NIA Raid on Terror Module: ଆଇଏସ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି
Advertisement
Article Detail0/zeeodisha/odisha1282364

NIA Raid on Terror Module: ଆଇଏସ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି

ISIS Terror Activities: ଦେଶର ବିଭିନ୍ନ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟଣାରେ ଏନଆଇଏ ପକ୍ଷରୁ ଜୁନ ୨୫ ତାରିଖରେ ଆଇପିସି ଧାରା 153A ଏବଂ 153B ଅନୁଯାୟୀ ଏବଂ UA (P) ଅଧିନିୟମର ଧାରା 18, 18B, 38, 39 ଏବଂ 40 ଧାରା ମାମଲା ପଞ୍ଜୀକୃତ କରିବା ପରେ ଏହି  ଚଢାଉ କରାଯାଉଥିଲା।

NIA Raid on Terror Module: ଆଇଏସ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି

NIA strikes on ISIS: ଆଇଏସ୍ଆଇଏସ୍  ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରଖିବା ସନ୍ଦେହରେ ଜୁଲାଇ ୩୧ ତାରିଖ ରବିବାର ଦେଶର ୬ ରାଜ୍ୟର ୧୩ ଜିଲ୍ଲାରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଏହି ଚଢାଇ ସମୟରେ ଅନେକ ବିବାଦୀୟ ଦସ୍ତାବିଜ ଏବଂ ବୈଦ୍ୟୁତିକ ଉପକରଣ ଜବତ କରିଛି ଏନଆଇଆଏ। ଦେଶର ବିଭିନ୍ନ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟଣାରେ ଏନଆଇଏ ପକ୍ଷରୁ ଜୁନ ୨୫ ତାରିଖରେ ଆଇପିସି ଧାରା 153A ଏବଂ 153B ଅନୁଯାୟୀ ଏବଂ UA (P) ଅଧିନିୟମର ଧାରା 18, 18B, 38, 39 ଏବଂ 40 ଧାରା ମାମଲା ପଞ୍ଜୀକୃତ କରିବା ପରେ ଏହି  ଚଢାଉ କରାଯାଉଥିଲା।

ଆତଙ୍କବାଦୀ କାର୍ଯ୍ୟକଳାପ (Terror Activities) ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏନଆଇଆଏ (NIA) ମଧ୍ୟ ପ୍ରଦେଶର ଭୋପାଳ ଏବଂ ରାଇସେନ୍ ଜିଲ୍ଲା, ଗୁଜୁରାଟର ଭରୁଚ, ସୁରଟ, ନବସାରୀ ଏବଂ ଅହମ୍ମଦାବାଦ, ବିହାରର ଅରରିୟା, କର୍ଣ୍ଣାଟକ ଭଟକଲ ଏବଂ ତୁମକୁର, ମହାରାଷ୍ଟ୍ରର କୋହ୍ଲାପୁର ଏବଂ ନାନ୍ଦେଡ, ଉତ୍ତରପ୍ରଦେଶର ଦେଓବନ୍ଦ ଜିଲ୍ଲାରେ ଚଢାଉ କରିଥିଲା। ଏହି ସମସ୍ତ ଘଟଣା ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟକଳାପ ସହ ଜଡିତ। ଚଢାଉ ବେଳେ ଏନଆଇଏ ଜାଣିବାକୁ ପାଇଛି ଯେ ଏହି ଷଡଯନ୍ତ୍ର କରି ଲୋକଙ୍କୁ ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନରେ ସାମାଜିକ ଗଣମାଧ୍ୟମ ସହାୟତାରେ ନିଯୁକ୍ତି କରାଯାଉଥିଲା।

ରବିବାର ସକାଳେ ଏନଆଇଆଏ ଏବଂ ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧ ବଳ (Uttar Pradesh Anti Terrorist Squad) ରାଜ୍ୟର ଦେଓବନ୍ଦ ଜିଲ୍ଲାରେ ଚଢାଉ କରି ଜଣେ ସନ୍ଦିଗ୍ଧ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣେ ମଦ୍ରାସା ଛାତ୍ର ଏବଂ ସେ ଆଇଏସ୍ ମଡ୍ୟୁଲ୍ ସହିତ ଯୋଗାଯୋଗରେ ରହିଥିବାର ସନ୍ଦେହ କରାଯାଉଛି। ଏହି ମଦ୍ରାସା ଛାତ୍ର ଉପରେ ଦୀର୍ଘ ଦିନ ଧରି ସତର୍କ ନଦର ରଖିଥିଲା ଏନଆଇଏ। ରବିବାର ସକାଳେ ଏନଆଇଏ ଟିମ୍ ତାକୁ ମଦ୍ରାସା ପରିସରରୁ ଉଠାଇ ନେଇଥିଲେ। ଏନେଇ କୁହାଯାଉଛି ଯେ ସିରିଆରେ ହୋଇଥିବା ବୋମା ବିସ୍ଫୋରଣ ସହିତ ଗିରଫ ଯୁବକଙ୍କ ସମ୍ପୃକ୍ତି ରହିଛି। ବର୍ତ୍ତମାନ ସେ ୟୁପି ଏଟିଏସ (UP ATS) ହେପାଜତରେ ଅଛନ୍ତି। 

ଏହା ପୂର୍ବରୁ ଏନଆଇଏ ଗୁରୁବାର ସକାଳେ ବିହାରର ୬ ଜିଲ୍ଲାରେ ଚଢାଉ କରିଥିଲା। ରାଜ୍ୟର ପାଟନା ଜିଲ୍ଲାର ଫୁଲୱାଡି଼ ଶରୀଫ ଅଞ୍ଚଳରେ ପିଏଫ୍ଆଇ ସଙ୍ଗଠନ ସହ ଜଡିତ ସମ୍ପର୍କକୁ ନେଇ ଅନେକ ସ୍ଥାନରେ ଚଢାଉ କରାଯାଉଥିଲା। ପାଟନା ଜିଲ୍ଲାର ଫୁଲୱାଡି଼ ଶରୀଫ ବ୍ୟତୀତ ଗୁରୁବାର ରାଜ୍ୟର ଦରଭଙ୍ଗା, ପାଟନା, ନାଳନ୍ଦା, ପୂର୍ବ ଚମ୍ପାରଣ ଜିଲ୍ଲାରେ ମଧ୍ୟ ଏକକାଳୀନ ଚଢାଉ କରିଥିଲା ଏନଆଇଏ। 

Also Read: Al Qaeda Terror Module: ଟେରର ମୋଡ୍ୟୁଲ ଚଳାଇବା ଅଭିଯୋଗରେ ୧୨ ଗିରଫ

Also Read: PFI Conspiracy: ମୁସଲିମ ରାଷ୍ଟ୍ର ଗଠନ ସହ ଏହି ନେତାଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର