ସୁଗନ୍ଧା ମିଶ୍ର (Sugandha Mishra) ଙ୍କ ବିବାହ ସମାରୋହରେ କୋରୋନା ପ୍ରୋଟୋକଲ (Covid Protocol) ପାଳନ କରାଯାଇ ନାହିଁ ଏବଂ ନିୟମ ଉଲ୍ଲଂଘନ କରାଯାଇଛି।
Trending Photos
ନୂଆଦିଲ୍ଲୀ: ହାସ୍ୟ ଅଭିନେତ୍ରୀ ତଥା ପ୍ଲେବ୍ୟାକ୍ ସିଙ୍ଗର ସୁଗନ୍ଧା ମିଶ୍ର ଏପ୍ରିଲ୍ ୨୬ରେ ପଞ୍ଜାବରେ ପ୍ରେମିକ କମେଡିଆନ ଡକ୍ଟର ସଙ୍କେତ ଭୋଂସଲେଙ୍କ ସହ ବିବାହ କରିଥିଲେ। ସୁଗନ୍ଧାଙ୍କ ବିବାହକୁ ମାତ୍ର ୧୧ ଦିନ ବିତିଛି। ଆଉ ସେପଟେ ପଞ୍ଜାବର ଫାଗୱାଡ଼ା ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଅଭିଯୋଗ ଅନୁସାରେ, ସୁଗନ୍ଧା ମିଶ୍ର (Sugandha Mishra) ଙ୍କ ବିବାହ ସମାରୋହରେ କୋରୋନା ପ୍ରୋଟୋକଲ (Covid Protocol) ପାଳନ କରାଯାଇ ନାହିଁ ଏବଂ ନିୟମ ଉଲ୍ଲଂଘନ କରାଯାଇଛି। ସୁଗନ୍ଧା ବ୍ୟତୀତ ବରଙ୍କ ପରିବାର ଏବଂ ହୋଟେଲ ମ୍ୟାନେଜମେଣ୍ଟ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ଗିରଫ ଖବର ଆସି ନାହିଁ।
Also Read: ଏହି ଦେଶରେ ହୋଇପାରେ IPL 2021ର ବଳକା ମ୍ୟାଚ୍
କିଛି ଦିନ ପୂର୍ବରୁ ସୁଗନ୍ଧାଙ୍କ ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ (Social Media) ପ୍ରସାରିତ ହୋଇଥିଲା। ଏହି ଭିଡିଓ ଦେଖି ପଞ୍ଜାବ ପୋଲିସ (Punjab Police) ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, କୋରୋନା ପ୍ରୋଟୋକଲ ଭାଙ୍ଗି ବିବାହ ଉତ୍ସବରେ ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ।
ଏପ୍ରିଲ ୨୬ ତାରିଖରେ ସୁଗନ୍ଧା ଏବଂ ସଙ୍କେତ, ଫାଗୱାଡାସ୍ଥିତ ଏକ ଆଲିସାନ ରିସର୍ଟରେ ବିବାହ କରିଥିଲେ। ବିବାହର ଗୋଟିଏ ଦିନ ପୂର୍ବରୁ ବରଯାତ୍ରୀ ପହଞ୍ଚିଥିଲେ। ଆଉ ସେମାନଙ୍କୁ ୨୪ ଘଣ୍ଟା ପାଇଁ କ୍ୱାରାଣ୍ଟିନରେ ରଖାଯାଇଥିଲା। କିନ୍ତୁ ଏବେ ଏହି ବିବାହକୁ ନେଇ ଅଭିନେତ୍ରୀ ଅଡୁଆରେ ପଡିଛନ୍ତି। ସରକାର କେବଳ ୪୦ ଜଣଙ୍କୁ ବିବାହ ସମାରୋହରେ ଯୋଗଦେବାକୁ ଅନୁମତି ଦେଇଥିବାବେଳେ ଏଥିରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇଥିବା ଅଭିଯୋଗରେ FIR ଦାଏର କରାଯାଇଛି।।