leaders in futuristic attire: ମଡେଲିଂରେ ଯୋଗଦେଲେ ରାଜନେତା!
Advertisement
Article Detail0/zeeodisha/odisha2347700

leaders in futuristic attire: ମଡେଲିଂରେ ଯୋଗଦେଲେ ରାଜନେତା!

Modi Walking The Ramp In AI Fashion Show : ରାଜନୀତି ଛାଡି ମଡେଲିଂରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଫ୍ୟାସନ ସୋ ରାମ୍ପରେ ଚାଲୁଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପୁଟିନ, ଯୋ ବାଇଡେନ ଓ ଡୋନାଲ୍ଡ ଟ୍ରମ୍ପ ।

AI Fashion Show world

Elon Musk unveils AI-generated fashion show : ରାଜନୀତି ଛାଡି ମଡେଲିଂରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଫ୍ୟାସନ ସୋ ରାମ୍ପରେ ଚାଲୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପୁଟିନ, ଯୋ ବାଇଡେନ ଓ ଡୋନାଲ୍ଡ ଟ୍ରମ୍ପ ।ବିଶ୍ବନେତାଙ୍କ ସହ ଶିଳ୍ପପତି ଓ ଧର୍ମଗୁରୁଙ୍କୁ ମଧ୍ୟ ଭିନ୍ନ ମଡେଲିଂର ନୂଆ ଅନ୍ଦାଜରେ ଦେଖିବାକୁ ମିଳିଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ରାମ୍ପ ୱାକର ଫଟୋ ସମସ୍ତେ ଆଶ୍ଚର୍ୟ୍ଯ। ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍,ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ,ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ଫ୍ୟାସନ ସୋରେ ରାମ୍ପ ୱାକ କରୁଥିବା ନଜର ଆସିଛନ୍ତି ।

ତେବେ ଏହି ରାମ୍ପ ୱାକ ବାସ୍ତବିକ ନୁହେଁ। ଏହା ହେଉଛି କୁତ୍ରିମ ବୁଦ୍ଧିମତା ବା AI ଫ୍ୟାସନ ସୋ' ।ଯେଉଁଠି ବିଶ୍ବସ୍ତରୀୟ ନେତାମାନଙ୍କର AI ମଡେଲଗୁଡିକୁ ରାମ୍ପ ୱାକ କରାଯାଉଛି ।ଧଳା ଡ୍ରେସ୍ ପିନ୍ଧି ରାମ୍ପ ୱାକ କରୁଥିବାର ନଜର ଆସିଛନ୍ତି ଧର୍ମଗୁରୁ ପୋପ୍ । ମୋଦି ରଙ୍ଗବେରଙ୍ଗର ପୋଷାକ ସହ ବ୍ଲାକ ସନଗ୍ଲାସ ପିନ୍ଧି ରାମ୍ପରେ ଚାଲୁଛନ୍ତି । ସମସ୍ତଙ୍କୁ ଏକ ଭିନ୍ନ ଗେଟ୍‌ଅପରେ ଦେଖିବାକୁ ମିଳୁଛି । 

କେବଳ ମୋଦି,ପୁଟିନ ଓ ବାଇଡେନ,ଧର୍ମଗୁରୁ ନୁହଁନ୍ତି ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ଥ‌ିବା ପ୍ରାର୍ଥୀ କମଳା ହାରିସ୍, ଏଲନ ମସ୍କ, ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ,ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜନ ଉଙ୍ଗ,କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ AI ମଡେଲ୍ ରାମ୍ପରେ ୱାକ କରୁଥିବାର ଫୋଟ ଓ ଭିଜୁଆଲ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଯାହାକୁ ଦେଖି ସାଧାରଣ ଲୋକେ ଆଶ୍ଚର୍ୟ୍ଯ ପ୍ରକାଶ କରିଛନ୍ତି।

ସେହିପରି ବିଶିଷ୍ଟ ଶିଳ୍ପପତି ସେଫ ବେଜୋସ,ୱାରେନ ବୋଫେଟ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରମୁଖଙ୍କ ଏଆଇ ମଡେଲକୁ ବି ଭିନ୍ନ ଭିନ୍ନ ବେଶରେ ଦେଖିବାକୁ ମିଳିଛି। ପ୍ରତି ନେତାଙ୍କୁ ସ୍ବତନ୍ତ୍ର ବେଶଭୂଷାରେ ସଜ୍ଜିତ କରାଯାଇଛି । ଯାହାକୁ ୟୁଜର୍ସ ମାନେ ବେଶ ପସନ୍ଦ କରୁଛନ୍ତି । ତେବେ ଏହି ଭିଡିଓକୁ ଶେୟାର କରିଛନ୍ତି ଟେସଲା ମାଲିକ ଏଲନ ମସ୍କ ।

ସୋମବାର ଏଲନ ମସ୍କ ତାଙ୍କ X ଆକାଉଣ୍ଡରେ ଭିଡିଓଟିକୁ ପୋଷ୍ଟ କରିଛନ୍ତି। ମସ୍କଙ୍କ ଏଭଳି ଭିଡିଓ ପୋଷ୍ଟ ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ଜଣା ପଡିନି।କିନ୍ତୁ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇ ଦର୍ଶକଙ୍କୁ ବେଶ୍ ଖୁସି କରାଇଛି।