Mohali Jhoola Accident: ରବିବାର ମୋହାଲି ମେଳାରେ ଅଚାନକ ଏକ ଦୋଳି ଉପରୁ ତଳକୁ ଖସିପଡ଼ିବା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭୟାନକ ଦୁର୍ଘଟଣାରେ ଭାଇରାଲ ଭିଡ଼ିଓ ଛାତିକୁ ଥରାଇଦେବା ଭଳି ହୋଇଛି।
Trending Photos
Mohali Jhoola Accident: ଦୋଳି ଖେଳିବା ହୋଇଛି କାଳ। ମେଳାକୁ ଆସିଥିବା ଦୋଳି ଅଚାନକ ଉପରୁ ତଳକୁ ଖସିପଡ଼ିଛି। ଏଭଳି ଛାତି ଥରାଇଦେବା ଭଳି ଘଟଣା ପଞ୍ଜାବ ମୋହାଲି ଠାରେ ଘଟିଯାଇଛି। ଗତ ରବିବାର ଏଠାରେ ଆୟୋଜିତ ହୋଇଥିଲା ଏକ ମେଳା। ହେଲେ ଏହି ମେଳାରେ ଅଚାନକ ଘଟି ଯାଇଥିଲା ଛାତି ଦୋହଲାଇବା ଭଳି ଘଟଣା। ଯାହାର ଭିଡ଼଼ିଓ ସୋସିଆଲ ମିଡ଼ିଆ ଯୋଗେ ଭାଇରାଲ ହେବାରେ ଲାଗିଛି।
ମେଳାରେ ହୋଇଥିବା ଦୁର୍ଘଟଣା ବାବଦରେ ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ଆରମ୍ଭ ହୋଇଯାଇଥିଲା ଉଦ୍ଧାର କାର୍ଯ୍ୟ। ଏହି ଦୁର୍ଘଟଣା ପଛରେ ରହିଥିବା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁଷ। ମେଳାରେ ଦୋଳି ଅଚାନକ ଉପରୁ ତଳକୁ ଖସି ପଡ଼ିବା ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।
ରବିବାର ମୋହାଲି ମେଳାରେ ଅଚାନକ ଏକ ଦୋଳି ଉପରୁ ତଳକୁ ଖସିପଡ଼ିବା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭୟାନକ ଦୁର୍ଘଟଣାରେ ଭାଇରାଲ ଭିଡ଼ିଓ ଛାତିକୁ ଥରାଇଦେବା ଭଳି ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଦଳ ଉପରୁ ତଳକୁ ଖସିପଡୁ ଥିବାର ଦେଖିବାକୁ ମିଳୁଛି। ଏହି ଦୋଳି ଦ୍ରୁତ ଗତିରେ ଉପରକୁ ଯିବା ପରେ, ଏହା ଠାରୁ ଅଧିକ ବେଗରେ ତଳ ଆଡକୁ ମାଡ଼ି଼ ଆସିଥିଲା। ଏହି ଦୁର୍ଘଟଣା ଘଟିବା ବେଳେ ଦୋଳିରେ ଝୁଲୁଥିବା ଅନେକ ପିଲା ଅନେକ ଦୂରକୁ ଫୋପାଡି ହୋଇ ପଡ଼ିଥିଲେ।
Also Read: Himachal Pradesh: ଫସିଗଲା Rope Way, ଆକାଶରେ ଅଟକି ରହିଛି ୧୧ ଜୀବନ
ଆଶ୍ୱସ୍ତିର କଥା ଏହା ଯେ ଏହି ଦୁର୍ଘଟଣାରେ କେହି ଗୁରୁତର ଭାବେ ଆଘାତ ପାଇନାହାଁନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୮-୨୦ ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପ୍ରଶାସନ ଲାଗି ସମସ୍ୟା ବଢିଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ତଦନ୍ତ। ଏଭଳି ଦୁର୍ଘଟଣା ଘଟିବାକୁ ନେଇ ତାତି ଉଠିଥିବା ଲୋକେ କହିଛନ୍ତି ଯେ ଏପରି ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଯଦି ସଠିକ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାନ୍ତା, ତାହେଲେ ମେଳାରେ ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିନଥାନ୍ତା। ଯଥାଶୀଗ୍ର ଏହି ଘଟଣାର ଅନୁସନ୍ଧାନ କରାଯିବା ଆବଶ୍ୟକ।
ଏହା ପୂର୍ବରୁ ଗତ ଜୁନ ମାସରେ ଯାନ୍ତ୍ରିକ ସମସ୍ୟା କାରଣରୁ ଏକ Rope Way ଫସି ଯିବାରୁ ମଝି ଆକାଶରେ ଅଟକି ଯାଇଥିଲା ୮ ଜୀବନ। ହିମାଚଳ ପ୍ରଦେଶ ସାଲୋନ ଜିଲ୍ଲାରେ ଘଟିଯାଇଥିଲା ଏଭଳି ଘଟଣା। ଯାନ୍ତ୍ରିକ ସମସ୍ୟା କାରଣରୁ ଏକ ଟିମ୍ବର ଟ୍ରେଲ ରୋପ ୱେ କେବୁଲ କାର ରାସ୍ତାରେ ଅଟକି ଯାଇଥିଲା। କେବୁଲ କାର ମଧ୍ୟରେ ଫସି ରହିଥିବା ଲୋକଙ୍କ ଭିଡ଼ିଓ ସାମ୍ନାକୁ ଆସିଥିଲା। ଭିଡିଓ ମାଧ୍ୟମରେ ଲୋକେ ଉଦ୍ଧାର କରିବାକୁ କହୁଥିଲେ। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଏକ କେବୁଲ କାର ବ୍ୟବହାର କରାଯାଇଥିଲା।
Also Read: ପାରାସେଲିଂ ପଡ଼ିଲା ମହଙ୍ଗା; ଅଳ୍ପକେ ବର୍ତ୍ତିଲା ଜୀବନ
ଏହା ପୂର୍ବରୁ ଗତ ୧୯୯୨ ମସିହାରେ ହିମାଚଳ ପ୍ରଦେଶରେ ଏପରି ଏକ ସମାନ ରୋପୱେ ଦୁର୍ଘଟଣା ଘଟିଥିଲା। ଯେଉଁଠି ପ୍ରାୟ ୩ ଦିନ ଧରି ୧୦ ଜଣ ଲୋକ ଟ୍ରଲି ମଧ୍ୟରେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିଲେ। ସେତେବେଳେ ସେନା ଏବଂ ବାୟୁସେନା ଯବାନ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରିଥିଲେ। ସେହି ଘଟଣାକୁ ମନେ ପଡିଲେ ଲୋକେ ଏବେ ମଧ୍ୟ ଥରି ଉଠିଥାନ୍ତି। ଗତ ଅପ୍ରେଲରେ ଝାଡଖଣ୍ଡ ଦେଓଘର ଜିଲ୍ଲାରେ ଏକ ରୋପୱେ କେବୁଲ କାର ୪୦ ଘଣ୍ଟା ଧରି ଫସି ରହିବାରୁ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।