North କୋରିଆରେ ଖାଇବା ମନା ! ଦାମ ଶୁଣିଲେ ଉଡ଼ିଯିବ ହୋସ୍
Advertisement

North କୋରିଆରେ ଖାଇବା ମନା ! ଦାମ ଶୁଣିଲେ ଉଡ଼ିଯିବ ହୋସ୍

ଉତ୍ତର କୋରିଆରେ ଚିନି, ସୋୟାବିନ୍ ତେଲ ଏବଂ ମଇଦା ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଉତ୍ତର କୋରିଆରେ ଏକ କିଲୋଗ୍ରାମ ମକା ମୂଲ୍ୟ ୩ ହଜାର ୧୩୭ ୱାନରେ ପହଞ୍ଚିଛି । 

North କୋରିଆରେ ଖାଇବା ମନା ! ଦାମ ଶୁଣିଲେ ଉଡ଼ିଯିବ ହୋସ୍

ପ୍ୟୋଙ୍ଗୟାଙ୍ଗ: ଯଦିଓ ଗତ କିଛି ବର୍ଷ ଧରି ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଏକ ସାଧାରଣ କଥା ପାଲଟିଛି, କିନ୍ତୁ ଏହି ସମୟରେ ଉତ୍ତର କୋରିଆର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଦେଶରେ ମାତ୍ର ୨ ମାସ ପର୍ଯ୍ୟନ୍ତ ବଞ୍ଚିଲା ଭଳି ଖାଦ୍ୟ ବାକି ଅଛି। ପରିସ୍ଥିତି ଏପରି ହୋଇଛି ଯେ କିମ ଜୋଙ୍ଗ ଉନଙ୍କୁ ନିଜେ ସ୍ୱୀକାର କରିବାକୁ ପଡିବ ଯେ ଉତ୍ତର କୋରିଆର ଲୋକମାନେ ଏବେ ଗୋଟେ ଗୋଟେ ଦାନା ପାଇଁ ପାଗଳ ହେଉଛନ୍ତି ।

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ଲୋକଙ୍କୁ କମ୍ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିମ ଜୋଙ୍ଗ ଦେଶବାସୀଙ୍କୁ ୨୦୨୫ ସୁଦ୍ଧା କମ୍ ଖାଦ୍ୟ ଖାଇବାକୁ କହିଛନ୍ତି ଯାହା ଦ୍ୱାରା ଦେଶ ଖାଦ୍ୟ ସଙ୍କଟରୁ ବାହାରିପାରିବ ବୋଲି ସେ କହିଛନ୍ତି । ଉତ୍ତର କୋରିଆରେ ଚିନି, ସୋୟାବିନ୍ ତେଲ ଏବଂ ମଇଦା ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଉତ୍ତର କୋରିଆରେ ଏକ କିଲୋଗ୍ରାମ ମକା ମୂଲ୍ୟ ୩ ହଜାର ୧୩୭ ୱାନରେ ପହଞ୍ଚିଛି । ଏହା କିଲୋଗ୍ରାମ ପ୍ରତି ଦୁଇ ଶହ ଟଙ୍କା ସହିତ ସମାନ । ଜୁନ୍ ୨୦୨୧ ରେ ଉତ୍ତର କୋରିଆ (North Korea) ରେ ଖାଦ୍ୟର ମୂଲ୍ୟ ବୃଦ୍ଧି ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ ଆକାଶଛୁଆଁ ହୋଇଛି । 

Also Read: ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ! ସରକାର ବଦଳାଇବାକୁ ଯାଉଛନ୍ତି ଏହି ନିୟମ, ଜାଣି ନିଅନ୍ତୁ ନଚେତ୍ ହେବ ଅସୁବିଧା

ଉତ୍ତର କୋରିଆରେ ଖାଦ୍ୟ ଗୁଡ଼ିକର ମୂଲ୍ୟ: 

