ଡିଓରେ ଜଣେ ସ୍ୱାସ୍ଥ୍ୟକର୍ମୀ ରାସ୍ତା କଡ଼ରେ ଆଖୁ ରସକୁ ଅପେକ୍ଷା କରିଥିବାବେଳେ ତାଙ୍କ ସହକର୍ମୀ ମଧ୍ୟ PPE କିଟ୍ ପିନ୍ଧି ଆମ୍ବୁଲାନ୍ସ ଭିତରେ ବସିଥିବାର ନଜର ଆସୁଛନ୍ତି। ବାହାରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମୁହଁରୁ ମାସ୍କ ମଧ୍ୟ ଖସି ଯାଇଛି।
Trending Photos
ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚଯ୍ୟକର ଭିଡିଓ ସାମନାକୁ ଆସିଛି। PPE କିଟ୍ ପିନ୍ଧିଥିବା ଜଣେ ସ୍ୱାସ୍ଥ୍ୟ କର୍ମୀ ଏକ ଆଖୁ ରସ ଦୋକାନ ଆଗରେ ଠିଆ ହୋଇଛନ୍ତି। କୋଭିଡ୍ ରୋଗୀଙ୍କୁ ନେଇ ଯାଉଥିବା ବେଳେ ବାଟରେ ଆମ୍ବୁଲାନ୍ସ ଅଟକାଇବା ପରେ ସେମାନେ ଆଖୁ ରସ ପିଇବାକୁ ଅଟକ ଥିବା ଦେଖିବାକୁ ମିଳିଛି। ଆଉ ସ୍ୱାସ୍ଥ୍ୟକର୍ମୀ ଯେଉଁଭଳି ଯୁକ୍ତି କରୁଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି।
ଭାଇରାଲ ଭିଡିଓଟି ମଧ୍ୟପ୍ରଦେଶ (Madhya pradesh) ଶାହଦୋଲ ଜିଲ୍ଲାର ବୋଲି ଦାବି କରାଯାଉଛି। ଭିଡିଓରେ ଜଣେ ସ୍ୱାସ୍ଥ୍ୟକର୍ମୀ ରାସ୍ତା କଡ଼ରେ ଆଖୁ ରସକୁ ଅପେକ୍ଷା କରିଥିବାବେଳେ ତାଙ୍କ ସହକର୍ମୀ ମଧ୍ୟ PPE କିଟ୍ ପିନ୍ଧି ଆମ୍ବୁଲାନ୍ସ ଭିତରେ ବସିଥିବାର ନଜର ଆସୁଛନ୍ତି। ବାହାରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମୁହଁରୁ ମାସ୍କ ମଧ୍ୟ ଖସି ଯାଇଛି। ତେବେ ସମ୍ପୂର୍ଣ୍ଣ ଦୃଶ୍ୟକୁ ଦେଖିଲେ ସର୍ବସାଧାରଣ ସ୍ଥାନରେ କୋଭିଡ୍ ପ୍ରୋଟୋକଲର (Covid SOP) ସ୍ପଷ୍ଟ ଉଲ୍ଲଂଘନ କରାଯାଉଥିବା ଅନୁମେୟ ହେଉଛି। କିଛି ଲୋକ ଠିଆ ହୋଇଥିବା ସ୍ୱାସ୍ଥ୍ୟକର୍ମୀ ନିକଟ ଦେଇ ଯାତାୟତ ମଧ୍ୟ କରୁଛନ୍ତି।
Also Read: କୋରୋନା କଟକଣା: ସମ୍ବଲପୁରରେ ଟାଇଟ୍, ବୁର୍ଲାରେ ଢି଼ଲା
ମୋବାଇଲ୍ ଫୋନରେ ଭିଡିଓ ସୁଟ୍ କରିଥିବା ବ୍ୟକ୍ତି ସେହି ସ୍ୱାସ୍ଥ୍ୟକର୍ମୀ (Health Worker) ଙ୍କୁ ପଚାରିଛନ୍ତି ଯେ, ଆପଣ ଜଣେ କୋରୋନା ରୋଗୀ (covid Patient) ଙ୍କୁ ପରିବହନ କରୁଛନ୍ତି ଏବଂ ମାସ୍କ ମଧ୍ୟ ସଠିକ୍ ଭାବରେ ପିନ୍ଧୁ ନାହାଁନ୍ତି। ଆଉ ତାହାର ଉତ୍ତରରେ ଉକ୍ତ ସ୍ୱାସ୍ଥ୍ୟକର୍ମୀ କହୁଛନ୍ତି, "ମୋତେ କୋରୋନା (Coronavirus) ନାହିଁ। ମୁଁ କେବଳ ରୋଗୀକୁ ପରିବହନ କରୁଛି। ମୋତେ ପିଇବାକୁ ଦିଅନ୍ତୁ"। ତାପରେ ଏତିକି କହି ସେ ନିଜ ମାସ୍କକୁ ଉପରକୁ ଉଠାଉଛନ୍ତି।
शहडोल में कुछ स्वास्थ्यकर्मी एक #कोरोना संक्रमित को लेकर खुलेआम शहर के बीच घूमते नजर आए, यही नही कोरोना संक्रमित को लेकर शहर के बीच गन्ने के जूस का आनंद लेते रहे @ndtv @ndtvindia #COVID19India pic.twitter.com/Qg07TcR6ei
— Anurag Dwary (@Anurag_Dwary) April 9, 2021
ଦେଶର ଦୈନିକ ୮୪ ପ୍ରତିଶତରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ ଅନ୍ୟତମ। ରାଜ୍ୟରେ କୋରୋନାର ସକ୍ରୀୟ ମାମଲା ସାଢେ ୩ ଲକ୍ଷ ନିକଟତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୫୪ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଲକ୍ଷେ ୩୧ ହଜାର ୯୬୮ କୋରୋନାର ନୂଆ ମାମଲା ସହ ଦୈନିକ ସଂକ୍ରମଣର ରେକର୍ଡ ସୃଷ୍ଟି କରିଛି।
ଭାରତର କୋରୋନା ମାମଲା ଦୁଇ ମାସ ମଧ୍ୟରେ ୧୩ ଗୁଣା ବୃଦ୍ଧି ପାଇଛି।