ ଡେ ରହିବ। ସେହିପରି ୭ ଡିସେମ୍ବର ୨୦୨୨ ରେ ମଧ୍ୟ ପୁରା ୨୪ ଘଣ୍ଟା ପର୍ଯ୍ୟନ୍ତ ଡ୍ରାଇ-ଡେ ପାଳନ କରାଯିବ । ମତଦାନ ପରେ ୭ ଡିସେମ୍ବରରେ ଭୋଟ ଗଣତି କରାଯିବ ।