କଫି - କିଲୋଗ୍ରାମ ପାଇଁ ୭ ହଜାର ୩ ଶହ ଟଙ୍କା 
ଚା ପତି - କିଲୋଗ୍ରାମ ପାଇଁ ୫ ହଜାର ଶହେ ଟଙ୍କା 
ସାମ୍ପୁ ବୋତଲ - ୧୪ ହଜାର ଟଙ୍କା 
ମକା - କିଲୋଗ୍ରାମ ପାଇଁ ୨୦୪ ଟଙ୍କା 
କଦଳୀ - କିଲୋଗ୍ରାମ ପାଇଁ ୩୩୦୦ ଟଙ୍କା 

Also Read: ଯେତେବେଳେ ବୈଠକରେ ରାହୁଲ ପଚାରିଲେ-ଏହି ରୁମରେ ଉପସ୍ଥିତ କେତେ ଲୋକ ପିଅନ୍ତି ମଦ? ସିଦ୍ଧୁ ଦେଲେ ଏହି ଜବାବ

ଦେଶରେ ଖାଦ୍ୟ ଅଭାବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣକୁ କୋଭିଡ -19 ପ୍ରତିବନ୍ଧକକୁ କୁହାଯାଉଛି । ସୀମା ବନ୍ଦ ହେତୁ ଉତ୍ତର କୋରିଆ ଖାଦ୍ୟ ସହାୟତା ମଧ୍ୟ ପାଇପାରୁନାହିଁ। ଚୀନ୍ ଠାରୁ ଉତ୍ତର କୋରିଆ ସର୍ବାଧିକ (North Korea)  ସହାୟତା ପାଇଥାଏ । ମହାମାରୀ ଆରମ୍ଭରୁ ଚୀନ୍ ରୁ ଉତ୍ତର କୋରିଆକୁ ଖାଦ୍ୟ ରପ୍ତାନି ୮୦ ପ୍ରତିଶତ ହ୍ରାସ ପାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଅନୁଯାୟୀ ଉତ୍ତର କୋରିଆରେ ଦୁଇରୁ ତିନିମାସ ପର୍ଯ୍ୟନ୍ତ ଆବଶ୍ୟକ ଖାଦ୍ୟ ସାମଗ୍ରୀର ସଙ୍କଟ ଦେଖାଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ଏହି ବ୍ୟବଧାନ ପୂରଣ ନହୁଏ, ତେବେ ଅକ୍ଟୋବର ୨୦୨୧ ଶେଷ ସୁଦ୍ଧା ଉତ୍ତର କୋରିଆର ବାସୀ ଅନାହାରର ସମ୍ମୁଖୀନ ହେବେ।

Also Read: ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଚଢ଼ିଲା ଟ୍ରକ୍, ୩ ମୃତ

ଉତ୍ତର କୋରିଆରେ ମଧ୍ୟ ଏକ ଗମ୍ଭୀର ସାର ସଙ୍କଟ ରହିଛି। କୋରୋନା ଭୂତାଣୁ (Corona Virud)  ମହାମାରୀକୁ ଏଡାଇବା ପାଇଁ ଉତ୍ତର କୋରିଆ ପ୍ରଶାସନ ଜାନୁଆରୀ ୨୦୨୦ ରେ ଏହାର ସୀମାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରିଥିଲା। ସେବେଠାରୁ ଏହି ଦେଶରେ ଖାଦ୍ୟ, ଇନ୍ଧନ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତାର ଅଭାବ ଦେଖାଦେଇଛି । ଏହା ବ୍ୟତୀତ କିମ ଜୋଙ୍ଗ ଉନ (Kim Jong Un)ମଧ୍ୟ ତାଙ୍କ ମନୋଭାବ ଯୋଗୁଁ ଅନ୍ତର୍ଜାତୀୟ ପ୍ରତିବନ୍ଧକ ସାମ୍ନା କରୁଛନ୍ତି ଏବଂ ଗତ ଦଶନ୍ଧି ମଧ୍ୟରେ ଉତ୍ତର କୋରିଆର ସ୍ଥିତି ଏତେ ଖରାପ  ହୋଇନଥିଲା ଯେତେ ଏବେ ଦେଖିବାକୁ ମିଳୁଛି ।