ବିଚିତ୍ର ଘଟଣା: ମାଲିକକୁ ମାରିବାକୁ କୋଲ୍ଡଡ୍ରିଙ୍କରେ ମିଶାଇଲା କୋରୋନା ଭାଇରସ
Advertisement
Article Detail0/zeeodisha/odisha846715

ବିଚିତ୍ର ଘଟଣା: ମାଲିକକୁ ମାରିବାକୁ କୋଲ୍ଡଡ୍ରିଙ୍କରେ ମିଶାଇଲା କୋରୋନା ଭାଇରସ

ବାସ୍ତବରେ, ଅଭିଯୁକ୍ତ କର୍ମଚାରୀ ମାଲିକଙ୍କୁ ମାରିବା ପାଇଁ ତାଙ୍କ ଡ୍ରିଙ୍କରେ କୋରୋନା ଭାଇରସ୍ ମିଶ୍ରଣ କରିଥିଲେ । ମାଲିକଙ୍କୁ ହତ୍ୟା କରିବା ପାଇଁ ପରିକଳ୍ପିତ ଏହି ଅଦ୍ଭୁତ ଯୋଜନା ଦକ୍ଷିଣ ତୁର୍କୀର ଆଡାନା ଅଞ୍ଚଳର ବୋଲି ଜଣାପଡ଼ିଛି ।

ବିଚିତ୍ର ଘଟଣା: ମାଲିକକୁ ମାରିବାକୁ କୋଲ୍ଡଡ୍ରିଙ୍କରେ ମିଶାଇଲା କୋରୋନା ଭାଇରସ

ନୂଆଦିଲ୍ଲୀ: କୋରୋନା ମହାମାରୀ ସମସ୍ତଙ୍କ ମନରେ ଏକ ଭୟର ବାତାବରଣ ଖେଳିଯାଇଛି । କୋରୋନା ଭ୍ୟାକସିନ ଆସିଥିଲେ ମଧ୍ୟ ମନରେ କୋକୁଆ ଭୟ ଏବେ ବି ଲାଗିରହିଛି । ତେବେ ତୁର୍କିରେ ଏକ ଆଚମ୍ବିତ କଲା ଭଳି ଘଟଣାକ୍ରମ ସାମ୍ନାକୁ ଆସିଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣାରେ ଜଣେ ବ୍ୟକ୍ତି ତାଙ୍କ ମାଲିକଙ୍କୁ ହତ୍ୟା କରିବାକୁ ଯାଇ ଏମିତି ଯୋଜନା କରିଥିଲେ ଯେ ବର୍ତ୍ତମାନ ସାରା ବିଶ୍ୱରେ ତାଙ୍କର ଆଲୋଚନା ଚାଲିଛି। ବାସ୍ତବରେ, ଅଭିଯୁକ୍ତ କର୍ମଚାରୀ ମାଲିକଙ୍କୁ ମାରିବା ପାଇଁ ତାଙ୍କ ଡ୍ରିଙ୍କରେ କୋରୋନା ଭାଇରସ୍ ମିଶ୍ରଣ କରିଥିଲେ । ମାଲିକଙ୍କୁ ହତ୍ୟା କରିବା ପାଇଁ ପରିକଳ୍ପିତ ଏହି ଅଦ୍ଭୁତ ଯୋଜନା ଦକ୍ଷିଣ ତୁର୍କୀର ଆଡାନା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଆଡାନା ସହରର କାର ଡିଲର ଇବ୍ରାହିମ ଉନଭର୍ଡି ତାଙ୍କ ଅଭିଯୋଗରେ ପୋଲିସ (Police) କୁ କହିଛନ୍ତି ଯେ, ଏଠାରେ କାର୍ଯ୍ୟ କରୁଥିବା ତାଙ୍କର ଜଣେ କର୍ମଚାରୀ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ କର୍ମଚାରୀ ସେଠାରେ ରଖାଯାଇଥିବା ନଗଦ ଟଙ୍କା ମଧ୍ୟ ନେଇଥିଲେ। ପ୍ରକୃତରେ, ଅଭିଯୁକ୍ତ କର୍ମଚାରୀ ନିଜ ମାଲିକଙ୍କୁ ହତ୍ୟା କରିବା ପାଇଁ କୋରୋନା ସଂକ୍ରମିତ (Corona Petient) ଜଣେ ରୋଗୀଙ୍କୁ ଖୋଜିଥିଲେ, ତାପରେ ସଂକ୍ରମିତଙ୍କୁ ଙ୍କୁ କିଛି ଟଙ୍କା ଦେଇଥିଲେ ଓ ସଂକ୍ରମିତଙ୍କ ଲାଳ (Saliva) ଅର୍ଥାତ୍ ଲାଳ କିଣି ଏହାକୁ ମାଲିକଙ୍କ ଡ୍ରିଙ୍କରେ ମିଶାଇ ପିଇବାକୁ ଦେଇଥିଲେ।

Also Read: 'ଜୟ ଶ୍ରୀରାମ' ନାରା ଲଗାଇବା ପଡିଲା ମହଙ୍ଗା; ଶେଷରେ...

ଇବ୍ରାହିମ ନିଜର ଅଭିଯୋଗରେ କହିଛନ୍ତି ଯେ, ନିକଟରେ ସେ ଏକ କାରକୁ ୨୨ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ, ତେବେ ଏହି ଅର୍ଥରାଶିକୁ ଅଫିସରେ ରଖିବାକୁ ତାଙ୍କୁ କହିଥିଲି । ଏଥିପାଇଁ ମୁଁ ତାଙ୍କୁ ମୋ ଲକରର ଚାବି ମଧ୍ୟ ଦେଇଥିଲି । କିନ୍ତୁ ସେ ଲକରରୁ ସବୁ ପଇସା ଚୋରି କରିଦେଇଥିଲେ । ପରେ ଯେତେବେଳେ ମୁଁ ତାଙ୍କୁ ଟଙ୍କା ମାଗିବାକୁ ଡାକିଲି, ସେ ଟଙ୍କା ଦେବାକୁ ମନା କରିଦେଲେ ଓ ଏହା ପରେ ସେ ମୋତେ ମାରିବା ପାଇଁ ଷଡଯନ୍ତ୍ର (Murder Plan) ଆରମ୍ଭ କରିଥିଲେ।

Also Read: ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ଘଟଣା: PA ଗିରଫ

ସତ୍ୟ ଘଟଣା ପଦାକୁ ଆସିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହା ପରେ ପୋଲିସ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ସମେତ ବିଭିନ୍ନ ବିଭାଗରେ ମାମଲା ରୁଜୁ କରିଛି। ପୋଲିସ ବର୍ତ୍ତମାନ ପଳାତକ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରୁଛି, କିନ୍ତୁ ଏଭଳି ଏକ ଘଟଣା ପ୍ରଚାର ପ୍ରସାର ହେବା ପରେ ତୁର୍କୀ (Turkey) ର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ହତ୍ୟାକାଣ୍ଡର ଏହି ଅନନ୍ୟ ଯୋଜନାର କାହାଣୀ ଏବେ ଭାଇରାଲ (Viral) ହୋଇଛି।