ଯେତେବେଳେ ବୈଠକରେ ରାହୁଲ ପଚାରିଲେ-ଏହି ରୁମରେ ଉପସ୍ଥିତ କେତେ ଲୋକ ପିଅନ୍ତି ମଦ? ସିଦ୍ଧୁ ଦେଲେ ଏହି ଜବାବ
Advertisement
Article Detail0/zeeodisha/odisha1016532

ଯେତେବେଳେ ବୈଠକରେ ରାହୁଲ ପଚାରିଲେ-ଏହି ରୁମରେ ଉପସ୍ଥିତ କେତେ ଲୋକ ପିଅନ୍ତି ମଦ? ସିଦ୍ଧୁ ଦେଲେ ଏହି ଜବାବ

Congress Meeting: ସଂଗଠନ ନିର୍ବାଚନ ପାଇଁ ନଭେମ୍ବର ୧ରୁ କଂଗ୍ରେସ ସଦସ୍ୟତା ଅଭିଯାନ (Congress Membership Campaign) ଆରମ୍ଭ କରିବାକୁ ଯାଉଛି । ଦଳର ସମ୍ବିଧାନ ଅନୁଯାୟୀ, କଂଗ୍ରେସ (Congress) ର ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏହା ଘୋଷଣା କରିବାକୁ ପଡିବ ଯେ ସେ ମଦ୍ୟପାନ କିମ୍ବା କୌଣସି ପ୍ରକାର ନିଶା କରନ୍ତି ନାହିଁ ଏବଂ ଖାଦି ପିନ୍

ଯେତେବେଳେ ବୈଠକରେ ରାହୁଲ ପଚାରିଲେ-ଏହି ରୁମରେ ଉପସ୍ଥିତ କେତେ ଲୋକ ପିଅନ୍ତି ମଦ? ସିଦ୍ଧୁ ଦେଲେ ଏହି ଜବାବ

ନୂଆଦିଲ୍ଲୀ: Congress Meeting: ସଂଗଠନ ନିର୍ବାଚନ ପାଇଁ ନଭେମ୍ବର ୧ରୁ କଂଗ୍ରେସ ସଦସ୍ୟତା ଅଭିଯାନ (Congress Membership Campaign) ଆରମ୍ଭ କରିବାକୁ ଯାଉଛି । ଦଳର ସମ୍ବିଧାନ ଅନୁଯାୟୀ, କଂଗ୍ରେସ (Congress) ର ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏହା ଘୋଷଣା କରିବାକୁ ପଡିବ ଯେ ସେ ମଦ୍ୟପାନ କିମ୍ବା କୌଣସି ପ୍ରକାର ନିଶା କରନ୍ତି ନାହିଁ ଏବଂ ଖାଦି ପିନ୍ଧିବାରେ ଅଭ୍ୟସ୍ତ । ସଦସ୍ୟତା ଅଭିଯାନ ସମ୍ପର୍କରେ ମଙ୍ଗଳବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟାଳୟ ପଦାଧିକାରୀଙ୍କ ବୈଠକରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଏହି ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି । 

ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ ଆଜିର ସମୟରେ ଏହି ନିୟମଗୁଡିକ କେତେ ପାଳନ କରାଯାଏ? ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରାହୁଲ (Rahul Gandhi) ପଚାରିଥିଲେ ଏହି କୋଠରୀରେ କେତେ ଲୋକ ମଦ୍ୟପାନ କରୁଛନ୍ତି? ନାମ ଗୋପନ ରଖିବା ସର୍ତ୍ତରେ ବୈଠକରେ ଉପସ୍ଥିତ ଜଣେ ନେତା କହିଛନ୍ତି ଯେ ରାହୁଲଙ୍କ ପ୍ରଶ୍ନର ଉତ୍ତରରେ କେବଳ ଦୁଇଜଣ ସାଧାରଣ ସଚିବ ହାତ ଉଠାଇ ସ୍ୱୀକାର କରିଛନ୍ତି ଯେ ସେମାନେ ମଦ୍ୟପାନ କରୁଛନ୍ତି । ଏହା ସହିତ ବୈଠକରେ ଏକ ଆଲୋଚନା ହୋଇଥିଲା ଯେ ମଦ ନିୟମ କେତେ ଯୁକ୍ତିଯୁକ୍ତ?

