କୋରୋନା ରୋଗୀଙ୍କୁ ହେଉଛି ଏହି ମାରାତ୍ମକ ସଂକ୍ରମଣ
Advertisement

କୋରୋନା ରୋଗୀଙ୍କୁ ହେଉଛି ଏହି ମାରାତ୍ମକ ସଂକ୍ରମଣ

ଅନ୍ୟ ଏକ ରୋଗ ଡାକ୍ତରଙ୍କ ନିଦ ହଜାଇ ଦେଇଛି। ଦିଲ୍ଲୀର ଏକ ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନାର ଡାକ୍ତରମାନେ କୋଭିଡରୁ ଉତ୍ପନ୍ନ 'Mucoromiasis' ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ସୂଚନା ଦେଇଛିନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଲଗାତାର କୋରୋନା ମାମଲା ବୃଦ୍ଧି ପାଉଛି। ଏହାରି ମଧ୍ୟରେ ଅନ୍ୟ ଏକ ରୋଗ ଡାକ୍ତରଙ୍କ ନିଦ ହଜାଇ ଦେଇଛି। ଦିଲ୍ଲୀର ଏକ ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନାର ଡାକ୍ତରମାନେ କୋଭିଡରୁ ଉତ୍ପନ୍ନ 'Mucoromiasis' ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ସୂଚନା ଦେଇଛିନ୍ତି।

'Mucoromiasis' କ’ଣ?

'Mucoromiasis' ହେଉଛି କୋରୋନା ଭାଇରସ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଫଙ୍ଗଲ୍ ସଂକ୍ରମଣ। ଏହି ରୋଗରେ ରୋଗୀଙ୍କ ଦୃଷ୍ଟିଶକ୍ତି ଚାଲିଯିବା, ମାଢି ଏବଂ ନାକ ହାଡ ତରଳିବାର ଆଶଙ୍କା ଥାଏ। ଏହା ଏକ ଫଙ୍ଗଲ୍ ରୋଗ। ଯାହା Mucoromiasis ନାମକ ଏକ ଫଙ୍ଗଲ୍ ଦ୍ୱାରା ହୋଇଥାଏ।

Also Read: କୋରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ନୂଆ SOP ଜାରି

ଏହା ପ୍ରାୟତଃ ସେହି ଲୋକମାନଙ୍କୁ ହୁଏ, ଯେଉଁମାନଙ୍କର ପୂର୍ବରୁ କୌଣସି ରୋଗ ଥାଏ, କିମ୍ବା ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ଭଳି ଔଷଧ ସେବନ କରୁଥିବେ। Mucoromiasis ସଂକ୍ରମଣ ବା ବ୍ଲାକ ଫଙ୍ଗସ ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ।

ବ୍ଲାକ ଫଙ୍ଗସର ଲକ୍ଷଣ

ଏହି ରୋଗର ଲକ୍ଷଣ, ଶରୀରର ଅଙ୍ଗ ସଂକ୍ରମଣ ଉପରେ ନିର୍ଭର କରେ। ମୁହଁର ଗୋଟିଏ ପାର୍ଶ୍ୱରୁ ଫୁଲା, ମୁଣ୍ଡବିନ୍ଧା, ନାକ ସଂକ୍ରମଣ, ବାନ୍ତି, ଜ୍ୱର, ଛାତି ଯନ୍ତ୍ରଣା, ସାଇନସ୍ ସଂକ୍ରମଣ, ପାଟିର ଉପର ଅଂଶ କିମ୍ବା ନାକରେ କଳା ଘା’ ହେବା। ଏହି ସଂକ୍ରମଣ ଅତି ଦ୍ରୁତ ଗତିରେ ବୃଦ୍ଧି ହୋଇଯାଏ।

Also Read: ବିବାଦରେ ସୁଗନ୍ଧା ମିଶ୍ରଙ୍କ ବିବାହ, ଥାନାରେ ପହଞ୍ଚିଲା ମାମଲା

ସାର୍ ଗଙ୍ଗାରାମ ହସ୍ପିଟାଲର ବରିଷ୍ଠ ENT ସର୍ଜନ ଡକ୍ଟର ମନୀଷ ମୁଞ୍ଜାଲ କହିଛନ୍ତି ଯେ, "କୋଭିଡରୁ ଏହି ଭୟଙ୍କର ଫଙ୍ଗଲ ସଂକ୍ରମଣ ମାମଲାରେ ପୁଣି ବୃଦ୍ଧି ହୋଇଛି। ଗତ ଦୁଇ ଦିନ ମଧ୍ୟରେ ଆମେ Mucoromiasis ରୋଗରେ ପୀଡିତ ୬ ଜଣ ରୋଗୀଙ୍କୁ ଆଡମିଟ୍ କରିଛୁ। ଗତବର୍ଷ ଏହି ମାରାତ୍ମକ ସଂକ୍ରମଣରେ ମୃତ୍ୟୁ ହାର ବହୁତ ଅଧିକ ଥିଲା। ଏଥିରେ ପୀଡିତ ଅନେକ ଲୋକ ଦୃଷ୍ଟି ଶକ୍ତି ହରାଇଥିଲେ ଏବଂ ନାକ ଏବଂ ମାଢି ହାଡ ତରଳି ଯାଇଥିଲା।"

ଡାକ୍ତରଖାନାର ENT ବିଭାଗର ଚେୟାରମ୍ୟାନ୍ ଡକ୍ଟର ଅଜୟ ସ୍ୱରୂପ କହିଛନ୍ତି ଯେ, ଅନେକ କୋରୋନା ରୋଗୀଙ୍କୁ ଷ୍ଟେରଏଡ୍ ଦିଆଯାଏ। ରୋଗୀର ମଧୁମେହ ରୋଗକୁ ଦୃଷ୍ଟିରେ ରଖି ଚିକିତ୍ସାରେ ଷ୍ଟେରଏଡ ବ୍ୟବହୃତ ହୁଏ। ତେଣୁ ଏହାର Mucoromiasis ରୋଗ କାରଣ ହୋଇପାରେ।