Maharashtra Political Crisis: ମଉଲିଲା ଶିବସେନା ସରକାର ବଞ୍ଚିବାର ଆଶା, ଇସ୍ତଫା ଦେବେ ଉଦ୍ଧବ ଠାକରେ!
Advertisement
Article Detail0/zeeodisha/odisha1228756

Maharashtra Political Crisis: ମଉଲିଲା ଶିବସେନା ସରକାର ବଞ୍ଚିବାର ଆଶା, ଇସ୍ତଫା ଦେବେ ଉଦ୍ଧବ ଠାକରେ!

Maharashtra Political Crisis: ଆଜି ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇ ପାରନ୍ତି । ସେ କ୍ୟାବିନେଟ ବୈଠକ ଡାକିଛନ୍ତି ଓ ଏହା ପରେ ଇସ୍ତଫା ଦେଇ ପାରନ୍ତି । ବାସ୍ତବରେ ଏକନାଥ ସିନ୍ଦେଙ୍କ ପାଖରେ ୪୦ ରୁ ଅଧିକ ବିଧାୟକ ଥିବା ଜଣାପଡିଛି ।

(ଫାଇଲ ଫଟୋ)

Shiv Sena Government Crisis : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି ଓ ଏହି ସମୟ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଆଜି ୨୨ ଜୁନ୍ ସନ୍ଧ୍ୟାରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ବିଶ୍ୱାସ ରହିଛି ଯେ ସିଏମ୍ ଉଦ୍ଧବ ଠାକରେ ସନ୍ଧ୍ୟାରେ ଇସ୍ତଫା ଦେଇ ପାରନ୍ତି । ଉଦ୍ଧବ ପ୍ରଥମେ ନିଜ ଅବଶିଷ୍ଟ ବିଧାୟକ ଓ ସାଂସଦମାନଙ୍କୁ ଭେଟିବେ ଏବଂ ସେମାନଙ୍କୁ ତାଙ୍କ ବର୍ତ୍ତମାନର ସ୍ଥିତି ବିଷୟରେ କହିବେ । ଏହା ସହିତ, CA ଉଦ୍ଧବ ଠାକରେ ଏକ ବଡ ନିଷ୍ପତ୍ତି ନେବା ପୂର୍ବରୁ ଏନସିପି ସଭାପତି ଶରଦ ପାୱାରଙ୍କ (Sharad Pawar) ସହ ଏକ ବ୍ୟକ୍ତିଗତ ବୈଠକ କରିବେ ।

ଏହା ବ୍ୟତୀତ ସିଏମ୍ ଉଦ୍ଧବ କଂଗ୍ରେସ ଦଳର ନେତା ବାଲାସାହେବ ଥୋରାତଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିକୁ ସ୍ପଷ୍ଟ କରିବେ । ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ନାହିଁ, ତାହା ଶରଦ ପାୱାରଙ୍କୁ ଭେଟିବା ପରେ ନିଷ୍ପତ୍ତି ନିଆଯାଇପାରେ । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ସରକାର ଅଳ୍ପମତକୁ ଆସି ଯାଇଛି ଓ କଂଗ୍ରେସ ଏହା ଜାଣିଛି । ଏହି ସମୟରେ, ଶିବସେନା ନେତା ସଞ୍ଜୟ ରାଉତ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ନେଇ ମହାରାଷ୍ଟ୍ର ବିଧାନସଭା ଭଙ୍ଗ କରିବାକୁ ନେଇ ସୂଚାଇ ଦେଇଛନ୍ତି । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି ବୋଲି ସଞ୍ଜୟ ରାଉତ ଟ୍ୱିଟ୍ କରି ଲେଖିଛନ୍ତି ।

କହିରଖୁଛୁ ଯେ ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେଙ୍କ ଉପରେ କ୍ରୋଧିତ ଅଛନ୍ତି ଓ ୪୦ ରୁ ଅଧିକ ବିଧାୟକ ମଧ୍ୟ ତାଙ୍କ ସହ ବିଦ୍ରୋହ କରିଛନ୍ତି । ସେ କହିଛନ୍ତି ଯେ ଶିବସେନାର ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଦ୍ୱାରା ସ୍ଥାପିତ ଆଦର୍ଶ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଶିବସେନା ବିଧାୟକମାନେ ଦଳ ବିରୋଧରେ ବିଦ୍ରୋହ କରିନାହାଁନ୍ତି । ଏହା ସହିତ ସଞ୍ଜୟ ରାଉତ କହିଛନ୍ତି, 'ଏକନାଥ ସିନ୍ଦେ ଆମର ଜଣେ ଭଲ ବନ୍ଧୁ । ଆମେ ବର୍ଷ ବର୍ଷ ଧରି ପରସ୍ପର ସହ କାମ କରି ଆସୁଛୁ, ଦଳ ଛାଡିବା ସେମାନଙ୍କ ପାଇଁ ସହଜ ନୁହେଁ ଓ ସେମାନଙ୍କୁ ଛାଡିବା ମଧ୍ୟ ଆମ ପାଇଁ ସହଜ ନୁହେଁ ।'

ଅନ୍ୟପକ୍ଷରେ, ମଙ୍ଗଳବାର ସକାଳେ ସୁରଟର ଲା ମେରିଡିଏନ୍ ହୋଟେଲରେ ପହଞ୍ଚିଥିବା ଏକନାଥ ସିନ୍ଦେ ବର୍ତ୍ତମାନ ଗୁଆହାଟୀରେ ପହଞ୍ଚିଛନ୍ତି ଯେଉଁଠାରେ ତାଙ୍କୁ ଜଣେ ବିଜେପି ବିଧାୟକ ସ୍ୱାଗତ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଏକନାଥ ସିନ୍ଦେ ବିଜେପି ସହିତ ସରକାର ଗଠନ ପାଇଁ ଦାବି କରିପାରନ୍ତି । ଗୁଆହାଟୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏକନାଥ ସିନ୍ଦେ ମଧ୍ୟ ଏହା ସୂଚିତ କରିଛନ୍ତି । ସେ କହିଛନ୍ତି ଯେ ଆମର ୪୦ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ଓ ଖୁବ୍ ଶୀଘ୍ର ଆଉ କିଛି ଲୋକ ଆମ ସହିତ ଯୋଗ ଦେଇପାରନ୍ତି ।

ଏହା ବି ପଢ଼ନ୍ତୁ: ସିନ୍ଦେଙ୍କ ଆଗରେ ସରେଣ୍ଡର ହେଲେ ଉଦ୍ଧବ ଠାକରେ, ଭାଙ୍ଗି ଯିବ ମହା ବିକାଶ ଅଘାଡ଼ୀ ସରକାର!

ଏହା ବି ପଢ଼ନ୍ତୁ: Presidential election: ବିଜେପିର ଜାଲରେ ଫସିଲେ କେଜ୍ରିୱାଲ; ମୁର୍ମୁଙ୍କୁ ଅସ୍ୱୀକାର କରିବା କଷ୍ଟକର!