ଶାହାରୁଖ ଖାନଙ୍କ ପୁଅଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ NCB ହେପାଜତକୁ ପଠାଇଲେ କୋର୍ଟ
Advertisement
Article Detail0/zeeodisha/odisha999267

ଶାହାରୁଖ ଖାନଙ୍କ ପୁଅଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ NCB ହେପାଜତକୁ ପଠାଇଲେ କୋର୍ଟ

Mumbai Drugs Case: ନିଷିଦ୍ଧ ନିଶା ଦ୍ରବ୍ୟର ବ୍ୟବହାର, ବିକ୍ରୟ ଓ କ୍ରୟରେ ଜଡିତ ଥିବାରୁ ଆର୍ୟନ୍ ଖାନଙ୍କୁ ଆଜି ଅପରାହ୍ନ ୨ ଟାରେ ଗିରଫ କରାଯାଇଥିଲା । ଏହାପରେ ସନ୍ଧ୍ୟାରେ ଆର୍ୟନ୍ ଖାନଙ୍କୁ ମହାନଗର ନିଗମର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜାର କରଯାଇ ଥିଲା । 

ଶାହାରୁଖ ଖାନଙ୍କ ପୁଅଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ NCB ହେପାଜତକୁ ପଠାଇଲେ କୋର୍ଟ

Mumbai Drugs Case: ମୁମ୍ବାଇର ଉପକୂଳବର୍ତ୍ତୀ ଅଞ୍ଚଳର ଏକ କ୍ରୁଜ୍ ଜାହାଜରୁ ଡ୍ରଗ୍ସ ଜବତ କରିବା ଘଟଣାରେ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି । ଏହା ପରେ ଏନସିବି ଆର୍ୟନ୍ ଖାନ୍, ଅରବାଜ୍ ସେଥ୍ ମର୍ଚାଣ୍ଟ ଓ ମୁମୁନ୍ ଧାମଚାଙ୍କୁ ମୁମ୍ବାଇର କିଲ୍ଲା କୋର୍ଟରେ ହାଜର କରିଥିଲେ । କୋର୍ଟ ଏହି ତିନି ଅଭିଯୁକ୍ତଙ୍କୁ ଗୋଟିଏ ଦିନ ପାଇଁ ହେପାଜତକୁ ପଠାଇଛନ୍ତି ।

ଅଭିଯୁକ୍ତଙ୍କୁ ୨ ଦିନ ଅର୍ଥାତ୍ ୫ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରଖିବାକୁ ଏନସିବି କୋର୍ଟ ପାଖରେ ଦାବି କରିଥିଲା । ଏନସିବି କୋର୍ଟକୁ କହିଛି ଯେ ସେମାନଙ୍କୁ ଅଧିକ ତଦନ୍ତ କରିବାକୁ ପଡ଼ିବ, ଯାହାଦ୍ୱାରା ସେମାନଙ୍କୁ ଦୁଇଦିନ ରିମାଣ୍ଡ ମିଳିବା ଦରକାର । ଏନସିବି ପାଇଁ ହାଜର ହୋଇଥିବା ପବ୍ଲିକ୍ ଓକିଲ ଅଦ୍ଧୁତ ସେଠନା କହିଛନ୍ତି ଯେ ଆମକୁ ଡ୍ରଗ୍ସ ଯୋଗାଣକାରୀ ଓ ବିକ୍ରେତାଙ୍କ ଲିଙ୍କ୍ ଖୋଜିବାକୁ ପଡିବ ଓ ଆମେ କିଛି ହ୍ୱାଟସ୍ ଆପ୍ ଚାଟ୍ ପାଇଛୁ । ଆର୍ୟନଙ୍କ ଓକିଲ ସତୀଶ ମାନଶିନ୍ଦ କହିଛନ୍ତି ଯେ ପାର୍ଟି ଆୟୋଜକ ଆର୍ୟନଙ୍କୁ ନିମନ୍ତ୍ରଣ କରିଥିଲେ । ବୋର୍ଡିଂ ସମୟରେ ଆର୍ୟନଙ୍କ ପାଖରେ କିଛି ମିଳି ନାହିଁ ।

ଏହା ବି ପଢ଼ନ୍ତୁ: ଟି -୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବାକୁ ନେଇ ଆସିଲା ବଡ଼ ଅପଡ଼େଟ୍

ନିଷିଦ୍ଧ ନିଶା ଦ୍ରବ୍ୟର ବ୍ୟବହାର, ବିକ୍ରୟ ଓ କ୍ରୟରେ ଜଡିତ ଥିବାରୁ ଆର୍ୟନ୍ ଖାନଙ୍କୁ ଆଜି ଅପରାହ୍ନ ୨ ଟାରେ ଗିରଫ କରାଯାଇଥିଲା । ଏହି ସମୟରେ ତାଙ୍କଠାରୁ ୧୩ ଗ୍ରାମ କୋକେନ, ୫ ଗ୍ରାମ MD, ୨୧ ଗ୍ରାମ ଚରସ ଓ ୨୨ MDMA ଟାବଲେଟ ଓ ୧.୩୩ ଲକ୍ଷ ଟଙ୍କା ଜବତ କରଯାଇଥିଲା । ଯେଉଁକରଣରୁ NCB ଆର୍ୟନଙ୍କୁ ଗିରଫ କରିଛି ।