କୃଷକଙ୍କୁ ନୂଆବର୍ଷ ଉପହାର! ଟଙ୍କାଏରେ ମିଳୁଛି ଦୁଇ କିଲୋ ପିଆଜ
Advertisement
Article Detail0/zeeodisha/odisha1062530

କୃଷକଙ୍କୁ ନୂଆବର୍ଷ ଉପହାର! ଟଙ୍କାଏରେ ମିଳୁଛି ଦୁଇ କିଲୋ ପିଆଜ

ବଜାରରେ ପିଆଜ ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ଅଧିକ ହଲେ ଲୋକମାନଙ୍କ ମଧ୍ୟରେ ହାହାକାର ହୋଇଯାଏ। କେତେକ ଘରେ ପିଆଜର ବ୍ୟବହାର କମିଯାଏ। ଦେଶର ଅର୍ଥମନ୍ତ୍ରୀ ତ ପିଆଜ ଖାଇବା ବନ୍ଦ କରିବାକୁ ପରାମର୍ଶ ଦେଇ ଦିଅନ୍ତି। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଦେଶବାସୀ ଏକା ସାଙ୍ଗରେ ମହାମାରୀ ଓ ମହଙ୍ଗା ମାଡ ସହ ଲଢେଇ କରୁଛନ୍ତି। ବଜାରରେ ପ୍ରାୟତଃ ସମସ୍ତ ଜିନିଷର ମୂଲ୍ୟ ବୃଦ୍ଧି ପାଇଛି। କିନ୍ତୁ ଏହି ସମୟରେ ବିଜେପି ଶାସିତ ମଧ୍ୟପ୍ରଦେଶରୁ ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। ଏଠାରେ ମାତ୍ର ପଚାଶ ପଇସାରେ ଏକ କିଲୋଗ୍ରାମ ପିଆଜ ମିଳୁଛି।

ବଜାରରେ ପିଆଜ ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ଅଧିକ ହଲେ ଲୋକମାନଙ୍କ ମଧ୍ୟରେ ହାହାକାର ହୋଇଯାଏ। କେତେକ ଘରେ ପିଆଜର ବ୍ୟବହାର କମିଯାଏ। ଦେଶର ଅର୍ଥମନ୍ତ୍ରୀ ତ ପିଆଜ ଖାଇବା ବନ୍ଦ କରିବାକୁ ପରାମର୍ଶ ଦେଇ ଦିଅନ୍ତି। ଆଉ ଯଦି ପିଆଜର ମୂଲ୍ୟ ହ୍ରାସ ପାଏ ସେତେବେଳେ ଚାଷୀଙ୍କ ଅସହାୟତାକୁ ବୁଝିବା ପାଇଁ କେହି ଆସନ୍ତିନାହିଁ। ମଧ୍ୟପ୍ରଦେଶର ଏକ କୃଷକ ବଜାରରେ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଏକ ଭିଡିଓ ସୋସୋଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Also Read: ୟୁପିରେ ନିର୍ବାଚନ ଲଢ଼ିବାକୁ ନେଇ ବଡ଼ ବୟାନ ଦେଲେ ରାକେଶ ଟିକାୟତ, ଜାଣନ୍ତୁ କ'ଣ କହିଲେ...

