ଖୁସି ଖବର: ଭୋଟର ପରିଚୟ ପତ୍ର ହେବ ଡିଜିଟାଲ୍, ଫୋନରେ କରିପାରିବେ ଡାଉନଲୋଡ୍
Advertisement
Article Detail0/zeeodisha/odisha834749

ଖୁସି ଖବର: ଭୋଟର ପରିଚୟ ପତ୍ର ହେବ ଡିଜିଟାଲ୍, ଫୋନରେ କରିପାରିବେ ଡାଉନଲୋଡ୍

ନିର୍ବାଚନ ଆୟୋଗ ଜାନୁଆରୀ ୨୫ରେ ଇ-ଇପିଆଇସି ଆପ୍ (e-EPIC App) ଲଞ୍ଚ କରିବ । ଏହା ମାଧ୍ୟମରେ ଭୋଟର ID କାର୍ଡ ମଧ୍ୟ ଅନଲାଇନରେ ଜେନରେଟ ହୋଇପାରିବ ।

ଖୁସି ଖବର: ଭୋଟର ପରିଚୟ ପତ୍ର ହେବ ଡିଜିଟାଲ୍, ଫୋନରେ କରିପାରିବେ ଡାଉନଲୋଡ୍

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (Election Commission) ସୋମବାର ଅର୍ଥାତ ଜାନୁଆରୀ ୨୫କୁ ଜାତୀୟ ଭୋଟର ଦିବସ (National Voters Day) ରୂପେ ପାଳନ କରୁଛି । ଏଭଳି ପରିସ୍ଥିତିରେ ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ (Ravi Shankar Prasad) ସୋମବାର ଭୋଟର ପରିଚୟ ପତ୍ରର ଏକ ବୈଦ୍ୟୁତିକ ସଂସ୍କରଣ ଲଞ୍ଚ କରିବେ । ଏହାକୁ ମୋବାଇଲ୍ ଫୋନ୍ କିମ୍ବା ବ୍ୟକ୍ତିଗତ କମ୍ପ୍ୟୁଟରରେ ଡାଉନଲୋଡ୍ ହୋଇପାରିବ । ବର୍ତ୍ତମାନ ଆପଣଙ୍କର ଭୋଟର ପରିଚୟ ପତ୍ର (Voter ID Card) ଡିଜିଟାଲ୍ ହେବ ।

ଅଧିକ ପଢ଼ନ୍ତୁ:-ରାହୁଲଙ୍କ ଆରଏସଏସ ଉପରେ ଜୋରଦାର ପ୍ରହାର, କହିଲେ-'ନିକରୱାଲେ' ତାମିଲନାଡୁର ଭବିଷ୍ୟତକୁ କେବେ କରିପାରିବେ ନାହିଁ ସ୍ଥିର

ନିର୍ବାଚନ ଆୟୋଗ ଜାନୁଆରୀ ୨୫ରେ ଇ-ଇପିଆଇସି ଆପ୍ (e-EPIC App) ଲଞ୍ଚ କରିବ । ଏହା ମାଧ୍ୟମରେ ଭୋଟର ID କାର୍ଡ ମଧ୍ୟ ଅନଲାଇନରେ ଜେନରେଟ ହୋଇପାରିବ । ଏଥିରେ ଡିଜିଟାଲ୍ ଲକର ଭଳି ସୁବିଧା ରହିବ ଏବଂ ଏହା ମଧ୍ୟ ପ୍ରିଣ୍ଟ୍ ହୋଇପାରିବ । ଇ-ଇପିଆଇସି ହେଉଛି ଭୋଟର ଫଟୋ ପରିଚୟ ପତ୍ରର ଡିଜିଟାଲ ସଂସ୍କରଣ ।

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ଭାରତ, ଭୁରି ଭୁରି ପ୍ରଶଂସା କଲା WHO

ରବିବାର ନିର୍ବାଚନ ଆୟୋଗ ଏକ ବୟାନ କହିଛି ଯେ, "କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋମବାର ଇ-ଇପିଆଇସି କାର୍ଯ୍ୟକ୍ରମ ଲଞ୍ଚ କରିବେ ଏବଂ ପାଞ୍ଚଜଣ ନୂତନ ଭୋଟରଙ୍କୁ ଇ-ଇପିଆଇସି ଓ ଇଲେକ୍ଟୋର ଫଟୋ ପରିଚୟ କାର୍ଡ ବିତରଣ କରିବେ ।" ଏଠାରେ କହି ରଖୁଛୁ ଯେ ଡିଜିଟାଲ୍ ମୋଡରେ ଆଧାର କାର୍ଡ, ପାନ୍ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଉପଲବ୍ଧ ରହିଛି ।

ଅଧିକ ପଢ଼ନ୍ତୁ:-ହନିମୁନ୍ ପାଇଁ କୁଆଡେ ଯାଉଛନ୍ତି ବରୁଣ ଧାୱନ-ନତାଶା ଦଲାଲ? ଜାଣନ୍ତୁ ଡିଟେଲ୍ସ

ଉଲ୍ଲେଖନୀୟ କଥା ହେଉଛି, ଭାରତ ଗଣତନ୍ତ୍ର ହେବାର ଗୋଟିଏ ଦିନ ପୂର୍ବରୁ ଜାନୁୟାରୀ ୨୫, ୧୯୫୦ରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ଗତ କିଛି ବର୍ଷ ଧରି ଜାନୁଆରୀ ୨୫ ଜାତୀୟ ଭୋଟର ଦିବସ ଭାବରେ ପାଳନ କରାଯାଉଛି । ଏହାକୁ ଧ୍ୟାନରେ ରଖି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଜାନୁଆରୀ ୨୫ରେ ଭୋଟର ପରିଚୟ ପତ୍ରର ଏକ ବୈଦ୍ୟୁତିକ ସଂସ୍କରଣ ଲଞ୍ଚ କରିବେ । ମୋଟ ଉପରେ ଆପଣଙ୍କୁ ଆଉ ସବୁବେଳେ ଭୋଟର ID କାର୍ଡର ହାର୍ଡ କପି ରଖିବାକୁ ପଡିବ ନାହିଁ । ଆପଣ ଏହାକୁ ଫୋନରେ ଡାଉନଲୋଡ୍ କରିପାରିବେ । ତେବେ ଏଥିପାଇଁ ଆପଣଙ୍କର ମୋବାଇଲ୍ ନମ୍ବର ନିର୍ବାଚନ ଆୟୋଗରେ ପଞ୍ଜିକୃତ ହେବାକୁ ଆବଶ୍ୟକ ।