Ananya Pandey Interrogation: ଅନନ୍ୟା ପାଣ୍ଡେ ଉଭୟ ଦିନରେ ପଚରାଉଚରା ପାଇଁ ବିଳମ୍ବରେ ପହଞ୍ଚିଥିଲେ, ଏହି କାରଣରୁ ସମୀର ୱାଙ୍ଖେଡେ ତାଙ୍କ କ୍ଲାସ ନେଇଛନ୍ତି ।
Trending Photos
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ପଚରାଉଚରା କରିଛି । ଏହି ସମୟରେ ଅନନ୍ୟା ପାଣ୍ଡେ (Ananya Pandey) ଅନେକ ବିଳମ୍ବରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ, ଯେଉଁ କାରଣରୁ ଅଫିସର ସମୀର ୱାଙ୍ଖଡେ ତାଙ୍କ କ୍ଲାସ ନେଇଛନ୍ତି । ବିଳମ୍ବରେ ପହଞ୍ଚିବା ପାଇଁ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଅଭିନେତ୍ରୀଙ୍କୁ ରାଗରେ ତାଗିଦ କରିଥିଲେ । ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ଏନସିବି ଅନନ୍ୟାଙ୍କୁ କ୍ରମାଗତ ଦ୍ୱିତୀୟ ଦିନ ପଚରାଉଚରା ପାଇଁ ଡାକିଥିଲା । ଏନସିବି ଅନନ୍ୟାଙ୍କୁ ସକାଳ 11 ଟା ସମୟ ଦେଇଥିଲା କିନ୍ତୁ ଅନନ୍ୟା ଅପରାହ୍ନ 2 ଟାରେ ପହଞ୍ଚିଥିଲେ ।
ଗୋଟିଏ ଦିନ ପୂର୍ବରୁ ମଧ୍ୟ ଏନସିବି ଅନନ୍ୟାଙ୍କୁ 2 ଟା ଟାଇମ ଦେଇଥିଲା କିନ୍ତୁ ଅନନ୍ୟା 4 ଟା ରେ ପହଞ୍ଚିଥିଲେ । ଏହି କାରଣରୁ ଏନସିବି ଏହାର ଯାଞ୍ଚ ଶେଷ କରିପାରି ନ ଥିଲା । ଗତକାଲି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ କ୍ରମାଗତ ଦ୍ୱିତୀୟ ଦିନରେ ବିଳମ୍ବ ପହଞ୍ଚି ଥିବାରୁ ଅନନ୍ୟା ପାଣ୍ଡେଙ୍କୁ କଡ଼ା ସମାଲୋଚନା କରିଥିଲେ ।
ଏହା ବି ପଢ଼ନ୍ତୁ: ଭାରତର 'COVAXIN' କୁ କାହିଁକି ମିଳୁନି ମଞ୍ଜୁରୀ, WHO ଦେଲା ଏହି ଜବାବ
'ଆପଣଙ୍କ ପ୍ରଡକ୍ସନ ହାଉସ ନୁହେଁ'
ସମୀର ୱାଙ୍ଖଡେ ଅନନ୍ୟାଙ୍କୁ ତାଗିଦ କରି କହିଥିଲେ, "ଆପଣଙ୍କୁ 11 ଟା ସମୟରେ ଡକାଯାଇଥିଲା ଓ ଆପଣ ବର୍ତ୍ତମାନ ଆସୁଛନ୍ତି । ଅଧିକାରୀମାନେ କେବଳ ଆପଣାଙ୍କୁ ଅପେକ୍ଷା କରିବା ପାଇଁ ବସି ନାହାଁନ୍ତି । ଏହା ଆପଣଙ୍କ ପ୍ରଡକ୍ସନ ହାଉସ ନୁହେଁ, ଏହା କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାଳୟ, ଯେଉଁ ସମୟରେ ଡକାଯାଉଛି ସେହି ସମୟରେ ପହଞ୍ଚନ୍ତୁ ।"
ଏହା ବି ପଢ଼ନ୍ତୁ: ISRO ରେ କାମ କରିବାର ସୁଯୋଗ, କେବଳ ଇଣ୍ଟରଭ୍ୟୁ ଦେଇ କରନ୍ତୁ ଚାକିରୀ
ଆପଣଙ୍କୁ କହି ରଖିବୁ ଯେ ଡ୍ରଗ୍ସ ମାମଲାରେ ଅନନ୍ୟା ପାଣ୍ଡେଙ୍କୁ ଆର୍ୟନ ଖାନଙ୍କ ସହ କରିଥିବା ଚାଟ୍ ଆଧାରରେ ଡକାଯାଇଛି । ଏନସିବି ସୂତ୍ର ଅନୁଯାୟୀ, ଏହି ଚାଟରେ ଅନନ୍ୟା ଗଞ୍ଜା ବିଷୟରେ କହୁଥିବାର ଅଭିଯୋଗ ହୋଇଛି । ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଆର୍ୟନ ସେହି ଚାଟରେ ଗଞ୍ଜା ବ୍ୟବସ୍ଥା କରିବା ବିଷୟରେ କହୁଥିଲେ । ତେବେ ପ୍ରଥମ ଦିନରେ ପଚରାଉଚରା ବେଳେ ଅନନ୍ୟା ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ।