ଦେଶର ସମସ୍ତ ମୋବାଇଲ ୟୁଜର୍ସଙ୍କୁ ଆଶ୍ୱସ୍ତି, କେନ୍ଦ୍ର ସରକାର ନେଲେ ଏହି ପଦକ୍ଷେପ
Advertisement
Article Detail0/zeeodisha/odisha1136686

ଦେଶର ସମସ୍ତ ମୋବାଇଲ ୟୁଜର୍ସଙ୍କୁ ଆଶ୍ୱସ୍ତି, କେନ୍ଦ୍ର ସରକାର ନେଲେ ଏହି ପଦକ୍ଷେପ

ଦେଶରେ ମହାମାରୀ କୋରୋନା ଆରମ୍ଭ ହୋଇଥିଲା ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ନିଜ ଆଡୁ ଅନେକ ପ୍ରୟାସ ଆରମ୍ଭ କରିଥିଲେ। ଆଉ ଏଥିରେ ସାମିଲ ହୋଇଥିଲେ ଟେଲିକମ କମ୍ପାନୀ। କାହାକୁ କଲ୍ କଲେ ଆମେ କୋରୋନାର କଲର ଟ୍ୟୁନ ଶୁଣୁଥିଲେ। 

ଦେଶର ସମସ୍ତ ମୋବାଇଲ ୟୁଜର୍ସଙ୍କୁ ଆଶ୍ୱସ୍ତି, କେନ୍ଦ୍ର ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଗତଦୁଇ ବର୍ଷତଳେ ଭାରତର ଚିତ୍ର ଯାହା ଥିଲା ତାହା ଏବେ ଧିରେ ଧିରେ ବଦଳିବାରେ ଲାଗିଛି। ମହାମାରୀ କୋରୋନା ପାଇଁ ସାରା ବିଶ୍ୱ ସହ ଆମ ଦେଶ ବି ଅଣନିଃଶ୍ୱାସୀ ହୋଇଯାଇଥିଲା। ହେଲେ ଏହାରି ମଧ୍ୟରେ ଆଶ୍ୱସ୍ତି ଖବର ଆସିବାରେ ଲାଗିଛି। ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କୋରୋନା ଭ୍ୟାକସିନ ପ୍ରତିଶତ ମଧ୍ୟ ବଢିବାରେ ଲାଗିଛି। ପ୍ରଥମେ ବୟୌଜ୍ୟଷ୍ଠ , ପରେ ପ୍ରାପ୍ତ ବୟସ୍କ ଆଉ ଏବେ କୈଶୋରଙ୍କୁ ଚାଲିଛି ଟିକାକରଣ। ହେଲେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଏକ ଖୁସି ଖବର ଦେଇଛନ୍ତି। 

ଯେତେବେଳେ ଦେଶରେ ମହାମାରୀ କୋରୋନା (Corona Pandemic) ଆରମ୍ଭ ହୋଇଥିଲା ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ନିଜ ଆଡୁ ଅନେକ ପ୍ରୟାସ ଆରମ୍ଭ କରିଥିଲେ। ଆଉ ଏଥିରେ ସାମିଲ ହୋଇଥିଲେ ଟେଲିକମ କମ୍ପାନୀ। କାହାକୁ କଲ୍ କଲେ ଆମେ କୋରୋନାର କଲର ଟ୍ୟୁନ ଶୁଣୁଥିଲେ। ପ୍ରଥମେ ସତର୍କ ରହିବା ନେଇ ଏହି କଲର ଟ୍ୟୁନ୍ ରେ ବଲିଉଡର ବିଗ ବି ଙ୍କ ସ୍ୱର ଲୋକମାନେ ଶୁଣିବାକୁ ପାଉଥିଲେ। ପରେ କୋରୋନା ଭ୍ୟାକସିନ ଆସିବା ପରେ ଭ୍ୟାକସିନ ଉପଲବ୍ଧତା ସହ ଟିକାକରଣ କରିବା ନେଇ ଜଣାଶୁଣା ଭଏସ ଆର୍ଟିଷ୍ଟ୍ ଜସଲିନ ଭଲ୍ଲା (Jasleen Bhalla) ଙ୍କ ଭଏସ ଶୁଣିବାକୁ ମିଳିଥିଲା। 

Also Read: Video: ବିଧାନସଭାରେ BJP-TMC ନେତା ପିଟାପିଟି

ହେଲେ ଏବେ କେନ୍ଦ୍ର ସରକାର ଏହ କଲର୍ ଟ୍ୟୁନ (Caller Tune) କୁ ହଟାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ହେଲେ କେବେ ଏହି କଲର ଟ୍ୟୁନ କୁ ହଟାଯିବ ସେମିତି କିଛି ନିର୍ଦ୍ଧିଷ୍ଟ ତାରିଖ କୁହାଯାଇନାହିଁ। ହେଲେ ଏତିକି ଅନୁରୋଧ ରହିବ, କୋରୋନା ମହାମାରୀ ଏହି ଦୁଇ ବର୍ଷରେ ଦେଶର ଯେତିକି କ୍ଷତି କରିଛି ତାହାକୁ ଦୋହରାଇବା ସମ୍ଭବପର ନୁହେଁ। ଖାସ୍ ସେଥିପାଇଁ ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ଏହି ମହାମାରୀରୁ ଦୂରେଇ ରଖନ୍ତି। ଭ୍ୟାକସିନର ଉଭୟ ଡୋଜ ନେଇଥିଲେ ସୁଦ୍ଧା ମୁହଁରେ ମାସ୍କ, ହାତ ସାନିଟାଇଜ ଓ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ।