ନୁପୁରଙ୍କୁ ମିଳିଲା ନେଦରଲ୍ୟାଣ୍ଡର ସାଂସଦଙ୍କ ସମର୍ଥନ, କହିଲେ - କିଛି ଭୁଲ୍ କହିନାହଁନ୍ତି
Advertisement

ନୁପୁରଙ୍କୁ ମିଳିଲା ନେଦରଲ୍ୟାଣ୍ଡର ସାଂସଦଙ୍କ ସମର୍ଥନ, କହିଲେ - କିଛି ଭୁଲ୍ କହିନାହଁନ୍ତି

Prophet Remark Row: ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କୁ ନେଇ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବୟାନ ପରେ ବିବାଦ ଜାରି ରହିଛି । ଏହି ସମୟରେ, ନେଦରଲ୍ୟାଣ୍ଡର ସାଂସଦ ତଥା ପାର୍ଟି ଫର ଫ୍ରିଡମ, ନେଦରଲ୍ୟାଣ୍ଡର ଚେୟାରମ୍ୟାନ୍ ଗିର୍ଟ ୱାଇଲଡର୍ସ ନୁପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କ (Muhammad) ସମ୍ପର୍କରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ (Nupur Sharma) ବୟାନ ପରେ ବିବାଦ ଜାରି ରହିଛି । ଏହି ସମୟରେ, ନେଦରଲ୍ୟାଣ୍ଡର ଲୋକସଭାର ସଦସ୍ୟ ତଥା ନେଦରଲ୍ୟାଣ୍ଡର ଫ୍ରିଡମ୍ ପାର୍ଟିର ଚେୟାରମ୍ୟାନ୍ ଗିର୍ଟ ୱାଇଲଡର୍ସ (Geert Wilders) ନୁପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି । ସାଂସଦ ଗିର୍ଟ ୱାଇଲ୍ଡରଙ୍କ ବୟାନ ବର୍ତ୍ତମାନ ଖବରର ହେଡଲାଇନରେ ଅଛି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଇସଲାମିକ ଦେଶଗୁଡିକ ପାଇଁ ଭାରତ କ୍ଷମା ମାଗିବାର ଆବଶ୍ୟକତା ନାହିଁ ।

ଏକ ଟ୍ୱିଟରେ ଗିର୍ଟ ୱାଇଲଡର୍ସ କହିଛନ୍ତି ଯେ ତ୍ରୁଷ୍ଟିକରଣ କେବେ କାମ କରେ ନାହିଁ । ଏହା କେବଳ ଜିନିଷକୁ ଖରାପ କରିଦେବ । ତେଣୁ ମୋର ପ୍ରିୟ ବନ୍ଧୁଗଣ, ଇସଲାମିକ ଦେଶକୁ ଭୟ କର ନାହିଁ । ସ୍ୱାଧୀନତା ପାଇଁ ଠିଆ ହୋଇଯାଅ ଓ ଆପଣଙ୍କ ନେତା ନୁପୁର ଶର୍ମାଙ୍କୁ ରକ୍ଷା କରିବାକୁ ଗର୍ବ କର ଏବଂ ସଂକଳ୍ପବଦ୍ଧ ହୁଅ, ଯିଏ ମହମ୍ମଦଙ୍କ ବିଷୟରେ ସତକଥା କହିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରବ ଏବଂ ଇସଲାମୀୟ ଦେଶ ଭାରତୀୟ ନେତା ନୁପୁର ଶର୍ମାଙ୍କ ଉପରେ ରାଗିବା ହାସ୍ୟସ୍ପଦ ଯିଏ ମହମ୍ମଦଙ୍କ ବିଷୟରେ ସତ୍ୟ କହିଥିଲେ । ସେ ପ୍ରକୃତରେ ଆୟେଶାଙ୍କୁ ୬ ବର୍ଷ ବୟସରେ ବିବାହ କରିଥିଲେ । ଭାରତ କାହିଁକି କ୍ଷମା ପ୍ରାର୍ଥନା କରୁଛି?

fallback

ସାଂସଦ ଗିର୍ଟ ୱାଇଲଡର୍ସ ଦକ୍ଷିଣପନ୍ଥୀ ଦଳର ନେତା ଅଟନ୍ତି । ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଥିବା ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ପ୍ରତିଦିନ ମୋତେ ମହମ୍ମଦଙ୍କ ନାମରେ ମୃତ୍ୟୁ ଧମକ ଦିଆଯାଉଛି । ଧମକ ଦେଲେ କିଛି ଲାଭ ହେବ ନାହିଁ କାରଣ ମୁଁ ସତ କହିବା ବନ୍ଦ କରିବି ନାହିଁ ।

କହିରଖୁଛୁ ଯେ ନୁପୁର ଇସଲାମ ଏବଂ ମହମ୍ମଦଙ୍କ ବିଷୟରେ କିଛି ବିବାଦୀୟ କଥା କହିଥିଲେ ଯାହା ପାଇଁ ଦଳ ତାଙ୍କୁ ବହିଷ୍କାର କରିଥିଲା । ଦିଲ୍ଲୀ ବିଜେପି ମୁଖପାତ୍ର ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ଦଳ ବହିଷ୍କାର କରିଛି । ଗଲ୍ଫ ଦେଶଗୁଡିକର ବିରୋଧ ପରେ ବିଜେପି ଏହି ପଦକ୍ଷେପ ନେଇଛି ।

ଏହା ବି ପଢନ୍ତୁ: ସତେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଘରେ ED ର ଚଢ଼ାଉ; ମିଳିଲା ସୁନା ସହ ନଗଦ ୨.୮୨ କୋଟି ଟଙ୍କା

ଏହା ବି ପଢ଼ନ୍ତୁ: Gold Price: ଶସ୍ତା ହେଲା ସୁନା-ରୂପା; ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ଆଜିର ଦାମ୍