କୋରୋନାକୁ ନେଇ ଆସିଲା ସାଂଘାତିକ ତଥ୍ୟ, ନିୟନ୍ତ୍ରଣ ହେଲେ ବି ଟଳିନି ବିପଦ
Advertisement

କୋରୋନାକୁ ନେଇ ଆସିଲା ସାଂଘାତିକ ତଥ୍ୟ, ନିୟନ୍ତ୍ରଣ ହେଲେ ବି ଟଳିନି ବିପଦ

ଆଇସିଏମଆର (ICMR) ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ (Dr Balaram Bhargav) କହିଛନ୍ତି ଯେ ଏହି ସମୟ ମଧ୍ୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ୨୮,୫୮୯ ଜଣଙ୍କୁ ନେଇ ସର୍ଭେ କରାଯାଇଥିଲା। 

କୋରୋନାକୁ ନେଇ ଆସିଲା ସାଂଘାତିକ ତଥ୍ୟ, ନିୟନ୍ତ୍ରଣ ହେଲେ ବି ଟଳିନି ବିପଦ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନା ଟିକାକରଣ (Corona Vaccination) ଜାରି ରହିଛି । ଜାନୁଆରୀ ୧୬ ତାରିଖଠାରୁ ସମଗ୍ର ଦେଶରେ ଏହି ଟିକାକରଣ (Vaccination) ଅଭିଯାନ ଜାରି ରହିଛି । ଫଳରେ ଦେଶରେ ହୁ ହୁ ହୋଇ ବଢୁଥିବା କୋରୋନା (Corona) ସଂଖ୍ୟା ଏବେ ନିୟନ୍ତ୍ରଣରେ ରହିଛି । ତେବେ ନିକଟରେ ଏକ ସର୍ଭେ ରିପୋର୍ଟରୁ (Sero Survey Report) ବେଶ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଦେଶରେ ୨୧ ପ୍ରତିଶତ ଲୋକଙ୍କ ମଧ୍ୟରେ କୋରୋନା ଭାଇରସ (Corona Virus) ସକ୍ରିୟ ରହିପାରେ । ଏପରିକି ଏହି ସଂଖ୍ୟକ ବ୍ୟକ୍ତି ବିଶେଷ ପୂର୍ବରୁ କୋରୋନା ଭାଇରସ (Corona Virus) ସଂସ୍ପର୍ଷରେ ଆସି ସାରିଛନ୍ତି । ଏହି ରିପୋର୍ଟକୁ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମଆର (ISMR) ଡିସେମ୍ବର ୭ରୁ ଆରମ୍ଭ କରି ଜାନୁଆରୀ ୮ ତାରିଖ ମଧ୍ୟରେ ଆୟୋଜନ କରିଥିଲା । 

ଅଧିକ ପଢନ୍ତୁ: ଥରାଉଛି ଜାଡ଼, ତାଳ ଦେଉଛି ବର୍ଷା

ସର୍ଭେ ରିପୋର୍ଟ ଅନୁଯାୟୀ ଆଇସିଏମଆର (ICMR) ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ (Dr Balaram Bhargav) କହିଛନ୍ତି ଯେ ଏହି ସମୟ ମଧ୍ୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ୨୮,୫୮୯ ଜଣଙ୍କୁ ନେଇ ସର୍ଭେ କରାଯାଇଥିଲା। ସେଥିମଧ୍ୟରୁ ୨୧.୪ ପ୍ରତିଶତ ଅତୀତରେ କୋରୋନା ଭୂତାଣୁରେ (Corona Virus) ସଂକ୍ରମିତ ହୋଇଥିବା ନେଇ  ଜଣାପଡିଛି। ୧୦ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ପିଲାଙ୍କର ସଂଖ୍ୟା ୨୫.୩ ପ୍ରତିଶତ ନିଶ୍ଚିତ ହୋଇଥିଲା। ଭାର୍ଗଭ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରାମାଞ୍ଚଳରେ ୧୯.୧ ପ୍ରତିଶତ ଜନସଂଖ୍ୟାରେ SARS-COV-2 ର ଉପସ୍ଥିତି ଥିବାବେଳେ ସହରାଞ୍ଚଳର ୩୧.୭ ପ୍ରତିଶତ ଲୋକଙ୍କର ପ୍ରମାଣ ରହିଛି।

ଅଧିକ ପଢନ୍ତୁ: IND vs ENG Test : ବିରାଟ ବାହିନୀକୁ ଝଟକା, ପ୍ରଥମ ମ୍ୟଚ୍ ପୂର୍ବରୁ ଅକ୍ଷର ଆଉଟ୍

ସେ ଆହୁରି ମଧ୍ୟ କହିଥିଲେ କି ଅନୁଧ୍ୟାନ ସମୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ୨୩.୪ ପ୍ରତିଶତ ବୟସ୍କ ମଧ୍ୟ ଏହି ଭୁତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅନୁଧ୍ୟାନ ସମୟରେ ୭୧୭୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ରକ୍ତ ନମୂନା ହିସାବରେ ନିଆଯାଇଥିଲା । ଏଥିରେ ୨୫.୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପୂର୍ବରୁ କୋରୋନାରେ ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିଥିଲା । ପ୍ରଥମ ଏବଂ ଦ୍ୱିତୀୟ ସର୍ଭେରେ ଯେଉଁ ସବୁ ସ୍ଥାନକୁ ଅନୁଧ୍ୟାନ ପାଇଁ ଚୟନ କରାଯାଇଥିଲା ତୃତୀୟ ପର୍ଯ୍ୟାୟରେ ମଧ୍ୟ ସେହି ସ୍ଥାନକୁ ସବୁ ଚୟନ କରାଯାଇଥିଲା । 

ଅଧିକ ପଢନ୍ତୁ: ଦିଲ୍ଲୀ ସୀମାରେ ଅଢେଇ ମାସ; ଲମ୍ବା ଲଢେଇ ପାଇଁ କୃଷକଙ୍କୁ ରାକେଶ ଟିକାୟତ ଦେଲେ ଗୁରୁମନ୍ତ୍ର

ଭାର୍ଗଭ ଆହୁରି ମଧ୍ୟ କହିଥିଲେ କି, ବିଗତ ୩ ସପ୍ତାହ ମଧ୍ୟରେ ୪୭ ଜିଲ୍ଲାରେ ନୂତନ ସଂକ୍ରମଣର ମାମଲା ସାମ୍ନାକୁ ଆସିନାହିଁ । ସେହିପରି ୨୫୧ଟି ଜିଲ୍ଲାରେ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ । ଦେଶରେ ଗୁରୁବାର ପର୍ଯ୍ୟନ୍ତ ୪୫,୯୩,୪୨୭ ଲୋକଙ୍କୁ ଟିକାକରଣ କରାଯାଇ ସାରିଛି ।