Manipur Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୫ ଛାତ୍ରଙ୍କ ଜୀବନ !
Advertisement

Manipur Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୫ ଛାତ୍ରଙ୍କ ଜୀବନ !

Manipur Accident: ମଣିପୁରରେ ଓଲଟିଲା ସ୍କୁଲ ବସ। ପିକନିକ ଯାଉଥିବା ଏକ ସ୍କୁଲ ବସ ଓଲଟି ପଡ଼ିବାରୁ ଅନ୍ୟୁନ ୧୫ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ତେବେ ସଠିକ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିପାରି ନାହିଁ। 

Manipur Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୫ ଛାତ୍ରଙ୍କ ଜୀବନ !

Manipur Accident:  ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ (North East State) ମଣିପୁରରେ (Manipur) ଘଟିଥିବା ସଡ଼କ ଦୁର୍ଘଟଣାକୁ (Road Accident) ନେଇ ତମାମ ଦେଶରେ ଶୋକାକୁଳ ପରିସ୍ଥିତ ସୃଷ୍ଚି ହୋଇଛି। ମଣିପୁରର ନୋନି ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକାଧିକ ଛାତ୍ର ଗୁରୁତର ହୋଇଥିବା ବେଳେ ପ୍ରାଥମିକ ସୂଚନା ଅନୁଯାୟୀ ୧୫ ରୁ ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ରିପୋର୍ଟ ମୁତାବକ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। କୁହାଯାଉଛି କି ସ୍କୁଲ ଛାତ୍ରଙ୍କୁ ନେଇ ପିକନିକରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେପଟେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ କହିଛନ୍ତି କି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏସଡିଆରଏଫ ଓ ଡାକ୍ତରୀ ଟିମ କିଛି ବିଧାୟକ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। 

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଲୋଙ୍ଗସାଇ ତୁବୁଙ୍ଗ ଗ୍ରାମ ନିକଟସ୍ଥ ବିଷ୍ଣୁପୁର-ଖୋପମ ରୋଡ଼ରେ ହୋଇଥିଲା। କିନ୍ତୁ ମୃତକମାନଙ୍କ ସଠିକ ସଂଖ୍ୟା ବର୍ତ୍ତମାନ ସାମ୍ନାକୁ ଆସିପାରିନାହିଁ। ସେପଟେ ମୃତକଙ୍କ ସଂଖ୍ୟା ୧୦ରୁ ଅଧିକ ବୋଲି ଦାବି କରାଯାଉଛି। ଏହି ବସଟି ଥମ୍ବଲୁନ ଉଚ୍ଚ ମାଧ୍ୟମିକ ସ୍କୁଲର ଥିଲା। ପିଲାମାନଙ୍କୁ ଧରି ବସଟି ପିକନିକରେ ଯାଉଥିଲା। କୁହାଯାଉଛି କି ସ୍କୁଲ ଛାତ୍ରଙ୍କୁ ନେଇ ଏହି ବସଟି ଖୋପମ ଅଭିମୁଖେ ଯାଉଥିଲା। ତେବେ ସେହି ସମୟ ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ ଡ୍ରାଇଭର। ଫଳରେ ଜୋରଦାର ଧକ୍କା ଖାଇଥିଲା ବସଟି। ଫଳରେ ରାସ୍ତା ଉପରେ ବସଟି ଓଲଟି ପଡ଼ିଥିଲା। ସୋସିଆଲ ମିଡ଼ିଆରେ ଏହାର ବିଭତ୍ସ ରୂପ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଦୁର୍ଘଟଣା ପରେ ସ୍କୁଲ ଛାତ୍ରମାନେ ଗୁରୁତର ଭାବେ ଆହତ ହୋଇଥିଲେ। କିଛି ଛାତ୍ରଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। 

 

ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଦୁଃଖ ପ୍ରକାଶ କରିଛନ୍ତି। ନିଜ ଟ୍ୱିଟର ପେଜରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି କି ଏହି ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖ ଦାୟକ। ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ, ମେଡ଼ିକାଲ ଟିମଙ୍କ ସହିତ କିଛି ବିଧାୟକ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ପ୍ରାର୍ଥନା କରୁଛି କି ଏହି ଦୁର୍ଘଟଣାରେ ସମସ୍ତେ ସୁରକ୍ଷିତ ଥାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି।