Lock Down ବେଳେ ବିସ୍ଫୋରଣ; Madrasa ସହ ଛିନଛତ୍ର ହୋଇଗଲା ଘରଦ୍ୱାର
Advertisement
Article Detail0/zeeodisha/odisha917903

Lock Down ବେଳେ ବିସ୍ଫୋରଣ; Madrasa ସହ ଛିନଛତ୍ର ହୋଇଗଲା ଘରଦ୍ୱାର

ଲକ ଡାଉନ ବେଳେ ହୋଇଥିବା ବିସ୍ଫୋରଣରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ୨ ମାଦ୍ରାସା। 

Lock Down ବେଳେ ବିସ୍ଫୋରଣ; Madrasa ସହ ଛିନଛତ୍ର ହୋଇଗଲା ଘରଦ୍ୱାର

ନୂଆଦିଲ୍ଲୀ: ବେଆଇନ ମାଦ୍ରାସାରେ ହୋଇଥିବା ବିସ୍ଫୋରଣରେ ଜଣେ ମୌଲନା ପ୍ରାଣ ହରାଇଥିବା ବେଳେ ଅନ୍ୟ ୪ ଆହତ ହୋଇଛନ୍ତି। ବିହାରର ବାଙ୍କା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବିସ୍ଫୋରଣ ପ୍ରକୋପରେ ଘଟଣାସ୍ଥଳରେ ରହିଥିବା ଅନ୍ୟ ଘରଦ୍ୱାର ମଧ୍ୟ ପ୍ରଭାବିତ ହୋଇଛି। 

ଲକ ଡାଉନ (Lock Down) କାରଣରୁ ବନ୍ଦ ହୋଇପଡିଥିବା ଏକ ମଦ୍ରାସା ପରିସରରେ ହୋଇଥିବା ବିସ୍ଫୋରଣ କାରଣରୁ ଜଣଙ୍କ ମୃତ୍ୟୁ ହୋଇଛି। ଗତ ସୋମବାର ବାର ବିହାରର (Bihar) ବାଙ୍କା (Banka) ଜିଲ୍ଲାର ନାଭତୋଲିଆ (Navtolia) ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିଲା। ଏହାର ପ୍ରଭାବରେ ମାଦ୍ରାସା (Madrasa) ସମେତ ଏହାର ନିକଟରେ ରହିଥିବା ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏପରିକି ଯେଉଁ ଘରେ ମାଦ୍ରାସା ରହିଥିଲା ତାହା ବିସ୍ଫୋରଣ ପରେ ଭୁଶୁଡି ଯାଇଥିଲ। 

Also Read: ଦିଲ୍ଲୀ ବିସ୍ଫୋରଣ ପଛରେ 'ଜୈଶ ଉଲ ହିନ୍ଦ', ତଦନ୍ତ ଜାରି

ବାଙ୍କା ଜିଲ୍ଲାର ନାଭତୋଲିଆକୁ ଛାଡି ଇସଲାମପୁରସ୍ଥିତ ନୁରି ମସଜିଦ ପରିସରରେ ରହିଥିବା ଅନ୍ୟ ଏକ ମାଦ୍ରାସାରେ ବିସ୍ଫୋରଣ ହୋଇଛି। ଲକ ଡାଉନ ସମୟରେ ମାଦ୍ରାସାରେ ଲଗାତାର ଭାବେ ବିସ୍ଫୋରଣ ହେବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। 

ଏ ଘଟଣା ବାବଦରେ ଖବର ପାଇବା ପରେ ସ୍ଥାନୀୟ ଟାଉନ ଥାନ ପୋଲିସ (Banka Police), ବୋମା ନିଷ୍କ୍ରିୟକାରୀ ଦଳ (Bomb Disposal Team), ବିହାର ପୋଲିସ ଡଗ୍ ସ୍ୱାର୍ଡ (Bihar Police Dog Squard), ଆତଙ୍କବାଦ ନିରୋଧି ବଳ-ଏଟିଏସ (Anti Terrorism Squads-ATS) ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ବିସ୍ଫୋରଣ ହେବା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ୧୦ ଜଣ ଲୋକଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିବା କୁହାଯାଉଛି। ମାଦ୍ରାସାରେ ବିସ୍ଫୋରଣ ହେବା ପରେ ସେଠାରୁ ୫ କେଜି ଓଜନ ବିଶିଷ୍ଟ ଏକ ଗ୍ୟାସ ସିଲିଣ୍ଡର ଜବତ ହୋଇଛି। ଯାହା ଏ ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି। ବିସ୍ଫୋରଣ ପଛରେ କାରଣ କ'ଣ ସେ ନେଇ ତଦନ୍ତ ଚାଲିଛି। ଅନ୍ୟପଟେ ବିହାର ପୋଲିସ ପକ୍ଷରୁ ଏ ଘଟଣାରେ ଅପରାଧିକ ଷଡ଼ଯନ୍ତ୍ର ଆଧାରରେ ମାମଲା ରୁଜ୍ଜୁ କରାଯାଇ ଯାଞ୍ଚ କରାଯାଉଛି। 