ଯେତେବେଳେ ପିଆଜର ହୋଲସେଲ ମୂଲ୍ୟ ଏତେ କମ୍ ଦିଆଯାଉଥିଲା ଯେ ସେଠାରେ ଥିବା ଚାଷୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହଁ, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏହା ଦେଖିବାକୁ ମିଳୁଛି ଯେ, ଜଣେ ପିଆଜ ଚାଷୀ କିପରି ବ୍ୟବସାୟୀଙ୍କ ଦ୍ୱାରା ପ୍ରତାଡନାର ଶିକାର ହେଉଛି। କେଲେ ପିଆଜକୁ ଗୋଟିଏ ଚାହା ଠାରୁ ବି କମ ଦାମରେ କିଣିବାକୁ ଚେଷ୍ଟା କରାଯାଉଛି ଏବଂ ତା’ପରେ ସେ ଚାଷୀ ପିଆଜ ବିକ୍ରୟ ନକରିବାକୁ ନିଷ୍ପତ୍ତି ନେଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଦେଖିବା ପରେ ଜଣା ପଡୁଛି ଯେ, ଏହି ମାମଲାଟି ମଧ୍ୟପ୍ରଦେଶର ମନ୍ଦସୌରର ଜିଲ୍ଲାର ଅଟେ। ଜିଲ୍ଲାର କୃଷକମାନେ ମଧ୍ୟ ନିରାଶ ହୋଇଛନ୍ତି, କାରଣ ଲାଭ ତ ଦୂରର କଥା ସେମାନଙ୍କ ପିଆଜର ଲଗାଣ ମୂଲ୍ୟ ମଧ୍ୟ ବାହାରୁନାହିଁ। ବ୍ୟବସାୟୀମାନେ ପିଆଜର ମୂଲ୍ୟ ଏତେ କମ୍ କରୁଛନ୍ତି, ଯହା କଳ୍ପନା ବାହାରେ। ମିଡିଆ ରିପୋର୍ଟ ଅନୁଯାୟୀ, ମନ୍ଦସୌରର କୃଷକ ବଜାରରେ ବ୍ୟବସାୟୀମାନେ ପିଆଜର ମୂଲ୍ୟ କ୍ୱିଣ୍ଟାଲ ପିଛା ୫୦ ଟଙ୍କା ଅର୍ଥାତ୍ ଏକ କିଲୋଗ୍ରାମ ପାଇଁ ୫୦ ପଇସା ରଖୁଛନ୍ତି। ଯେତେବେଳେ ବଜାରରେ କୃଷକମାନେ ଏହି ମୂଲ୍ୟ ଶୁଣିଲେ, ସେମାନେ ପିଆଜ ବିକ୍ରୟ କରିବାକୁ ମନା କରିଦେଲେ।

Also Read: ପ୍ରତି ମାସରେ ୨୧୦ ଟଙ୍କା ଜମା କରି ପାଆନ୍ତୁ ୬୦ ହଜାର ଟଙ୍କା ଯାଏଁ ପେନସନ...

କିସାନ ଆଟି ସେଲ୍ (@KisanItcell1) ନାମକ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କାରାଯାଇଛି। ଯେଉଁଥିରେ କ୍ୟାପସନ୍ ଦିଆଯାଇଛି, 'MSP ଉପରେ ଆଇନ କାହିଁକି ଆବଶ୍ୟକ? ମଧ୍ୟପ୍ରଦେଶର ମନ୍ଦସୌରରେ ପୁନମଚାନ୍ଦ ପାଟିଦାର କିଲୋଗ୍ରାମ ପିଛା ୫୦ ପଇସାରେ ପିଆଜ ବିକ୍ରି କରିଥିଲେ। ଏହାର ଅର୍ଥ କ୍ୱିଣ୍ଟାଲ ପିଛା ୫୦ ଟଙ୍କା। ଆମେ ବଜାରରେ ଏହି ସମାନ ପିଆଜ କିଲୋଗ୍ରାମ ପିଛା ପ୍ରାୟ ୩୫ରୁ ୪୦ ଟଙ୍କାରେ କିଣୁଛୁ। 

ମଧ୍ୟପ୍ରଦେଶର ମନ୍ଦସୌରସ୍ଥିତ କୃଷି ବଜାର କମିଟିରେ ବ୍ୟବସାୟୀଙ୍କ ଦ୍ୱାରା ୧୦୦ କିଲୋଗ୍ରାମ ପିଆଜ ପାଇଁ ୫୦ ଟଙ୍କାର ରସିଦ କଟାଉଥିଲା। ଯହାକୁ ବିରୋଧ କରିବା ସହ କୃଷକମାନେ ସେମାନଙ୍କ ପିଆଜ ବିକ୍ରି କରିବାକୁ ମନା କରିଦେଇଥିଲେ। କୃଷକଙ୍କ କହିବା ଅନୁସାରେ ଗତମାସ ଶେଷରେ ବର୍ଷା ହେତୁ ବଜାରରେ ପିଆଜ ଭିଜି ଯାଇଥିଲା, ଯାହା ପରେ ବ୍ୟବସାୟୀମାନେ ପିଆଜର ଏତେ କମ୍ ମୂଲ୍ୟରେ ରଖିଥିଲେ। ବଜାରରେ ପିଆଜର ନିଲାମ କ୍ୱିଣ୍ଟାଲ ପିଛା ୧୦ ଟଙ୍କାରୁ ଆରମ୍ଭ ହୋଇଥିଲା, ପରେ ଏହାର ମୂଲ୍ୟ ୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। ସାଧାରଣତଃ, ବଜାରରେ କୃଷକମାନେ ପିଆଜ କ୍ୱିଣ୍ଟାଲକୁ ୧୪୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ପାଇଥା’ନ୍ତି।