ନମାଜ ପଢିବାକୁ ନେଇ ବିରୋଧ; ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ବିତର୍କ
Advertisement

ନମାଜ ପଢିବାକୁ ନେଇ ବିରୋଧ; ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ବିତର୍କ

ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ପ୍ରଥମ ପାଇଁ ଏଭଳି ଘଟଣା ଘଟିଛି ଯେଉଁଠି ନ୍ୟୁୟର୍କସ୍ଥିତ ଟାଇମ ସ୍କୋୟାର ଭଳି ସ୍ଥାନରେ ପ୍ରଥମ ଥର ଲାଗି ରମଜାନ ଅବସରରେ ନମାଜ ପଢାଯାଇଛି। 

ନମାଜ ପଢିବାକୁ ନେଇ ବିରୋଧ; ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ବିତର୍କ

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ଘଟିଯାଇଛି ଏଭଳି ଘଟଣା ଯାହା ପୂର୍ବରୁ କେବେ ଘଟିନଥିଲା। ଦେଶର ନ୍ୟୁୟର୍କସ୍ଥିତ ଟାଇମ ସ୍କୋୟାର ଭଳି ସ୍ଥାନରେ ପ୍ରଥମ ଥର ଲାଗି ରମଜାନ ଅବସରରେ ଆୟୋଜିତ ହୋଇଛି ନମାଜ। ହେଲେ ଏହାକୁ ନେଇ ସାରା ବିଶ୍ୱରେ ଆୟୋଜିତ ହୋଇଯାଇଛି ବିତର୍କ।  

ଗତ ଶନିବାର ରମଜାନ ମାସ ଆରମ୍ଭ ଅବସରରେ ହଜାର ହଜାର ସଂଖ୍ୟକ ମୁସଲିମ ନ୍ୟୁୟର୍କସ୍ଥିତ ଟାଇମ ସ୍କୋୟାର ଠାରେ ଏକାଠି ହୋଇ ନମାଜ ପଢିଛନ୍ତି। ଏହାକୁ ନେଇ ସୋସିଆଲ ମିଡି଼ଆ ମାଧ୍ୟମରେ ଅନେକ ପ୍ରଶ୍ନ ପଚରାଯାଉଛି। ଏନେଇ କୁହାଯାଉଛି ସାଧାରଣ ଲୋକଙ୍କ ସମସ୍ୟାକୁ ଏପରି ବଢାଇ ରାଜରାସ୍ତାରେ ନମାଜ ପଢିବା ଠିକ୍ ନାଁ ଭୁଲ?   

ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ପ୍ରଥମ ପାଇଁ ଏଭଳି ଘଟଣା ଘଟିଛି ଯେଉଁଠି ନ୍ୟୁୟର୍କସ୍ଥିତ ଟାଇମ ସ୍କୋୟାର ଭଳି ସ୍ଥାନରେ ପ୍ରଥମ ଥର ଲାଗି ରମଜାନ ଅବସରରେ ନମାଜ ପଢାଯାଇଛି। ନ୍ୟୁୟର୍କ ସହରର ଅବସ୍ଥିତ ଟାଇମ୍ସ ସ୍କୋୟାର ହେଉଛି ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ। ଏହି ସ୍ଥାନ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପ୍ରତିବର୍ଷ ଏହି ସ୍ଥାନକୁ ୫୦ ମିଲିୟନ ପର୍ଯ୍ୟଟକ ପରିଦର୍ଶନ କରିଥାନ୍ତି। ଏଭଳି ପରିସ୍ଥିତିରେ ମସଜିଦ ପରିବର୍ତ୍ତେ ଏଭଳି ଏକ ବ୍ୟସ୍ତବହୁଳ ବାଣିଜ୍ୟିକ ସ୍ଥାନରେ ନମାଜ ପଢିବା ଉପରେ ପ୍ରଶ୍ନ ଉଠିଛି।

