ଗର୍ଭବତୀ ମହିଳା ଟିକା ନେବେ ନା ନେବେନି, ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ
Advertisement
Article Detail0/zeeodisha/odisha928413

ଗର୍ଭବତୀ ମହିଳା ଟିକା ନେବେ ନା ନେବେନି, ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ


ସରକାରଙ୍କ କହିବା କଥା, ଏଣିକି ଗର୍ଭବତୀ ମହିଳା ମାନଙ୍କୁ ବି କୋରୋନା ଭ୍ୟାକସିନ ଦିଆଯାଇପାରିବ ।  ଏହି ଘୋଷଣା ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କରିଛି ।

ଗର୍ଭବତୀ ମହିଳା ଟିକା ନେବେ ନା ନେବେନି, ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ

ନୂଆଦିଲ୍ଲୀ: ସାରା ଦେଶରେ ଧିରେ ଧିରେ କମୁଛି କୋରୋନାର କୋପ । ତେବେ ସମ୍ପୂର୍ଣ୍ଣ ଭାବେ କୋରୋନା ମୂଳୋତ୍ପାଟନ ହୋଇନଥିବା ବେଳେ ଏବେ ଦେଶବ୍ୟାପୀ କୋରୋନା ଟିକାକରଣ ବ୍ୟାପକ ଭାବେ ଚାଲିଛି । ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ସରକାରଙ୍କ କହିବା କଥା, ଏଣିକି ଗର୍ଭବତୀ ମହିଳା ମାନଙ୍କୁ ବି କୋରୋନା ଭ୍ୟାକସିନ ଦିଆଯାଇପାରିବ ।  ଏହି ଘୋଷଣା ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କରିଛି ।

ICMR ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି ଯେ, ଗର୍ଭବତୀ ମହିଳାଙ୍କ ପାଇଁ କୋରୋନା ଭ୍ୟାକସିନ ଦେବା ଜରୁରୀ। ସେମାନେ ଏହି ଟିକାକରଣ କରିବା ଜରୁରୀ । ଏହା ସହ ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ଗାଇଡଲାଇନ ଜାରି କରିସାରିଛି ତେବେ ଗର୍ଭବତୀ ମହିଳା ଏବେ କୋରୋନା ଟିକା ଲଗାଇବା ନେଇ କୌଣସି ପ୍ରତିବନ୍ଧକ ନାହିଁ ।

Also Read: ଓଡ଼ିଶାର ଦେବଗଡ଼ରୁ ଚିହ୍ନଟ ହେଲା ପ୍ରଥମ Delta Plus Variant

ICMR ମୁଖ୍ୟଙ୍କ କହିବା କଥା,  (Coronavirus) ର ଆଲ୍ପା, ବିଟା, ଗାମା ଓ ଡେଲ୍ଟା ଭାରିଆଣ୍ଟ ବିରୁଦ୍ଧରେ ଭାରତର ଦୁଇ ସ୍ୱଦେଶୀ ଟିକା କାମ କରୁଛି । (Covidshield) କୋଭିସିଲ୍ଡ ଓ (Covaxin) କୋଭାକ୍ସିନ ଲଗାଇବା ଦ୍ୱାରା ଏହି ସବୁ ଭ୍ୟାରିଆଣ୍ଟରୁ ସୁରକ୍ଷିତ ରହିପାରିବେ । 

Also Read: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ୯୭.୮୯ ପ୍ରତିଶତ ପିଲା ପାସ

ସେ ଏହା ମଧ୍ୟ କହିଛନ୍ତି ଯେ,  କୋରୋନା ଭାଇରସର  (Delta Plus) ଡେଲ୍ଟା ପ୍ଲସ ଭାରିଆଣ୍ଟ ଏବେ ସୁଦ୍ଧା ବିଶ୍ୱର ୧୨ ଟି ଦେଶରେ ଦେଖିବାକୁ ମିଳିଛି । ଭାରତରେ ଏହି ଡେଲ୍ଟା ପ୍ଲସ ଭାରିଆଣ୍ଟର ୪୮ଟି ମାମଲା ସାମ୍ନାକୁ ଆସିଛି । ହେଲେ ଏହାକୁ ନେଇ କୌଣସି ଗୁରୁତର ସୂଚନା ବର୍ତ୍ତମାନ ସୁଦ୍ଧା ଆସିନାହିଁ ।