ବିଶ୍ୱର ସମସ୍ତ ଦେଶରେ ବସବାସ କରୁଥିବା ମୁସଲମାନଙ୍କୁ ଗୋଟିଏ ପତାକା, ଗୋଟିଏ ଦେଶ, ଗୋଟିଏ ଶାସକ ତଳେ ଏକାଠି କରିବା ଅସମ୍ଭବ।
Trending Photos
Mohamed Mokhtar Gomaa Speech:ନିଜ ଦେଶ ପ୍ରତି ବିଶ୍ୱସ୍ତ ରୁହନ୍ତୁ ମୁସଲମାନ। ଏପରି ବୟାନ ରଖି ଚର୍ଚ୍ଚାକୁ ଆସିଛନ୍ତି ଇଜିପ୍ଟ ମନ୍ତ୍ରୀ ଡକ୍ଟର ମହମ୍ମଦ ମୋଖତର ଗୋମା। ନିକଟରେ ସଂଯୁକ୍ତ ଆରବ ଅମିରାତ ଠାରେ ଆୟୋଜିତ ହୋଇଥିବା ଏକ ମୁସଲିମ ସମ୍ମିଳନୀରେ ଯୋଗ ଦେବା ସେ ଏପରି ଭାଷଣ ଦେଇଛନ୍ତି ଯାହା ସାରା ବିଶ୍ୱରେ ଭାଇରାଲ ହେଉଛି। ଇଜିପ୍ଟ ମନ୍ତ୍ରୀ କହିଛନ୍ତି ଯେ ମୁସଲମାନ ନିଜ ଦେଶ ପ୍ରତି ସଚ୍ଚୋଟ ହେବା ଆବଶ୍ୟକ।
ସଂଯୁକ୍ତ ଆରବ ଅମିରାତ (United Arab Emirates) ୟୁଏଇ ଠାରେ ଆୟୋଜିତ ହୋଇଥିବା ଏକ ମୁସଲିମ ସମ୍ମିଳନୀରେ (UAE Muslim Conference) ଯୋଗ ଦେବା ଅବସରରେ ଇଜିପ୍ଟ ମନ୍ତ୍ରୀ (Egypt Minister) ଡକ୍ଟର ମହମ୍ମଦ ମୋଖତର ଗୋମା (Dr.Mohamed Mokhtar Gomaa) କହିଛନ୍ତି କେବଳ ତର୍କ ସଙ୍ଗତ ଉପାୟରେ ମୁସଲମାନଙ୍କୁ (Muslim) ଏକାଠି କରାଯାଇ ପାରିବେ। ମୁସଲମାନ ଯେଉଁ ଦେଶରେ ରହୁଛନ୍ତି ସେହି ଦେଶକୁ ସେମାନେ ସମ୍ମାନ ଦେବା ଆବଶ୍ୟକ। କୌଣସି ଦେଶରେ ମୁସଲମାନ ସଂଖ୍ୟାଲଘୁ କିମ୍ବା ସଂଖ୍ୟାଗରିଷ୍ଠତା ହୁଅନ୍ତୁ। ବିଶ୍ୱର ସମସ୍ତ ଦେଶରେ ବସବାସ କରୁଥିବା ମୁସଲମାନଙ୍କୁ ଗୋଟିଏ ପତାକା, ଗୋଟିଏ ଦେଶ, ଗୋଟିଏ ଶାସକ ତଳେ ଏକାଠି କରିବା ଅସମ୍ଭବ।
H.E. Dr. Mohamed Mokhtar Gomaa Minister of Awqaf of Egypt, during the international conference "#Islamic_Unity: Concept, Opportunities and Challenges": “We stand united in the face of extremism and terrorism”#The_World_Muslim_Communities_Council@drmokhtargomaa pic.twitter.com/QuVuMlm22r
— Muslim Communities (@WMuslimCC) May 8, 2022
“We stand united in the face of extremism and terrorism”.. H.E. Dr. Mohamed Mokhtar Gomaa Minister of Awqaf of Egypt, remarks during the international conference "#Islamic_Unity: Concept, Opportunities and Challenges"#The_World_Muslim_Communities_Council pic.twitter.com/FKSw7w6e5j
— Muslim Communities (@WMuslimCC) May 8, 2022
ମୁସଲମାନ ଯେଉଁ ଦେଶରେ ବସବାସ କରୁଛନ୍ତି ସେହି ଦେଶ, ତାହାର ପତାକା ଏବଂ ଏହାର ଐତିହ୍ୟକୁ ସମ୍ମାନ ଦେବା ଆବଶ୍ୟକ। ଆତଙ୍କବାଦୀ ଏବଂ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଆମେ ସମସ୍ତେ ଏକଜୁଟ ହୋଇଛୁ। ମୁସଲମାନ ନିଜ ଦେଶ ପ୍ରତି ସଚ୍ଚୋଟ ହେବା ଆବଶ୍ୟକ। ମୁସଲିମ ବିଦ୍ୱାନ ଉଗ୍ରବାଦୀ ଗୋଷ୍ଠୀର ଏଜେଣ୍ଡା କ'ଣ ତାହା ସମସ୍ତଙ୍କ ସାମ୍ନାରେ ରଖିବା ଉଚିତ। ଆମେ ସେହି ଉଗ୍ରବାଦୀ ଗୋଷ୍ଠୀର ସାମ୍ନା କରିବା ଉଚିତ ଯେଉଁମାନେ ଇସଲାମ ପୋଷାକ ପିନ୍ଧି ଧର୍ମକୁ ବିକୃତ କରୁଛନ୍ତି। ଉଗ୍ରବାଦ ଏବଂ ଆତଙ୍କବାଦକୁ ସାମ୍ନା କରିବାକୁ ଆମେ ଏକଜୁଟ ହୋଇଛୁ। ଯଦି ଆମେ ଆମ ଜୀବନରେ ସଫଳ ହୋଇନଥାଉ ତାହେଲେ ଲୋକେ ଆମ ଧର୍ମକୁ ସମ୍ମାନ କରିବେ ନାହିଁ।
Also Read: ନମାଜ ପଢିବାକୁ ନେଇ ବିରୋଧ; ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ବିତର୍କ
Also Read: କୁରାନ ଜଳାଇବାକୁ ନେଇ ହିଂସାକାଣ୍ଡ; ପୋଲିସ ଗୁଳିରେ ୩ ଆହତ