ରମଜାନ ଅବସରରେ ନ୍ୟୁୟର୍କସ୍ଥିତ ଟାଇମ ସ୍କୋୟାର ଠାରେ ନମାଜ ଆୟୋଜନ କରିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଆମେରିକାରେ ରହୁଥିବା ମୁସଲମାନ ଚାହୁଁଥିଲେ ଯେ ରମଜାନ ଭଳି ପର୍ବକୁ ନ୍ୟୁୟର୍କ ସିଟି ଭଳି ଏକ ପ୍ରସିଦ୍ଧ ସ୍ଥାନରେ ପାଳନ କରାଯାଉ ଏବଂ ଅନ୍ୟମାନଙ୍କୁ ଏହା କୁହାଯାଉ ଯେ ଇସଲାମ ହେଉଛି ଏକ ଶାନ୍ତିପୂର୍ଣ୍ଣ ଧର୍ମ। ସମଗ୍ର ବିଶ୍ୱରେ ଇସଲାମ ପ୍ରତି ଅନେକ ଭୁଲ ଧାରଣା ରହିଛି ବୋଲି ଆୟୋଜକ କହିଛନ୍ତି। ଆମେ ଆମର ଧର୍ମ ବାବଦରେ ସେହି ସମସ୍ତ ଲୋକଙ୍କୁ କହିବାକୁ ଚାହୁଁଥିଲୁ ଯେଉଁମାନେ ଏହା ବିଷୟରେ ଜାଣନ୍ତି ନାହିଁ। 

Also Read: ରମଜାନ ପୂର୍ବରୁ ମସଜିଦ୍ ଲାଉଡ ସ୍ପୀକର ସାଉଣ୍ଡ କମ୍ କରିବାକୁ ନିର୍ଦ୍ଦେଶ ଦେଲା ସାଉଦି ଆରବ

ଏନେଇ ଜଣେ ଆୟୋଜକ କହିଛନ୍ତି ଇସଲାମ ହେଉଛି ଶାନ୍ତିର ଧର୍ମ। ଏହା ସତ୍ତ୍ୱେ ଇସଲାମ ସମ୍ବନ୍ଧରେ ଅନେକ ପ୍ରକାରର ଭୁଲ ଧାରଣା ସମଗ୍ର ବିଶ୍ୱରେ ବ୍ୟାପିଛି।  ଭୁଲ ସଂସ୍କୃତିର ଲୋକ ପ୍ରତ୍ୟେକ ସଂସ୍କୃତି, ଧର୍ମରେ ମିଳିବ ଏବଂ ଏହି ହାତଗଣତି ଲୋକ ଅଧିକାଂଶ ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି ନାହିଁ। ମୁସଲମାନଙ୍କ ପବିତ୍ର ରମଜାନ ମାସ ଶନିବାର ଠାରୁ ଆରମ୍ଭ ହୋଇଛି। ଚନ୍ଦ୍ର ଦେଖାଯିବା ପରେ ରମଜାନ ଘୋଷଣା କରାଯାଇଛି।

ଏହି ସମୟରେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ବିତର୍କ ଆରମ୍ଭ ହୋଇଥିଲା। ହାସନ ସାଜୱାନି ନାମକ ଜଣେ ସଂଯୁକ୍ତ ଆରବ ଏମିରେଟ୍ସ  ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କହିଛନ୍ତି ରାସ୍ତାରେ ନମାଜ ପଢିବା ଦ୍ୱାରା ଲୋକେ ଅସୁବିଧାରେ ପଡ଼ପାରନ୍ତି। କେବଳ ନ୍ୟୁୟର୍କ ସହରରେ ୨୭୦ କିମ୍ବା ଏହା ଠାରୁ ଅଧିକ ମସଜିଦ ଏବଂ ପ୍ରାର୍ଥନା କରିବା ପାଇଁ ଉତ୍ତମ ସ୍ଥାନ ଅଛି। ଲୋକ ସେମାନଙ୍କ ଧର୍ମ ପ୍ରଦର୍ଶନ କରିବା ପାଇଁ ରାସ୍ତା ଅବରୋଧ କରିବାର କୌଣସି ଆବଶ୍ୟକତା ନାହିଁ। ଇସଲାମ ଆମକୁ ଏହା ଶିଖାଏ ନାହିଁ। ସେହିଭଳି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମୁଁ ଜଣେ ମୁସଲମାନ,ହେଲେ ଟାଇମ୍ସ ସ୍କୋୟାର ଭଳି ସ୍ଥାନରେ ନମାଜ ପଢିବାକୁ ସମର୍ଥନ କରିବି ନାହିଁ। ହେଲେ ତଥାପି କେତେକ ଏହାକୁ ସମର୍ଥନ କରିଛନ୍ତି।