Also Read: ଦିଲ୍ଲୀସ୍ଥିତ ଦୂତାବାସ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ: ଇସ୍ରାଏଲ ରାଷ୍ଟ୍ରଦୂତ

ଯେଉଁ ମାଦ୍ରାସାରେ ବିସ୍ଫୋରଣ ହୋଇଛି ତାହା ଅବୈଧ ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଛି ସ୍ଥାନୀୟ ପ୍ରଶାସନ। ଦେଶୀ ବୋମା (Country Made Bomb) କାରଣରୁ ଏଠାରେ ବିସ୍ଫୋରଣ ହୋଇଥିବା ତଦନ୍ତରୁ ଜଣାପଡି଼ଛି। ବୋମା ନିର୍ମାଣରେ ବ୍ୟବହୃତ ହେଉଥିବା ସୁତୁଲି, କଣ୍ଟା, ପ୍ରଭୃତି ସାମଗ୍ରୀ ଜବତ କରାଯାଇଛି। ଏ ଘଟଣା ଘଟିବା ପରେ ଆଇଇଡି ବିସ୍ଫୋରଣ (IED Blast) ହୋଇଥିବା ନେଇ ସନ୍ଦେହ କରାଯାଉଥିଲା। 

 ଦେଶୀ ବିସ୍ଫୋରଣରେ ପ୍ରଥମେ ଆହତ ହେବା ପରେ ଶ୍ୱାସକ୍ରିୟା କରିବାରେ ଯନ୍ତ୍ରଣା ପାଇବାରୁ ଏହି ମାଦ୍ରାସାକୁ ପରିଚାଳନା କରୁଥିବା ମୌଲନା (Madrasa Maulana) ପ୍ରାଣ ହରାଇଛି।  ମୃତକଙ୍କ ମୌଲାନା କୌଣସି ପ୍ରକାର ସନ୍ଦେହଜନକ କାର୍ଯ୍ୟାକଳାପରେ ଜଡ଼ିତ ରହିଥିବା ପ୍ରମାଣ ମିଳିନାହିଁ। ବିଗତ ୧୮-୨୦ ବର୍ଷ ଧରି ଏହି ମାଦ୍ରାସା ପଞ୍ଜୀକୃତ ନହୋଇ ପରିଚାଳିତ ହେଉଥିଲା। ଏଠାରେ ପ୍ରାୟ ୫୦-୬୦ ପିଲା ପଢୁଥିଲେ। ଲକଡ଼ାଉନ କାରଣରୁ ବନ୍ଦ ହୋଇଯାଇଥିଲା। 

Also Read: ବଡ ଧରଣର ଆକ୍ରମଣ ପଣ୍ଡ, କେରଳ-ପଶ୍ଚିମବଙ୍ଗରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ ଉଠାଇନେଲା NIA

ଏ ଘଟଣାରେ ପ୍ରତିକ୍ରିୟା ସ୍ଥାନୀୟ ଲୋକ କହିଛନ୍ତି ମୃତକ ମୌଲନା ୩ ଜଣ ଯୁବକଙ୍କ ସହାୟତାରେ ମାଦ୍ରାସାରେ ରହି ବୋମା ଭିଡୁଥିଲା। ଯେଉଁ ସ୍ଥାନରେ ବିସ୍ଫୋରଣ ହେଉଥିଲା ସେଠାରେ କଥା କଥାକେ ବୋମା ମାଡ ହେଉଥିଲା। ରାଜ୍ୟର ଭାଗଲପୁର (Bhagalpur) ଅଞ୍ଚଳରୁ ବାରୁଦ ଅଣାଯାଇ ଏଠାରେ ବୋମା ନିର୍ମାଣ କରାଯାଉଥିଲା। ଏ ଘଟଣାର ଚେର ବାଂଲାଦେଶ (Bangladesh) ପର୍ଯ୍ୟନ୍ତ ଲମ୍ବି ରହିଥିବା ତଦନ୍ତବେଳେ ଜଣାପଡି଼ଛି। ଏହାର ଯାଞ୍ଚ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ (National Investigation Agency-NIA) କରିପାରେ ବୋଲି ଚର୍ଚ୍ଚା ହେଉଛି।