ବର୍ଷ ୨୦୨୧ ପାଇଁ ଅବଦୁଲରଜାକ ଗୁରୁନାଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି । ଜାଣନ୍ତୁ କେଉଁ ବିଶେଷ କାର୍ଯ୍ୟ ପାଇଁ ସେ ଏହି ସମ୍ମାନ ପାଇଛନ୍ତି....
Trending Photos
Nobel Prize in Literature: ବର୍ଷ ୨୦୨୧ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଔନ୍ୟାସିକ ଅବଦୁଲରଜାକ ଗୁରୁନାଙ୍କୁ (Abdulrazak Gurnah) ପ୍ରଦାନ କରାଯାଇଛି । ପୁରସ୍କାର ଘୋଷଣା କରି ସ୍ୱିଡେନ ଏକାଡେମୀ କହିଛି ଯେ ଅବଦୁଲରଜାକ ଗୁରୁନା ତାଙ୍କ ଲେଖା ମାଧ୍ୟମରେ ଉପନିବେଶବାଦ, ସଂସ୍କୃତିର ପ୍ରଭାବ ବିଷୟରେ ଅନେକ ଲେଖିଛନ୍ତି । ସେ ଶରଣାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବା ପାଇଁ ନିଜର ନିରନ୍ତର ଓ ଦୟାଳୁ ମନୋଭାବ ମାଧ୍ୟମରେ ଦୁନିଆର ହୃଦୟରେ ପ୍ରେମ ଜାଗ୍ରତ କରିଛନ୍ତି ।
ଅବଦୁଲରାଜକ୍ ଗୁରୁନା ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ଜାନଜିବର ଦ୍ୱୀପରେ ବାଲ୍ୟକାଳ ବିତାଇ ଥିଲେ । କିନ୍ତୁ ସେ ଶରଣାର୍ଥୀ ଭାବରେ ୧୯୬୦ ଦଶକରେ ଇଂଲଣ୍ଡରେ ପହଞ୍ଚିଥିଲେ । ଗୁରୁନାଙ୍କ ଚତୁର୍ଥ ଉପନ୍ୟାସ 'ପାରାଡାଇଜ୍' (୧୯୯୪) ତାଙ୍କୁ ଜଣେ ଲେଖକ ଭାବରେ ସ୍ୱୀକୃତି ଦେଇଥିଲା । ୧୯୯୦ ମସିହାରେ ପୂର୍ବ ଆଫ୍ରିକା ଗସ୍ତ ସମୟରେ ସେ ଏହା ଲେଖିଥିଲେ । ଏହା ଏକ ଦୁଃଖଦ ପ୍ରେମ କାହାଣୀ ଯେଉଁଥିରେ ବିଭିନ୍ନ ଦୁନିଆ ଓ ବିଶ୍ୱାସ ପରସ୍ପର ସହିତ ସଂଘର୍ଷ କରନ୍ତି ।
The 2021 Nobel Prize in Literature is awarded to the novelist Abdulrazak Gurnah “for his uncompromising and compassionate penetration of the effects of colonialism and the fate of the refugee in the gulf between cultures and continents” pic.twitter.com/AOoprBEEbS
— ANI (@ANI) October 7, 2021
ନୋବେଲ ପୁରସ୍କାର କ’ଣ?
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱିଡେନ ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ପଞ୍ଚମ ମୃତ୍ୟୁ ବାର୍ଷିକୀ ଠାରୁ ପ୍ରତିବର୍ଷ ୧୦ ଡିସେମ୍ବରରେ ନୋବେଲ ପୁରସ୍କାର ବଣ୍ଟନ କରାଯାଇଥାଏ । ନୋବେଲ ବିସ୍ଫୋରକ ଡାଇନାମାଇଟ୍ ଉଦ୍ଭାବନ କରିଥିଲା । ତାଙ୍କର ଉଦ୍ଭାବନ ଯୁଦ୍ଧରେ ବ୍ୟବହୃତ ହେଉଥିବାରୁ ସେ ବହୁତ ଦୁଃଖିତ ଥିଲେ । ଏଥିପାଇଁ ପ୍ରାୟଶ୍ଚିତ ଭାବରେ ସେ ନିଜ ଇଚ୍ଛାରେ ନୋବେଲ ପୁରସ୍କାରର ବ୍ୟବସ୍ଥା କରିଥିଲେ । ସେ ନିଜ ଉତ୍ତରାଧିକାରୀ ଏଗ୍ରିମେଣ୍ଟରେ ଲେଖିଛନ୍ତି ଯେ ତାଙ୍କର ଅଧିକାଂଶ ସମ୍ପତ୍ତି ଏକ ପାଣ୍ଠିରେ ରଖାଯାଉ ଓ ଏହାର ବାର୍ଷିକ ସୁଧ ମାନବଜାତି ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ଲୋକଙ୍କୁ ପୁରସ୍କୃତ କରାଯିବା ଉଚିତ୍ ।
ଏହା ବି ପଢ଼ନ୍ତୁ: ରେଳ ଯାତ୍ରୀମାନଙ୍କ ପାଇଁ ଜରୁରୀ ଖବର, ଟ୍ରେନରେ ମାସ୍କ ନ ପିନ୍ଧିଲେ ଲାଗିବ ₹ ୫୦୦ ଜୋରିମାନା!