National Highways: 'ନା ରହିବ କୌଣସି ଟୋଲ୍ ପ୍ଲାଜା, ନା କୌଣସି ଫାଷ୍ଟଟ୍ୟାଗ, ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟିବ ଟୋଲ୍'
Advertisement
Article Detail0/zeeodisha/odisha1317011

National Highways: 'ନା ରହିବ କୌଣସି ଟୋଲ୍ ପ୍ଲାଜା, ନା କୌଣସି ଫାଷ୍ଟଟ୍ୟାଗ, ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟିବ ଟୋଲ୍'

National Highways: ଖୁବ୍ ଶୀଘ୍ର ଜାତୀୟ ରାଜପଥରେ (National Highways) ଟୋଲ୍ ପ୍ଲାଜା (Toll Plazas) ଆଉ ଦୃଶ୍ୟମାନ ହେବ ନାହିଁ । ଡ୍ରାଇଭରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ୍ ସିଧାସଳଖ କଟାଯିବ । ଏଥିପାଇଁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛି ।

ସୌ: ସୋସିଆଲ ମିଡିଆ

National Highways: ଆପଣଙ୍କୁ ଆଉ ଗାଡି ଅଟକାଇ ରାସ୍ତା ମଝିରେ ଟୋଲ ଟ୍ୟାକ୍ସ (TollTax) ଦେବାକୁ ପଡିବ ନାହିଁ, ତେବେ ଆପଣ ଟୋଲ ଟ୍ୟାକ୍ସରୁ ଆରାମ ପାଇବେ ନାହିଁ, କିନ୍ତୁ ଟୋଲ ପ୍ଲାଜାରେ (Toll Plazas) ରହିବାର ହେଉଥିବା ଅସୁବିଧାରୁ ଆପଣ ନିଶ୍ଚିତ ଭାବରେ ମୁକ୍ତି ପାଇବେ । ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport & Highways) ଖୁବ୍ ଶୀଘ୍ର ସମସ୍ତ ଟୋଲ୍ ପ୍ଲାଜା ଓ ଫାଷ୍ଟ ଟ୍ୟାଗ୍ ରଦ୍ଦ କରିବାକୁ ଯାଉଛି ।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି । ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ (Nitin Gadkari) ଅନୁଯାୟୀ ଭାରତର ଜାତୀୟ ରାଜପଥରେ ଟୋଲ ପ୍ଲାଜା ହଟାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଗାଡିର ନମ୍ବର ପ୍ଲେଟର ଏକ ଫଟୋ କ୍ୟାମେରାରେ କ୍ଲିକ୍ କରାଯିବା ସହ ଟୋଲ୍ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବ ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, "୨୦୧୯ ରେ ଆମେ ଏକ ନିୟମ କରିଥିଲୁ ଯେ କାରଗୁଡିକ କମ୍ପାନୀ-ଫିଟ୍ ନମ୍ବର ପ୍ଲେଟ ସହିତ ଆସିବ । ତେଣୁ ଗତ ଚାରି ବର୍ଷରେ ଆସିଥିବା ଗାଡିଗୁଡ଼ିକର ଭିନ୍ନ ନମ୍ବର ପ୍ଲେଟ ଅଛି । " ସେ କହିଛନ୍ତି, “ବର୍ତ୍ତମାନ ଟୋଲ ପ୍ଲାଜା ହଟାଇବା ଓ କ୍ୟାମେରା ଲଗାଇବା ପାଇଁ ଯୋଜନା ହେଉଛି, ଯାହା ଏହି ନମ୍ବର ପ୍ଲେଟଗୁଡ଼ିକୁ ପଢିବ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ କାଟି ଦିଆଯିବ ।"

କେନ୍ଦ୍ର ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି, "ଆମେ ମଧ୍ୟ ଏହି ଯୋଜନାକୁ ପାଇଲଟ୍ କରୁଛୁ । ତଥାପି ଏକ ସମସ୍ୟା ରହିଛି ଯେ ଟୋଲ ପ୍ଲାଜାରୁ ବାହାରୁଥିବା ଓ ଟୋଲ ପୈଠ କରୁ ନଥିବା ଗାଡି ମାଲିକଙ୍କୁ ଦଣ୍ଡ ଦେବାର କୌଣସି ବ୍ୟବସ୍ଥା ସେଠାରେ ନାହିଁ । ଆମକୁ ସେହି ବ୍ୟବସ୍ଥା ଆଇନର ଆଭିମୁଖ୍ୟ ମଧ୍ୟରେ ଆଣିବା ଆବଶ୍ୟକ । ଆମେ ସେହି କାରଗୁଡିକ ପାଇଁ ଏକ ବ୍ୟବସ୍ଥା ଆଣିପାରିବା, ଯେଉଁଥିରେ ଏହି ନମ୍ବର ପ୍ଲେଟ୍ ନାହିଁ, ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନମ୍ବର ପ୍ଲେଟ୍ ସଂସ୍ଥାପନ କରିବାକୁ କୁହାଯିବ । ଏଥିପାଇଁ ଆମକୁ ଏକ ବିଲ୍ ଆଣିବାକୁ ପଡିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଟୋଲ୍ ପ୍ଲାଜା ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ରିଡର୍ କ୍ୟାମେରା ଦ୍ୱାରା ବଦଳାଯାଉଛି, ଯାହା ଗାଡି ନମ୍ବର ପ୍ଲେଟ୍ ରିଡ଼ କରିବ ଓ ଗାଡି ମାଲିକଙ୍କ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ୱୟଂଚାଳିତ ଭାବରେ ଟୋଲ୍ କାଟିବ । ଏହାର ଏକ ପାଇଲଟ୍ ପ୍ରକଳ୍ପ ଚାଲିଛି ଓ ଏହି ପରିବର୍ତ୍ତନକୁ ସହଜ କରିବା ପାଇଁ ଆଇନଗତ ସଂଶୋଧନ ମଧ୍ୟ କରାଯାଉଛି ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ: ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚେଷ୍ଟା! ବିଜେପି ବିରୁଦ୍ଧରେ ଏହି ଗୁରୁତର ଅଭିଯୋଗ ଆଣିଲେ ସଞ୍ଜୟ ସିଂ