Himachal Pradesh: ଫସିଗଲା Rope Way, ଆକାଶରେ ଅଟକି ରହିଛି ୧୧ ଜୀବନ
Advertisement
Article Detail0/zeeodisha/odisha1226605

Himachal Pradesh: ଫସିଗଲା Rope Way, ଆକାଶରେ ଅଟକି ରହିଛି ୧୧ ଜୀବନ

Rope Way Tragedy: ଯାନ୍ତ୍ରିକ ସମସ୍ୟା କାରଣରୁ ଏକ ଟିମ୍ବର ଟ୍ରେଲ ରୋପ ୱେ କେବୁଲ କାର ରାସ୍ତାରେ ଅଟକି ଯାଇଥିବା ଜଣାପଡିଛି।

Himachal Pradesh: ଫସିଗଲା Rope Way, ଆକାଶରେ ଅଟକି  ରହିଛି ୧୧ ଜୀବନ

Rope Way Tragedy: ଯାନ୍ତ୍ରିକ ସମସ୍ୟା କାରଣରୁ ଏକ Rope Way ଫସି ଯିବାରୁ ମଝି ଆକାଶରେ ଅଟକି ରହିଛି ୮ ଜୀବନ। ହିମାଚଳ ପ୍ରଦେଶ ସାଲୋନ ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ବିଗତ ୨ ଘଣ୍ଟା ଧରି ଏଠାରେ ଉଦ୍ଧାର ଅଭିଯାନ ଜାରି ରହିଛି। ଏହି ଟିମ୍ବର ଟ୍ରେଲ ରୋପ ୱେ କେବୁଲ କାର ମଧ୍ୟରେ ଫସି ରହିଥିବା ଲୋକ ପର୍ଯ୍ୟଟକ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଇଛି। 

ଯାନ୍ତ୍ରିକ ସମସ୍ୟା କାରଣରୁ ଏକ ଟିମ୍ବର ଟ୍ରେଲ ରୋପ ୱେ କେବୁଲ କାର ରାସ୍ତାରେ ଅଟକି ଯାଇଥିବା ଜଣାପଡିଛି। କେବୁଲ କାର ମଧ୍ୟରେ ଫସି ରହିଥିବା ଲୋକଙ୍କ ଭିଡ଼ିଓ ସାମ୍ନାକୁ ଆସିଛି। ଭିଡିଓ ମାଧ୍ୟମରେ ଲୋକେ ଉଦ୍ଧାର କରିବାକୁ କହୁଛନ୍ତି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛ। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଏକ କେବୁଲ କାର ବ୍ୟବହାର କରାଯାଉଛି।  

ଘଟଣାସ୍ଥଳରେ ଟିମ୍ବର ଟ୍ରେଲ ଅପରେଟର ଦଳକୁ ପଠାଯାଇଛି। ଅନ୍ୟପଟେ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି। ପ୍ରାୟ ୨ ଘଣ୍ଟା ଧରି ଫସି ରହିଥିବା କେବୁଲ କାର ୧୧ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଉଦ୍ଧାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଏନଡିଆରଏଫ ବଳକୁ ମଧ୍ୟ ଡକା ଯାଇପାରେ।   

ଏହା ପୂର୍ବରୁ ଗତ ୧୯୯୨ ମସିହାରେ  ହିମାଚଳ ପ୍ରଦେଶରେ ଏପରି ଏକ ସମାନ ରୋପୱେ ଦୁର୍ଘଟଣା ଘଟିଥିଲା। ଯେଉଁଠି ପ୍ରାୟ ୩ ଦିନ ଧରି ୧୦ ଜଣ ଲୋକ ଟ୍ରଲି ମଧ୍ୟରେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିଲେ। ସେତେବେଳେ ସେନା ଏବଂ ବାୟୁସେନା ଯବାନ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରିଥିଲେ। ସେହି ଘଟଣାକୁ ମନେ ପଡିଲେ ଲୋକେ ଏବେ ମଧ୍ୟ ଥରି ଉଠିଥାନ୍ତି। ଗତ ଅପ୍ରେଲରେ ଝାଡଖଣ୍ଡ ଦେଓଘର ଜିଲ୍ଲାରେ ଏକ ରୋପୱେ କେବୁଲ କାର ୪୦ ଘଣ୍ଟା  ଧରି ଫସି ରହିବାରୁ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।   

Also Read: କେଦାରନାଥ ଧାମରେ ହେଲିକ୍ୟାପ୍ଟର ଅବତରଣ ଦେଖି ଦୌଡିବାରେ ଲାଗିଲେ ଲୋକେ

Also Read: ପାରାସେଲିଂ ପଡ଼ିଲା ମହଙ୍ଗା; ଅଳ୍ପକେ ବର୍ତ୍ତିଲା ଜୀବନ