ସୂଚନାନୁସାରେ, ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ (Punjab Congress President Navjot Singh Sidhu) କହିଛନ୍ତି ଯେ ତାଙ୍କ ରାଜ୍ୟର ଅଧିକାଂଶ ଲୋକ ମଦ୍ୟପାନ କରୁଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସ ସଦସ୍ୟତାର ନିୟମ କିପରି ପାଳନ କରାଯିବ? ଅନ୍ୟ କେତେକ ନେତା ମଧ୍ୟ ଏ ବିଷୟରେ ନିଜର ମତ ପ୍ରକାଶ କରିବାକୁ ଲାଗିଲେ । ଏହା ପରେ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ (Congress General Secretary KC Venugopal) ଆଲୋଚନାକୁ ଶେଷ କରିବାକୁ କହିଥିଲେ ।

ମଦ ନିୟମ ପରେ ଖାଦି ନିୟମ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ପୁଣି ଥରେ ରାହୁଲ ହିଁ ଖାଦି ନିୟମର ବ୍ୟବହାରିକତା ବିଷୟରେ ପ୍ରସଙ୍ଗ ଉଠାଇଥିଲେ । ନେତାମାନେ ଏହା ମଧ୍ୟ କହିଛନ୍ତି ଯେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଖାଦିର ବିଶେଷ ଗୁରୁତ୍ୱ ଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଖାଦି ଅତ୍ୟନ୍ତ ମହଙ୍ଗା ହୋଇଛି ଅର୍ଥାତ୍ ସାଧାରଣ ଲୋକଙ୍କ ସାମର୍ଥ ବାହାର ହୋଇଯାଇଛି ।

ଏହି ସମୟରେ କଂଗ୍ରେସ କାର୍ଯ୍ୟ କମିଟିର ବୈଠକରେ ସଦସ୍ୟତା ନିୟମ ପରିବର୍ତ୍ତନ କରିବାକୁ ଏକ ପ୍ରସ୍ତାବ ଅଣାଯାଇପାରିବ ବୋଲି ଜଣେ ନେତା ମତ ଦେଇଛନ୍ତି । ତଥାପି, ଉଭୟ ବିଷୟ ଉପରେ ଆଲୋଚନା ଫଳହୀନ ରହିଥିଲା ।

ସଦସ୍ୟତା ଅଭିଯାନ, ମୁଦ୍ରାସ୍ଫୀତି ବିରୋଧରେ ଆନ୍ଦୋଳନ ଏବଂ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) କଂଗ୍ରେସର ସାଧାରଣ ସଚିବ, ଇନ୍-ଚାର୍ଜ ଏବଂ ରାଜ୍ୟ ସଭାପତିଙ୍କ ଏକ ବୈଠକ ଡାକିଥିଲେ । ଅନୁଶାସନ ଓ ଏକତା ସୃଷ୍ଟି କରି RSS-BJP ଆଦର୍ଶ ସହ ଲଢ଼ିବା ପାଇଁ ସୋନିଆ ଗାନ୍ଧୀ ଦଳର ନେତାମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ! ସରକାର ବଦଳାଇବାକୁ ଯାଉଛନ୍ତି ଏହି ନିୟମ, ଜାଣି ନିଅନ୍ତୁ ନଚେତ୍ ହେବ ଅସୁବିଧା

ଏହା ବି ପଢ଼ନ୍ତୁ:-ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଚଢ଼ିଲା ଟ୍ରକ୍, ୩ ମୃତ

ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି; ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୩୩ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଆର୍ୟନ ଖାନ ମାମଲାରେ ସାକ୍ଷୀ କେ.ପି ଗୋସାଭି ଗିରଫ

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