ସକାଳ ହେବା ମାତ୍ରେ ଆଚାର୍ଯ୍ୟ ଶେଖର ଜାଣିବାକୁ ପାଇଲେ ଉର୍ଦ୍ଦୁ ଭାଷାରେ ଷ୍ଟେସନ ନାଁ ଲେଖିଯାଇଛି।
Trending Photos
ଭୋପାଳ: ଉଦଘାଟନ ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ଭାଷାରେ ଗୋଟିଏ ରେଳ ଷ୍ଟେସନର ନାଁ ଲେଖିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶ ଉଜ୍ୱୈନ ଜିଲ୍ଲାରେ। ଏନେଇ ଅଭିଯୋଗ ଆସିବା ପରେ ଯେଉଁ ଭାଷାରେ ନାଁ ଲେଖିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ତାହା ଉପରେ ହଳଦିଆ ରଙ୍ଗ ଲଗାଯାଇ ଲିଭାଇ ଦିଆଯାଇଛି।
ଉଜ୍ୱୈନ ଜିଲ୍ଲାରେ ଉଦଘାଟିତ ହେବାକୁ ଯାଉଥିବା ଚିନ୍ତାମନ ଗଣେଶ ରେଳ ଷ୍ଟେସନ (Chintaman Ganesh Railway Station) ନାଁ ହିନ୍ଦୀ (Hindi), ଇଂରାଜୀ (English) ବ୍ୟତୀତ ଉର୍ଦ୍ଦୁ (Urdu) ଭାଷାରେ ଲେଖାଯାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟ ହେବା ପରେ ଆବାହନ ଆଖଡା ସନ୍ତମହାମଣ୍ଡଳେଶ୍ୱର ଆଚାର୍ଯ୍ୟ ଶେଖର ଏନେଇ ଅଭିଯୋଗ କରିଥିଲେ। ଏହା ପରେ ନାମ ଫଳକରୁ ରାତାରାତି ଉର୍ଦ୍ଦୁ ଭାଷାରେ ଲେଖାଯାଇଥିବା ଷ୍ଟେସନ ନାଁକୁ ହଟାଯାଇଥିଲା। ହେଲେ ଏହି କାର୍ଯ୍ୟ ରେଳବାଇ ପକ୍ଷରୁ କରାଯାଇଛି ନା ଅନ୍ୟ କେହି କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Also Read: ମଦ୍ରାସା ଗୁମର ଖୋଲିଦେଲେ ମଧ୍ୟପ୍ରଦେଶ ମନ୍ତ୍ରୀ, କହିଲେ...
ସକାଳ ହେବା ମାତ୍ରେ ଆଚାର୍ଯ୍ୟ ଶେଖର ଜାଣିବାକୁ ପାଇଲେ ଉର୍ଦ୍ଦୁ ଭାଷାରେ ଷ୍ଟେସନ ନାଁ ଲେଖିଯାଇଛି। ଏହା ପରେ ଏ ଘଟଣା ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ନାମ ଫଳକରେ ଉର୍ଦ୍ଦୁ ଭାଷାରେ ଲିଖିତ ଗଣେଶ ମନ୍ଦିର ନାଁ ଉପରେ ହଳଦିଆ ରଙ୍ଗ ଲଗାଯାଇ ଏହାକୁ ହଟାଯାଇଥିଲା। ଏନେଇ ଆବାହନ ଆଖଡା ସନ୍ତମହାମଣ୍ଡଳେଶ୍ୱର କହିଛନ୍ତି ବର୍ତ୍ତମାନ ରାଜ୍ୟର ଯେକୌଣସି ହିନ୍ଦୁ ଧାର୍ମିକ ସ୍ଥାନରେ ଯଦି ଉର୍ଦ୍ଦୁ ଭାଷାର ବ୍ୟବହାର କରାଯାଏ ତାହାଲେ ଏହାକ ହଟାଇବା ଲାଗି ଉଜ୍ୱୈନ ଠାରୁ ଆରମ୍ଭ ହୋଇଥିବା ଅଭିଯାନକୁ ଆଗକୁ ଜାରି ରଖାଯିବ। ଯଦି କୌଣସି ଠାରେ ରେଳ ଷ୍ଟେସନ ନାଁ ନାମ ଫଳକରେ ଲେଖିବା ବେଳେ ଯଦି ଉର୍ଦ୍ଦୁ ଭାଷାର ବ୍ୟବହାର କରାଯାଏ ତାହେଲେ ଏହାକୁ ଭଙ୍ଗାଯିବ।
Also Read: `ରାମ ମନ୍ଦିର ଚାନ୍ଦା ଟଙ୍କାରେ ରାତିରେ ମଦ ପିଉଛନ୍ତି ବିଜେପି କର୍ମକର୍ତ୍ତା`
ଉଜ୍ୱୈନ ଠାରୁ ଫାତିଆବାଦ ପର୍ଯ୍ୟନ୍ତ ଯୋଡୁଥିବା ନ୍ୟାରୋଗେଜ ଲାଇନ୍କୁ ବହୁ ବର୍ଷ ପୂର୍ବେ ବନ୍ଦ କରାଯାଇଛି। ଏହା ପରେ ଏହି ରୁଟରେ ବ୍ରଡ ଗେଜ୍ ଲାଇନ ପୁନନିର୍ମିତ କରାଯାଇଛି। ଏହି ରୁଟର ପ୍ରଥମ ଷ୍ଟେସନ ଚିନ୍ତାମନ ଗଣେଶ ଷ୍ଟେସନ ନିର୍ମାଣ କାର୍ଯ୍ୟ ସରିବା ପରେ ଏହାର ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଉଜୈନସ୍ଥିତ ବାବା ମହାକାଳେଶ୍ୱର ମନ୍ଦିର (Mahakaleswar Temple) ପରେ ଅଧିକାଂଶ ଭକ୍ତ ଚିନ୍ତାମନ ଗଣେଶ ମନ୍ଦିର ପରିଦର୍ଶନ କରିଥାନ୍ତି। ଏହା ସମଗ୍ର ଦେଶରେ ଏକ ପ୍ରସିଦ୍ଧ ମନ୍ଦିର।