ପଶ୍ଚିମବଙ୍ଗ ପୋଲିସ ରାଜ୍ୟର ଚାମ୍ପଦାନୀ ଅଞ୍ଚଳରୁ ୨୪ ବିଜେପି-ଆଏସଏସ କର୍ମକର୍ତ୍ତାଙ୍କୁ ହେପାଜତକୁ ନେଇଥିଲା।
Trending Photos
କୋଲକାତା: ପଶ୍ଚିମବଙ୍ଗରେ 'ଜୟ ଶ୍ରୀରାମ' କହିବାକୁ ନେଇ ତେଜିଛି ବିବାଦ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି। ନିକଟରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଏହି ନାରା ଲଗାଇବାକୁ ନେଇ ନାରାଜ ହୋଇ ଉଠିଥିଲେ ସେ। ଏପରିକି ସେ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ମନା କରିଦେଇଥିଲେ।
ହେଲେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି କେତେକ ଲୋକଙ୍କୁ 'ଜୟ ଶ୍ରୀରାମ' ନାରା ଲଗାଇବା ଅଭିଯୋଗରେ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ। ଏ ଘଟଣା ସମ୍ପର୍କିତ ଏକ ଭିଡିଓ ସେୟାର କରି କରି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra) କହିଛନ୍ତି, "କ'ଣ ଏବେ ମମତା ଜୀଙ୍କ ବଙ୍ଗଳାରେ ଜୟ ଶ୍ରୀ ରାମ କହିବାରୁ ଗିରଫ ହେବେ କି?"
क्या ममता जी के बंगाल में अब “जय श्री राम” बोलने पर गिरफ़्तारी होगी? pic.twitter.com/42wlQUsdbl
— Sambit Patra (@sambitswaraj) February 11, 2021
Also Read: କିଏ ଜିତିବେ ପଶ୍ଚିମବଙ୍ଗ, ମମତା ନା ବିଜେପି?
ଏହାପୂର୍ବରୁ ପଶ୍ଚିମଙ୍ଗ ବିଜେପି (West Bengal BJP) ପ୍ରଭାରୀ ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ ମଧ୍ୟ ଏହି ଭିଡିଓ ସେୟାର କରି ଲେଖିଛନ୍ତି,"ମମତାଜୀଙ୍କ ଅତ୍ୟାଚାର ନୀତି ବିରୋଧରେ କାର୍ଯ୍ୟକର୍ତ୍ତାଙ୍କ ଆନ୍ଦୋଳନ। ସେଠାରେ ରାମ ନାମ ଥିବା ମାସ୍କ ବାଣ୍ଟିବା ଏକ ଅପରାଧ। "
ममताजी की दमनकारी नीति के खिलाफ शेरदिल कार्यकर्ताओं का आंदोलन...
राम नाम के मास्क बाँटना भी अपराध है। pic.twitter.com/2rtVX8knyN
— Kailash Vijayvargiya (@KailashOnline) February 10, 2021
ଗତ ବୁଧବାର ରାତିରେ ଏକ ଭିଡିଓ ଭାଇରାଲ ହୋଇଥିଲା। ପଶ୍ଚିମବଙ୍ଗ ପୋଲିସ ରାଜ୍ୟର ଚାମ୍ପଦାନୀ ଅଞ୍ଚଳରୁ ୨୪ ବିଜେପି-ଆଏସଏସ କର୍ମକର୍ତ୍ତାଙ୍କୁ ହେପାଜତକୁ ନେଇଥିଲା। ଏନେଇ ବିଜେପି ପକ୍ଷରୁ ହୋଇଥିବା ଦାବି ଅନୁସାରେ ଦଳୀୟ କର୍ମକର୍ତ୍ତା 'ଜୟ ଶ୍ରୀରାମ' ଲେଖାଥିବା ମାସ୍କ ବାଣ୍ଟିବା ସହ ଏହି ନାରା ଲଗାଇଥିଲେ। ଏ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।
Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କିଛି ଲୋକ ହଳଦିଆ, କେଶରୀ ରଙ୍ଗର ବସ୍ତ୍ର ଧାରଣ କରି 'ଜୟ ଶ୍ରୀରାମ' ନାରା ଲଗାଇଥିଲେ। କିଛି ଲୋକ ମାସ୍କ ମଧ୍ୟ ବାଣ୍ଟିଥିଲେ। ପଶ୍ଚିମବଙ୍ଗ ପୋଲିସ ସେମାନଙ୍କୁ ଗାଡିରେ ବସାଇ ନେଇଯାଇଥିଲା। ସେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଆଣି କହିଥିଲେ ସେ ପଶ୍ଚିମବଙ୍ଗକୁ ବାଂଲାଂଦେଶ ବନାଇ ସାରିଲେଣୀ।
ବିଜେପି ନେତାଙ୍କ ପକ୍ଷରୁ ଦାବି କରାଯାଇଛି ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ଦଳୀୟକର୍ମୀ ଜୟ ଶ୍ରୀରାମ ଲିଖିତ ମାସ୍କ ବଣ୍ଟନ କରିଥିଲେ। ବାଣ୍ଟିବା ସମୟରେ ଶାସକ ଟିଏମସିର (TMC) କିଛି ସମର୍ଥକ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏହା ପରେ ସେମାନେ ପୋଲିସକୁ ଡାକିଥିଲେ। ଏହା ପରେ ପୋଲିସ ଆରଏସଏସ ଏବଂ ବିଜେପି କର୍ମୀଙ୍କୁ ଗିରଫ କରିଥିଲା।