ପ୍ରଥମେ ବିଭତ୍ସ ହତ୍ୟା, ପରେ କଲିଜାକୁ କାଢି ଆଳୁ ସହ କଲେ ତରକାରୀ
Advertisement

ପ୍ରଥମେ ବିଭତ୍ସ ହତ୍ୟା, ପରେ କଲିଜାକୁ କାଢି ଆଳୁ ସହ କଲେ ତରକାରୀ

ପ୍ରକୃତରେ ଜଣେ ବ୍ୟକ୍ତି ଏତେ ନୃଶଂସ କେମିତି ହୋଇପାରିବ । ଲରେନ୍ସ  ପଲ ଆଣ୍ଡ୍ରେସନଙ୍କ ନାଁରେ ଏ ଅଭିଯୋଗ ଅଛି ଯେ, ଅଭିଯୁକ୍ତ ଜଣଙ୍କ ତିନିଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ।

ପ୍ରଥମେ ବିଭତ୍ସ ହତ୍ୟା, ପରେ କଲିଜାକୁ କାଢି ଆଳୁ ସହ କଲେ ତରକାରୀ

ୱାଶିଂଟନ: ଆମେରିକାର ଔକାଲହୋମାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି । ଅଭିଯୁକ୍ତ ଜଣକ ଯେଭଳି ଢଙ୍ଗରେ ହତ୍ୟା କରିଛି ସେ ଖବର ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିଜେ ପୋଲିସ ବି ଏ ଘଟଣା ସମ୍ପର୍କରେ ଜାଣି ହତବାକ ହୋଇଉଠିଛି । ସମସ୍ତଙ୍କ ମନରେ ସେହି ଗୋଟିଏ  ପ୍ରଶ୍ନ ଯେ, ପ୍ରକୃତରେ ଜଣେ ବ୍ୟକ୍ତି ଏତେ ନୃଶଂସ କେମିତି ହୋଇପାରିବ । ଲରେନ୍ସ  ପଲ ଆଣ୍ଡ୍ରେସନଙ୍କ ନାଁରେ ଏ ଅଭିଯୋଗ ଅଛି ଯେ, ଅଭିଯୁକ୍ତ ଜଣଙ୍କ ତିନିଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ।

ଔକାଲହୋମା ରାଜ୍ୟ ଯାଞ୍ଚ ବ୍ୟୁରୋର ଅନୁସାରେ, ଆଣ୍ଡ୍ରେସନ ଯେଉଁ ତିନି ଜଣଙ୍କୁ ନିଜର ଶିକାର ବନାଇଛି ସେମାନଙ୍କ ମଧ୍ୟରୁ ୪୨ ବର୍ଷୀୟ ଆଣ୍ଡ୍ରିଆ ଲିନ ବ୍ଲାଙ୍କକେନସିପ୍ ବି ସାମିଲ ଅଛନ୍ତି । ଏଣ୍ଡ୍ରିଆଙ୍କ ହତ୍ୟା ପରେ ଅଭିଯୁକ୍ତ ଜଣଙ୍କ ଛୁରୀ ସାହାଯ୍ୟରେ ତାଙ୍କ ଛାତି କାଟି କଲିଜା (Heart) ବାହାର କରି ଆଳୁ ମିଶାଇ ତରକାରୀ କରି ପଡ଼ୋଶୀଙ୍କୁ ଖାଇବାକୁ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ପୋଲିସର କହିବାନୁସାରେ,  ଆଣ୍ଡ୍ରେସନକୁ ପୂର୍ବରୁ ଏକ ଅପରାଧରେ ଜେଲରେ ସଜା କାଟିବା ପରେ ଜାନୁଆରୀ ମାସରେ ଜାମିନ ପାଇଥିଲା । ହେଲେ କାହାର ବିଶ୍ୱାସ ନଥିଲା ଆଣ୍ଡ୍ରେସନ ଜାମିନ (Bail) ରେ ଆସିବା ପରେ ଏମିତି ଏକ ଭୟଙ୍କର ଘଟଣା ଘଟାଇଥିଲେ ।

Also Read: ପୁଡୁଚେରୀରେ ରାହୁଲ-ମୋଦି: ମତ୍ସ୍ୟପାଳନ ବିଭାଗ ପାଇଁ କହିଲେ ରାହୁଲ, ମୁଁ ଅବିଭୁତ କହି ମୋଦିଙ୍କ କଟାକ୍ଷ

ଅଭିଯୁକ୍ତ ଲରନ୍ସେ ପଲ ଏଣ୍ଡ୍ରସନକୁ କୋର୍ଟ (Court) ରେ ହାଜର କରିବା ସମୟରେ ସେ ଭୋ ଭୋ ହୋଇ କାନ୍ଦିବାକୁ ଆରମ୍ଭ କରିଥିଲା  ଅଭିଯୁକ୍ତ ଚିତ୍କାର କରି କହିଥିଲା ଯେ, ମୋତେ ଜାମିନ ଦେବା ଦରକାର ନାହିଁ । ଏହାପରେ ଅଭିଯୁକ୍ତଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ, ଆଣ୍ଡ୍ରେସନଙ୍କ ମାନସିକ ସ୍ଥିତି ସଠିକ ନାହିଁ । ତେବେ ତାଙ୍କ ମାନସିକ ସ୍ଥିତିର ଯାଞ୍ଚ କରାଯିବ ।  ଏହାପୂର୍ବରୁ ୨୦୧୭ ମସିହାରେ ଡ୍ରଗ୍ସ କାରବାର ମାମଲାରେ ପ୍ରଥମେ ୨୦ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।ହେଲେ ଚଳିତ ବର୍ଷ ଜାନୁଆରୀରେ Mass Commutation Effort ସାହାଯ୍ୟରେ ତାଙ୍କୁ ଜାମିନ ଦିଆଯାଇଥିଲା ।

Also Read: OTT ଓ ସୋସିଆଲ ମିଡିଆ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ

ପୋଲିସ (Police) ର କହିବାନୁସାରେ,  ଲରେନ୍ସ  ପଲ ଆଣ୍ଡ୍ରେସନ ନିଜର ପରିବାର ବର୍ଗଙ୍କୁ ଦାନବ ମାନଙ୍କଠାରୁ ରକ୍ଷା କରିବାକୁ ଯାଇ ଏଭଳି କରିଥିବା କହିଛି । ଏଣ୍ଡ୍ରେସନ ୪୧ ବର୍ଷୀୟ ମହିଳାଙ୍କ ସହ ୬୭ ବର୍ଷୀୟ ବୃଦ୍ଧ ଓ ନିଜର 4 ବର୍ଷୀୟ ନାତୁଣୀକୁ ମଧ୍ୟ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।